ବସ୍‌ ଚାପାରେ ଚାଲିଗଲା ଜୀବନ

କେନ୍ଦୁଝର,୨୨ା୯ (ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ବିଟ ଅଧିନ ୨୦ ନମ୍ବର ଜାତୀୟ ରାଜପଥ ଟାଙ୍ଗରାଣୀ ହୋଟେଲ ମାନସ ସାମ୍ନାରେ କୌଶଲ୍ୟା ନାମକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହରିଚନ୍ଦନପୁରଥାନା ଦିନବନ୍ଧୁପୁର ଗ୍ରାମର ବିଶ୍ବନାଥ ମହାନ୍ତ।

ସୂଚନାନୁସାରେ, ବିଶ୍ବନାଥ ଏକ ଗାଡିରେ ବଡବିଲ ଅଭିମୁଖେ ଯାଉଥିବା ବେଳେ କୌଣସି କାରଣ ବଶତଃ ଗାଡିରୁ ଖସି ପଡିଥିଲେ। ତେବେ ବଡବିଲ ଅଭିମୁଖେ ଯାଉଥିବା ବସ୍‌ ତାଙ୍କ ମୁଣ୍ତ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ବିଶ୍ବନାଥଙ୍କ ମୃତ୍ୟୁ ଘଟିଛି। ପଳାଶପଙ୍ଗ ବିଟ ଅଧିକାରୀ ଭୋଳେଶ୍ବର ନାଏକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଅନ୍ୟପଟେ, ଦୁର୍ଘଟଣା ଘଟାଇଥିବା ବସ୍‌କୁ ଅଟକ ରଖାଯାଇଛି। ଏତଲା ମିଳିବା ପରେ ମାମଲା ରୁଜୁ ହେବ ବୋଲି ସଦର ଥାନା ଅଧିକାରୀ ସୁନିଲ କର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ଚଡ଼କ ମେଳାରେ ଅଘଟଣ

ଜଳେଶ୍ୱର,୧୨।୪(ନବୀନ ସାହୁ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବତ୍ରଧାରୀ ମହିଳାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ...

କ୍ଲବ ଘର ବାହାରେ ପଡ଼ିଛି ଖଣ୍ଡା, ଭିତରେ ପଡ଼ିଛି ଯୁବକଙ୍କ ମୃତଦେହ

ବାଙ୍କୀ,୧୨ା୪: କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ନୂଆସାହି କ୍ଲବ ଘର ଭିତରୁ...

ନିଜକୁ ପ୍ରାର୍ଥୀ ଘୋଷଣା କରି ମାହାଙ୍ଗାରୁ ନିର୍ବାଚନ ଲଢ଼ିବାକୁ କଲେ ଘୋଷଣା

ଭୁବନେଶ୍ୱର,୧୨।୪: ଦଳ ଟିକେଟ ଦେବା ପୂର୍ବରୁ ନିଜକୁ ପ୍ରାର୍ଥୀ ଘୋଷଣା କରିଛନ୍ତି ପିସିସି ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ। ଏକ ସାଧାରଣ ସଭାରେ କଟକ...

ଭାଜପାରେ କନ୍ଦଳ: ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ

ମାଣିଆବନ୍ଧ, ୧୨।୪(ଅଖିଳ କୁମାର ସାହୁ):କଟକ ଭାଜପା ଏମ୍‌ପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବଡ଼ମ୍ବା ବିଧାୟକ ପ୍ରାର୍ଥୀ ସମ୍ବିତ ତ୍ରିପାଠୀ ଗୁରୁବାର ଦଳୀୟ ଅସନ୍ତୁଷ୍ଟ କର୍ମୀଙ୍କ...

ବିଜେଡି ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ନାଏବ ସରପଞ୍ଚ

ନବରଙ୍ଗପୁର,୧୨।୪(ସଦାଶିବ ପ୍ରହରାଜ):ଋଣ ଦେବାକୁ କହି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡିରେ ମିଶାଉଥିବା ଅଭିଯୋଗ କରିଛନ୍ତି ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ନାଏବ...

ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି

ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri