କାମ ନ ସରୁଣୁ ଭୁଶୁଡିଲାଣି ବୁରୁଜ

ନାଉଗାଁ,୧୩ ।୮(ସ୍ବ.ପ୍ର): ବନ୍ୟା ଦାଉରୁ ଦୁର୍ବଳ ନଦୀବନ୍ଧକୁ ସୁରକ୍ଷା ଦେବା ପାଇଁ ଚିହ୍ନଟ ସ୍ଥାନରେ ଜଳସେଚନ ବିଭାଗ ପକ୍ଷରୁ ପଥର ପ୍ୟାକିଂ କରାଯିବା ସହ ବୁରୁଜ ନିର୍ମାଣ କରାଯାଉଛି। କିନ୍ତୁ ଏହି ପଥର ପ୍ୟାକିଂ ଓ ବୁରୁଜ ନିର୍ମାଣ କାମ ଠିକ୍‌ ଭାବେ କରାଯାଉ ନ ଥିବାରୁ ଅନେକ ସ୍ଥାନରେ ପଥର ଖସି ନଦୀ ମଧ୍ୟରେ ପଡୁଥିବା ଦେଖିବାକୁ ମିଳିଛି। ଏଭଳି ମଧ୍ୟ ଦେଖିବାକୁ ମିଳିଛି, ନାଉଗାଁ ବ୍ଲକର ଗାରୋଇଠାରେ ପ୍ରବାହିତ ଦେବୀ ନଦୀରେ। ଜୁଆର ଓ ବନ୍ୟାସ୍ରୋତ ନଦୀବନ୍ଧରେ ମାଡ଼ହେବା ଫଳରେ ବନ୍ଧ ଭାଙ୍ଗିବାର ଆଶଙ୍କା ରହିଥାଏ। ନଦୀବନ୍ଧକୁ ସୁରକ୍ଷା ତଥା ବନ୍ୟା ଜୁଆର ମାଡ଼ରୁ ବନ୍ଧକୁ ରକ୍ଷା କରିବା ପାଇଁ ପଥରପ୍ୟାକିଂ ଓ ବୁରୁଜ ନିର୍ମାଣ କରାଯାଉଛି। ଏହି ନଦୀରେ ଗାରୋଇରୁ ମାଛଗାଁ ନଦୀବନ୍ଧରେ ଗାରୋଇଠାରେ ଜଗତ୍‌ସିଂହପୁର ଜଳସେଚନ ଡିଭିଜନ ଅଧୀନରେ ନାଉଗାଁ ଜଳସେଚନ ସେକ୍ସନ ପକ୍ଷରୁ ବୁରୁଜ ନିର୍ମାଣ କରାଯାଉଛି। ସୂଚନାଫଳକ ତଥ୍ୟ ଅନୁସାରେ କାମ ଆରମ୍ଭ ୨୦୨୧ ମେ ୭ ଓ ଶେଷର ଅବଧି ୨୦୨୨ ଫେବୃୟାରୀ ୬ ତାରିଖ ରହିଛି। ବୁରୁଜ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ୬୫,୪୩,୮୧୩ ଟଙ୍କା ବ୍ୟୟ ବରାଦ ହୋଇଛି।
ଉକ୍ତ କାମ କରିବାକୁ ସୁଶୋଭନ ସାମନ୍ତରାୟଙ୍କୁ ନିର୍ଦ୍ଦେଶନାମା ପ୍ରଦାନ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଉଥିବା ବୁରୁଜଟି କାମ ନ ସରୁଣୁ ଭୁଶୁଡିବା ଆରମ୍ଭ କଲାଣି। ନିର୍ଦ୍ଦେଶନାମା ଅନୁସାରେ ଠିକାଦାର କାର୍ଯ୍ୟ ନ କରି ଭିତରେ ମାଟି ଭର୍ତ୍ତି କରି ଉପରେ ନାମକୁମାତ୍ର ଛୋଟ ଛୋଟ ପଥର ପକାଇ କାର୍ଯ୍ୟ ସାରିବାକୁ ବସିଛନ୍ତି। ଉକ୍ତ ବୁରୁଜ ନଦୀବନ୍ଧକୁ ସୁରକ୍ଷା ଦେବା ପରିବର୍ତ୍ତେ ନାମକୁମାତ୍ର ପାଣି ମାଡ଼ରେ ଭୁଶୁଡି ନଦୀ ମଧ୍ୟକୁ ପଥର ଖଣ୍ଡ ପଡିବା ଦେଖାଦେଇଛି। ତେଣୁ ନଦୀରେ ବନ୍ୟା ଓ ଜୁଆର ମାଡ଼ ହେଲେ ଉକ୍ତ ପଥର ବୁରୁଜର ଚିହ୍ନ ରହିବ ନାହିଁ ବୋଲି ନଦୀକୂଳିଆ ଆଶଙ୍କା ବ୍ୟକ୍ତ କରିଛନ୍ତି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଉଥିବା ବୁରୁଜଟି ଭୁଶୁଡିବା ଫଳରେ ୬୬ ଲକ୍ଷ ଟଙ୍କା ପାଣିରେ ପଡିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଉକ୍ତ ବ୍ଲକରେ ପ୍ରବାହିତ ଦେବୀ ନଦୀ ୩ଟି ଜଳସେଚନ ବିଭାଗ ଅଧୀନରେ ରହିଛି। ସେହିପରି ପୁରୀ ଜିଲାର କିଛି ଅଂଶ ଉକ୍ତ ବ୍ଲକ ଅଧୀନରେ ରହିଛି। ଆଳିପିଙ୍ଗଳଠାରୁ ଗାରୋଇ ପର୍ଯ୍ୟନ୍ତ ଅଲଣାହାଟ, ନାଉଗାଁ, ଜଗତ୍‌ସିଂହପୁର ଜଳସେଚନ ସେକ୍ସନ ଅଧୀନରେ ରହିଛି। ଦୀର୍ଘଦିନ ହେବ ଉକ୍ତ ବିଭାଗରେ ଯନ୍ତ୍ରୀମାନେ ଗୋଟିଏ ଡିଭିଜନରେ ରହି ଗୋଟିଏ ସେକ୍ସନରୁ ଅନ୍ୟ ସେକ୍ସନକୁ ସ୍ଥାନାନ୍ତର ହେଉଛନ୍ତି। ଯାହା ଫଳରେ ଯନ୍ତ୍ରୀମାନେ ନିଜ ହାତ ତିଆରି ଠିକାଦାର ନିଯୁକ୍ତ କରି ନଦୀବନ୍ଧ କାମ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଫଳରେ ଠିକାଦାରମାନେ ନାମକୁମାତ୍ର କାମ କରି ହାତ ଚିକ୍କଣ କରୁଛନ୍ତି। କେବଳ ଗାରୋଇ ନୁହେଁ, ଏହି ବ୍ଲକର ନଦୀବନ୍ଧର ବିଭିନ୍ନ ସ୍ଥାନରେ କାମ ହୋଇଥିବା ବେଳେ ସବୁ ସ୍ଥାନରେ ଏକା ଦୃଶ୍ୟ ଦେଖିବାକୁ ମିଳିଛି।
ଏ ବିଷୟରେ ନାଉଗାଁ ସେକ୍ସନ ଅଧୀନରେ ଥିବା ଯନ୍ତ୍ରୀ ଅନିଲ କୁମାର ରାଉତରାୟଙ୍କୁ ପଚାରିବାରେ ବୁରୁଜ ନିର୍ମାଣ କାମ ସରିନାହିଁ। ନଦୀରେ ପାଣି ଆସିବାରୁ କାମ ବନ୍ଦ ରହିଛି। ଯେଉଁସ୍ଥାନରେ ପଥର ଖସିଛି, ସେଠାରେ ପୁନର୍ବାର କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri