Posted inଜାତୀୟ

ଠେଲି ଠେଲି ନେଉଛନ୍ତି ଟିକା ଭର୍ତ୍ତି ଗାଡ଼ି

ପାଟନା, ୯ା୪- ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା ଓ ଟିକା ଅଭାବ ନେଇ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାର ଏବେ ମୁହଁାମୁହିଁ ସ୍ଥିତିରେ। ଏଭଳି ପରିସ୍ଥିତିରେ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଦୃଶ୍ୟ। ବିହାର ରାଜଧାନୀ ପାଟନା ବିମାନ ବନ୍ଦରରୁ ଶୁକ୍ରବାର ନାଳନ୍ଦା ମେଡିକାଲ କଲେଜ ହସ୍ପିଟାଲ (ଏନ୍‌ଏମ୍‌ସିଏଚ୍‌) ସ୍ଥିତ କେନ୍ଦ୍ରକୁ ପ୍ରାୟ ୯ ଲକ୍ଷ କୋଭିସିଲ୍ଡ ଟିକା ନେଇ ଯାଇଥିବା ଗାଡ଼ିରେ ଦେଖା ଦେଇଥିଲା ଯାନ୍ତ୍ରିକ ତୃଟି। ବ୍ୟାଟେରି ଡାଉନ ହୋଇଯିବାରୁ ଷ୍ଟାର୍ଟ ହୋଇ ନ ଥିଲା ‘ଭାକ୍ସିନ ଏକ୍ସପ୍ରେସ’ ନାମକ ଏହି ସ୍ବତନ୍ତ୍ର ଗାଡ଼ି। ବାଧ୍ୟ ହୋଇ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ଗାଡ଼ିକୁ ଠେଲି ଠେଲି ନେଇଥିଲେ। ଏହି ଘଟଣାର ଫଟୋ ଏବେ ଘୁରି ବୁଲିଛି ସୋସିଆଲ ମିଡିଆରେ। ତେବେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ କିଛି ବାଟ ଠେଲିବା ପରେ ଗାଡ଼ିଟି ଷ୍ଟାର୍ଟ ହୋଇଯାଇଥିଲା ଓ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି।

ଏହି ଭ୍ୟାନ ଜରିଆରେ ୮,୯୬,୮୯୦ କୋଭିସିଲ୍ଡ ଟିକା ଏନ୍‌ଏମ୍‌ସିଏଚ୍‌ ଷ୍ଟୋରେଜ ସେଣ୍ଟରକୁ ନିଆଯାଉ ଥିଲା। ଏ ସମ୍ପର୍କରେ ଅଧିକ କହିବା ପାଇଁ ମୁଁ ଉଚିତ ବ୍ୟକ୍ତି ନୁହେଁ ବୋଲି ଗାଡ଼ିରେ ଅଧିକାରୀଙ୍କ ସହ ଥିବା ଫାର୍ମାସିଷ୍ଟ ମୁକେଶ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ, ଟିଏମସି ନେତା ସଞ୍ଜୟ ଦାସଙ୍କ ମୃତଦେହ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

କୋଲକାତା,୨୩।୫: ପଶ୍ଚିମବଙ୍ଗରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦକ୍ଷିଣ ଦମ ଦମ ମ୍ୟୁନିସିପାଲିଟିର ତୃଣମୂଳ କଂଗ୍ରେସ କାଉନସିଲର ସଞ୍ଜୟ ଦାସଙ୍କ ମୃତଦେହ ତାଙ୍କ ବାସଭବନରେ ସନ୍ଦେହଜନକ…

୫୧,୦୦୦ରୁ ଅଧିକ ଯୁବତୀଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି: ଆଗାମୀ ବର୍ଷଗୁଡ଼ିକରେ…

ନୂଆଦିଲ୍ଲୀ,୨୩।୫: ପ୍ରଧାନମନ୍ତ୍ରୀ ମୋଦି ୫୧,୦୦୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୯ତମ ‘ରୋଜଗାର ମେଳା’ (ନିଯୁକ୍ତି ମେଳା)ରେ…

ରାତିରେ ତେଲ ଆସୁଛି କିନ୍ତୁ ସକାଳୁ ସରିଯାଉଛି: ବଡ଼ ବଡ଼ ବ୍ୟାରେଲରେ ବୋହି ନେଉଛନ୍ତି, ବିରୋଧ କରୁଛନ୍ତି…

ମୋହନା,୨୩।୬(ମନ୍ମଥ ମିଶ୍ର): ବଡ଼ବଡ଼ ବ୍ୟାରେଲରେ ପେଟ୍ରୋଲ ଡିଜେଲ ଦିଆଯିବା ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖୁବାକୁ ମିଳିଛି। ଗଜପତି ଜିଲା ମୋହନା ବ୍ଲକ ଲୁହାଗୁଡ଼ି ୩୨୬ ଜାତୀୟ…

ହରିଣ ଶିକାର କଲାବେଳେ ମାଡ଼ିବସିଲା ବନ ବିଭାଗ, ଶିକାରୀଙ୍କଠାରୁ ଫାଶ ସହ ଜବତ କଲା…

ମହାକାଳପଡ଼ା,୨୩ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ଶାସନପେଟା ଗ୍ରାମ ପାର୍ଶ୍ୱ ଜଙ୍ଗଲରୁ ଦୁଇ ଶିକାରୀ ହରିଣ ଶିକାର କରିଥିବାବେଳେ…

୭୦୧୫ ଚାଷୀଙ୍କ ଧାନବିକ୍ରି ଟୋକନ BLOCKED: ସମାଧାନ ନ ହେଲେ ବିଧାୟକ, ଏମ୍‌ପିଙ୍କ ଅଫିସ ଆଗରେ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ଦିନରେ ପହଞ୍ଚିଛି । ତେବେ ଧାନ ବିକ୍ରି ପାଇଁ ଆବେଦନ କରିଥିବା…

ପୋତାଗଡ଼ ଗଡଖାଇରୁ ଆହତ ହରିଣ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ସ୍ଥାନୀୟ ଯୁବକ

ଗଞ୍ଜାମ,୨୩।୫(ଅନାଥ ତରାଇ ): ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗ ନିକଟରୁ ଏକ ଅସହାୟ ହରିଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୋତାଗଡ଼…

ସୋସିଆଲ ମିଡିଆରେ ଏମିତି ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଶିକ୍ଷକ

ନୂଆପଡ଼ା,୨୩ା୫(ମକାରୁ ବେମାଲ):ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନୂଆପଡ଼ା ଜିଲାର ଜଣେ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସୂଚନା ମୁତାବକ, ନୂଆପଡ଼ା ଜିଲା କୋମନା ବ୍ଲକ…

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri