କାମ ନ ସରୁଣୁ ଭୁଶୁଡିଲାଣି ବୁରୁଜ

ନାଉଗାଁ,୧୩ ।୮(ସ୍ବ.ପ୍ର): ବନ୍ୟା ଦାଉରୁ ଦୁର୍ବଳ ନଦୀବନ୍ଧକୁ ସୁରକ୍ଷା ଦେବା ପାଇଁ ଚିହ୍ନଟ ସ୍ଥାନରେ ଜଳସେଚନ ବିଭାଗ ପକ୍ଷରୁ ପଥର ପ୍ୟାକିଂ କରାଯିବା ସହ ବୁରୁଜ ନିର୍ମାଣ କରାଯାଉଛି। କିନ୍ତୁ ଏହି ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ କାମ ଠିକ୍‌ ଭାବେ କରାଯାଉ ନ ଥିବାରୁ ଅନେକ ସ୍ଥାନରେ ପଥର ଖସି ନଦୀ ମଧ୍ୟରେ ପଡୁଥିବା ଦେଖିବାକୁ ମିଳିଛି। ଏଭଳି ମଧ୍ୟ ଦେଖିବାକୁ ମିଳିଛି, ନାଉଗାଁ ବ୍ଲକର ଗାରୋଇଠାରେ ପ୍ରବାହିତ ଦେବୀ ନଦୀରେ। ଜୁଆର ଓ ବନ୍ୟାସ୍ରୋତ ନଦୀବନ୍ଧରେ ମାଡ଼ହେବା ଫଳରେ ବନ୍ଧ ଭାଙ୍ଗିବାର ଆଶଙ୍କା ରହିଥାଏ। ନଦୀବନ୍ଧକୁ ସୁରକ୍ଷା ତଥା ବନ୍ୟା ଜୁଆର ମାଡ଼ରୁ ବନ୍ଧକୁ ରକ୍ଷା କରିବା ପାଇଁ ପଥରପ୍ୟାକିଂ ଓ ବୁରୁଜ ନିର୍ମାଣ କରାଯାଉଛି। ଏହି ନଦୀରେ ଗାରୋଇରୁ ମାଛଗାଁ ନଦୀବନ୍ଧରେ ଗାରୋଇଠାରେ ଜଗତ୍‌ସିଂହପୁର ଜଳସେଚନ ଡିଭିଜନ ଅଧୀନରେ ନାଉଗାଁ ଜଳସେଚନ ସେକ୍ସନ ପକ୍ଷରୁ ବୁରୁଜ ନିର୍ମାଣ କରାଯାଉଛି। ସୂଚନାଫଳକ ତଥ୍ୟ ଅନୁସାରେ କାମ ଆରମ୍ଭ ୨୦୨୧ ମେ ୭ ଓ ଶେଷର ଅବଧି ୨୦୨୨ ଫେବୃୟାରୀ ୬ ତାରିଖ ରହିଛି। ବୁରୁଜ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ୬୫,୪୩,୮୧୩ ଟଙ୍କା ବ୍ୟୟ ବରାଦ ହୋଇଛି।
ଉକ୍ତ କାମ କରିବାକୁ ସୁଶୋଭନ ସାମନ୍ତରାୟଙ୍କୁ ନିର୍ଦ୍ଦେଶନାମା ପ୍ରଦାନ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଉଥିବା ବୁରୁଜଟି କାମ ନ ସରୁଣୁ ଭୁଶୁଡିବା ଆରମ୍ଭ କଲାଣି। ନିର୍ଦ୍ଦେଶନାମା ଅନୁସାରେ ଠିକାଦାର କାର୍ଯ୍ୟ ନ କରି ଭିତରେ ମାଟି ଭର୍ତ୍ତି କରି ଉପରେ ନାମକୁମାତ୍ର ଛୋଟ ଛୋଟ ପଥର ପକାଇ କାର୍ଯ୍ୟ ସାରିବାକୁ ବସିଛନ୍ତି। ଉକ୍ତ ବୁରୁଜ ନଦୀବନ୍ଧକୁ ସୁରକ୍ଷା ଦେବା ପରିବର୍ତ୍ତେ ନାମକୁମାତ୍ର ପାଣି ମାଡ଼ରେ ଭୁଶୁଡି ନଦୀ ମଧ୍ୟକୁ ପଥର ଖଣ୍ଡ ପଡିବା ଦେଖାଦେଇଛି। ତେଣୁ ନଦୀରେ ବନ୍ୟା ଓ ଜୁଆର ମାଡ଼ ହେଲେ ଉକ୍ତ ପଥର ବୁରୁଜର ଚିହ୍ନ ରହିବ ନାହିଁ ବୋଲି ନଦୀକୂଳିଆ ଆଶଙ୍କା ବ୍ୟକ୍ତ କରିଛନ୍ତି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଉଥିବା ବୁରୁଜଟି ଭୁଶୁଡିବା ଫଳରେ ୬୬ ଲକ୍ଷ ଟଙ୍କା ପାଣିରେ ପଡିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଉକ୍ତ ବ୍ଲକରେ ପ୍ରବାହିତ ଦେବୀ ନଦୀ ୩ଟି ଜଳସେଚନ ବିଭାଗ ଅଧୀନରେ ରହିଛି। ସେହିପରି ପୁରୀ ଜିଲାର କିଛି ଅଂଶ ଉକ୍ତ ବ୍ଲକ ଅଧୀନରେ ରହିଛି। ଆଳିପିଙ୍ଗଳଠାରୁ ଗାରୋଇ ପର୍ଯ୍ୟନ୍ତ ଅଲଣାହାଟ, ନାଉଗାଁ, ଜଗତ୍‌ସିଂହପୁର ଜଳସେଚନ ସେକ୍ସନ ଅଧୀନରେ ରହିଛି। ଦୀର୍ଘଦିନ ହେବ ଉକ୍ତ ବିଭାଗରେ ଯନ୍ତ୍ରୀମାନେ ଗୋଟିଏ ଡିଭିଜନରେ ରହି ଗୋଟିଏ ସେକ୍ସନରୁ ଅନ୍ୟ ସେକ୍ସନକୁ ସ୍ଥାନାନ୍ତର ହେଉଛନ୍ତି। ଯାହା ଫଳରେ ଯନ୍ତ୍ରୀମାନେ ନିଜ ହାତ ତିଆରି ଠିକାଦାର ନିଯୁକ୍ତ କରି ନଦୀବନ୍ଧ କାମ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଫଳରେ ଠିକାଦାରମାନେ ନାମକୁମାତ୍ର କାମ କରି ହାତ ଚିକ୍କଣ କରୁଛନ୍ତି। କେବଳ ଗାରୋଇ ନୁହେଁ, ଏହି ବ୍ଲକର ନଦୀବନ୍ଧର ବିଭିନ୍ନ ସ୍ଥାନରେ କାମ ହୋଇଥିବା ବେଳେ ସବୁ ସ୍ଥାନରେ ଏକା ଦୃଶ୍ୟ ଦେଖିବାକୁ ମିଳିଛି।
ଏ ବିଷୟରେ ନାଉଗାଁ ସେକ୍ସନ ଅଧୀନରେ ଥିବା ଯନ୍ତ୍ରୀ ଅନିଲ କୁମାର ରାଉତରାୟଙ୍କୁ ପଚାରିବାରେ ବୁରୁଜ ନିର୍ମାଣ କାମ ସରିନାହିଁ। ନଦୀରେ ପାଣି ଆସିବାରୁ କାମ ବନ୍ଦ ରହିଛି। ଯେଉଁସ୍ଥାନରେ ପଥର ଖସିଛି, ସେଠାରେ ପୁନର୍ବାର କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ରାଜନୀତିରେ ହଲଚଲ: ମମତା ବାନାର୍ଜୀଙ୍କୁ ଖୋଲା ଅଫର ଦେଲା କଂଗ୍ରେସ, କହିଲା-ବାକି ଥିବା ବିଧାୟକ, ସାଂସଦଙ୍କୁ…

ନୂଆଦିଲ୍ଲୀ, ୨।୧୦: ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା। ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀଙ୍କୁ କଂଗ୍ରେସକୁ ଫେରିବାକୁ ଖୋଲା ନିମନ୍ତ୍ରଣ ଦେଇଛନ୍ତି କଂଗ୍ରେସ ନେତା ଅଧୀର…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

ବର୍ଷା ପାଇଁ ଯଦି ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ବାତିଲ ହୋଇଯାଏ, ତେବେ କିଏ ସ୍ବର୍ଣ୍ଣ ପଦକ ପାଇବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ପାଇଁ ଭାରତ ଓ ପାକିସ୍ତାନ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାକୁ ଉତ୍ସାହର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?