ନିଶା ଦେଇ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ

ବୁଗୁଡ଼ା,୯ା୪: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ନେଇ ଥାନାରେ ଏକ ମାମାଲା(ନଂ.୧୫୯/୨୧) ରୁଜୁ ହୋଇଛି। ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ନାବାଳିକା ଜଣକ ପୋଖରୀ ହିଡ଼ରେ ବସିଥିଲେ। ଅଭିଯୁକ୍ତ ତାଙ୍କୁ ଏକୁଟିଆ ପାଇ ବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକା ଜଣକ ଯୁବକଙ୍କ ହାତକୁ କାମୁଡ଼ିଦେଇ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ଯୁବକ ଜଣକ ନାବାଳିକାଙ୍କୁ ଜବରଦସ୍ତ ଗଞ୍ଜେଇ ଖୁଆଇ ଦେଇଥିଲେ। ଫଳରେ ନାବାଳିକା ଜଣକ ଚେତା ହରାଇ ତଳେ ପଡିଯିବାରୁ ଭୟରେ ଯୁବକ ଜଣକ ଖସି ପଳାଇଥିଲେ। ପରେ ସମସ୍ତ ଘଟଣା ଶୁଣିବା ପରେ ଝିଅକୁ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ନାବାଳିକାଙ୍କ ବାପା ଏ ନେଇ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଶୁକ୍ରବାର ଡାକ୍ତରୀ ମାଇନା ପରେ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ବିବାହିତ ଓ ତାଙ୍କର ୨ ସନ୍ତାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବି କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ହୋହଲ୍ଲା

କଟକ ଅଫିସ, ୧୮।୫: ଏସ୍‌ସିବି ମେଡିକାଲ ପରିସରସ୍ଥ କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ସୋମବାର ସକାଳେ ରୋଗୀଙ୍କ ସମ୍ପର୍କୀୟମାନେ ହୋହଲ୍ଲା କରିଥିଲେ। କୋଭିଡ୍‌ ୱାର୍ଡ ଭିତରକୁ ରୋଗୀ...

ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ଆହତ

ପୁରୀ ଅଫିସ,୧୮।୧୦: ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ ପିପିଲି ବାଇପାସ୍‌ ରାସ୍ତା ତରାକାଜ ଓଭରବ୍ରିଜ ପାର୍ଶ୍ୱରେ ଗୁରୁବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଗୁଳିରେ...

ଆଜିଠୁ ଯାନବାହନ ଯାଞ୍ଚ କଡ଼ାକଡ଼ି: ଧରାପଡ଼ିଲେ ଗଣିବେ ଜରିମାନା

ଭୁବନେଶ୍ୱର, ୧।୩ (ବ୍ୟୁରୋ): ଯାନବାହନ ମାଲିକ ଓ ଚାଳକଙ୍କୁ ଆଉ ମିଳିବନି ରିହାତି। ମାର୍ଚ୍ଚ ପହିଲାରୁ ସଂଶୋଧିତ ମୋଟର ଯାନ ଆଇନ ରାଜ୍ୟରେ କଡାକଡି ଲାଗୁହେବ।...

ଉପକୂଳ ରାଜପଥ ନିର୍ମାଣ ଦାବି

ପୁରୀ ଅଫିସ, ୪ା୧୧: କେନ୍ଦ୍ର ସରକାର ଭାରତମାଳା ଯୋଜନାରେ ଉପକୂଳ ରାଜପଥ ନିର୍ମାଣ ଘୋଷଣା କରିଛନ୍ତି। ମାତ୍ର ଗତ ୬ବର୍ଷ ହେଲା ଏହି ପ୍ରକଳ୍ପ ଆଗକୁ...

ସମନ୍ବିତ ଶିଶୁ ବିକାଶ ସେବା ଯୋଜନା ବାଟବନା:ଭଡ଼ା ଘରେ ଚାଲିଛେ ୩ ଅଙ୍ଗନଓ୍ବାଡି କେନ୍ଦ୍ର

ସିନାପାଲି, ୨୯।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ସିନାପାଲି ବ୍ଲକର ଅନେକ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜର ଘର ନଁାଇଁନ। ଯେନ୍‌ଥିରଲାଗି ଅନେକ କେନ୍ଦ୍ର ଭଡ଼ା ଘରେ ଚାଲୁଥିଲାବେଲେ...

ଭିସା କାରଖାନାରେ ଶ୍ରମିକ ଛଟେଇ ନୋଟିସ୍‌

କଳିଙ୍ଗନଗର,୨୪।୮(ଡି.ଏନ.ଏ)- କଳିଙ୍ଗନଗରସ୍ଥିତ ଭିସା କାରଖାରେ ଠିକା ଶ୍ରମିକଙ୍କୁ ଛଟେଇ ପାଇଁ ଶୁକ୍ରବାର କାରଖାନା କର୍ତ୍ତୃପକ୍ଷ କାରଖାନା ମୁଖ୍ୟ ଫାଟକରେ ନୋଟିସ କରିଛନ୍ତି। ଗତ ଦୁଇ ବର୍ଷ...

ରାଜ୍ୟରେ ୮୧ କରୋନା ଆକ୍ରାନ୍ତ ଚିହ୍ନଟ: ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର,୪।୩(ବ୍ୟୁରୋ): ରାଜ୍ୟରେ ଗୁରୁବାର ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୨ ଜଣ ଲୋକାଲ...

‘ସରକାରୀ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନରେ କରୋନା ପ୍ରତିଷେଧକ କଡ଼ାକଡ଼ି କରାଯାଉ’

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ସରକାରୀ କାର୍ଯ୍ୟାଳୟ ଓ ଶିଳ୍ପ କ୍ଷେତ୍ରରେ କରୋନା ପ୍ରତିଷେଧକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ। କାର୍ଯ୍ୟରତ ସମସ୍ତ ଶ୍ରମିକ, କର୍ମଚାରୀଙ୍କ ନିର୍ଦ୍ଧାରିତ ସମୟରେ ରକ୍ତ ନମୁନା...

Advertisement
Archives

Model This Week