ଟ୍ରକ୍‌କୁ ପିଟି ଜଳିଗଲା ବସ୍‌: ୩୮ ଜଣଙ୍କ ଜୀବନ ଗଲା, ୯ ଗୁରୁତର

ବ୍ରାସିଲିଆ,୨୨ା୧୨: ଏକ ଯାତ୍ରୀବାହୀ ବସ୍‌ ଟ୍ରକ୍‌କୁ ଧକ୍କା ଦେବା ପରେ ହୁତୁହୁତ ହୋଇ ରାସ୍ତାରେ ଜଳିଯାଇଛି। ଫଳରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ ଗୁରୁତର ହୋଇଛନ୍ତି। ବ୍ରାଜିଲର ମିନାସ ଜେରାଇସ ରାଜ୍ୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଅଧିକାରୀଙ୍କ କହିବାନୁସାରେ, ଦୁର୍ଘଟଣା ପରେ ଅନ୍ୟ ୧୩ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବସ୍‌ଟି ସାଓ ପାଉଲୋରୁ ଯାଉଥିଲା ଓ ଏଥିରେ ୪୫ ଜଣ ଯାତ୍ରୀ ଥିବା କୁହାଯାଉଛି।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍‌ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଛି। ଅଧିକାରୀଙ୍କ ସୂଚନାନୁଯାୟୀ, ଯେ ବସ୍‌ର ଚକା ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଫଳରେ ବସ୍‌ଟି ଯାଇ ଟ୍ରକ୍‌ ସହିତ ଧକ୍କା ହୋଇଥିଲା। କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବସ୍‌ରେ ଗ୍ରାନାଇଟ ଖଣ୍ଡ ମାଡ଼ ହେବାରୁ ବସ୍‌ଟି ନିୟନ୍ତ୍ରଣ ହରାଇ ଟ୍ରକ୍‌ ସହ ପିିଟି ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚମକାଉଛି ୨୦୨୫କୁ ନେଇ ବାବା ଭେଙ୍ଗା କରିଥିବା ଭବିଷ୍ୟବାଣୀ, କ’ଣ ବାସ୍ତବରେ ସତ ହେବାକୁ ଯାଉଛି…?

ନୂଆଦିଲ୍ଲୀ,୧୪।୬: ବାବା ଭେଙ୍ଗା ଜଣେ ବୁଲଗେରିଆନ ଭବିଷ୍ୟବକ୍ତା ଥିଲେ, ଯିଏ ୧୨ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇଥିଲେ। ୧୯୧୧ ମସିହାରେ ଜନ୍ମଗ୍ରହଣ କରିଥିବା ଏବଂ ୧୯୯୬...

ଆମେରିକାରେ ହଇଚଇ: ଘରେ ପଶି ଦୁଇ ଏମ୍‌ପିଙ୍କୁ ଗୁଳି, ପୋଲିସ ବେଶରେ…

ଓ୍ବାଶିଂଟନ,୧୪।୬: ଆମେରିକାର ମିନେସୋଟା ରାଜ୍ୟରେ ଗୋଟିଏ ରାତିରେ ଦୁଇଜଣ ଏମ୍‌ପିଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ପୂର୍ବତନ ହାଉସ...

୧୯ରେ ମହାକାଶକୁ ଯିବ ଆକ୍ସିଅମ୍‌-୪ ମିଶନ

ନୂଆଦିଲ୍ଲୀ,୧୪ା୬: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଓ ଅନ୍ୟ ୩ ଜଣ ଆସନ୍ତା ୧୯ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ଯିବା ଆଶା କରାଯାଉଛି।...

ଏୟାର ଇଣ୍ଡିଆ ଦୁର୍ଘଟଣା ପଛରେ ଅଛି ତୁର୍କି କନେକ୍ସନ! ବାବା ରାମଦେବ କଲେ ବଡ଼ ଦାବି,Video

ନୂଆଦିଲ୍ଲୀ,୧୪।୬: ଯୋଗଗୁରୁ ବାବା ରାମଦେବ ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ବଡ଼ ବୟାନ ଦେଇଛନ୍ତି। ଏହା ଏକ ସମ୍ଭାବ୍ୟ ବିଦେଶୀ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ...

ଏହି ଦିନ ଆସିବ PM Kisan ୨୦ତମ କିସ୍ତିର ୨୦୦୦ ଟଙ୍କା! ଜାଣନ୍ତୁ ଜରୁରୀ ସୂଚନା

ନୂଆଦିଲ୍ଲୀ,୧୪।୬: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୦ତମ କିସ୍ତି ଜୁନ ମାସରେ ଅର୍ଥାତ ଚଳିତ ମାସରେ ଜାରି ହୋଇପାରେ। ଏହାଦ୍ୱାରା କୋଟି କୋଟି ଚାଷୀଙ୍କୁ ଏକ ବଡ଼...

WTC Final: ୩୩ ବର୍ଷ ଅପେକ୍ଷାର ଅନ୍ତ: ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱ ଚାମ୍ପିଅନ ହେଲା ଦକ୍ଷିଣ ଆଫ୍ରିକା

ଲର୍ଡସ,୧୪।୬: ଟେମ୍ବା ବାଭୁମାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଟିମ୍‌ ଇତିହାସ ରଚିିଛି। ଲର୍ଡସରେ ଶନିବାର ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୫ର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ...

କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ଯୋଜନା: ୩ ଷ୍ଟାଡିୟମର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୪୦ କୋଟି

ଭଞ୍ଜନଗର,୧୪।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବଡ଼ ପଦକ୍ଷେପ ନେଇଛନ୍ତି । ସହରର ସର୍ବପୁରାତନ...

କେମିତି ହେଲା ପ୍ଲେନ୍‌ କ୍ରାଶ୍‌: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୪।୩: ଜୁନ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ଦୁର୍ଘଟଣା ପରେ ଶନିବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛି। ମନ୍ତ୍ରଣାଳୟ କହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri