ଉତ୍ତାପ ପାଇଁ ପୋଷାକ ଜାଳୁଛନ୍ତି

ମସ୍କୋ, ୩ା୩: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣର ଯନ୍ତ୍ରଣା କେବଳ ୟୁକ୍ରେନବାସୀ ନୁହଁନ୍ତି, ସେଠାରୁ ଜୀବନ ରକ୍ଷା ପାଇଁ ପଳାୟନ କରୁଥିବା ଅନ୍ୟ ଦେଶର ଲୋକେ ମଧ୍ୟ ଭୋଗୁଛନ୍ତି। ଆଫ୍ରିକା, ମଧ୍ୟପ୍ରାଚ୍ୟ, ଭାରତ ସମେତ ବିଭିନ୍ନ ଦେଶର ଲୋକେ ୟୁକ୍ରେନ୍‌ ସୀମାରେ ଉଦ୍ଧାର ପାଇଁ ସାହାଯ୍ୟକୁ ଅପେକ୍ଷା କରିଛନ୍ତି। ଜାତିସଂଘ ଶରଣାର୍ଥୀ ଏଜେନ୍ସିର ଆକଳନ ଅନୁସାରେ ପ୍ରାୟ ୬ ଲକ୍ଷ ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକ ୟୁକ୍ରେନ୍‌ ସୀମା ପାରହୋଇ ଅନ୍ୟ ଦେଶକୁ ପଳାଇଛନ୍ତି। ଆହୁରି ଲକ୍ଷାଧିକ ଲୋକ ୟୁକ୍ରେନ ସୀମାରେ ପଡ଼ି ରହିଛନ୍ତି। ଖାଦ୍ୟ, ପାନୀୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଭିତରେ ଭୀଷଣ ଥଣ୍ଡା ସେମାନଙ୍କ କଷ୍ଟକୁ ଆହୁରି ବଢ଼ାଇ ଦେଇଛି। କୌଣସି ମତେ ପୋଲାଣ୍ଡକୁ ଆସିଥିବା ଜଣେ ୩୧ ବର୍ଷୀୟ ସୋମାଲି ଯୁବକ ମୁସ୍ତାଫା ମହମ୍ମଦ କହିଛନ୍ତି, ସୀମାରେ ବହୁ ସଂଖ୍ୟାରେ ଲୋକେ ସହାୟତା ଅପେକ୍ଷାରେ ଅଛନ୍ତି। ବିନା ଖାଇବା ପିଇବାରେ ଛୋଟ ପିଲାଙ୍କୁ ଧରି ଅନେକ ସେଠାରେ ପଡ଼ି ରହିଛନ୍ତି। ଭୀଷଣ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଅନେକେ ସାଙ୍ଗରେ ଆଣିଥିବା ପୋଷାକ ଜାଳୁଛନ୍ତି। ଯୁଦ୍ଧ ପୂର୍ବରୁ ସବୁ କିଛି ଠିକଥିଲା। ଏବେ ସହର ସାରା ସୈନ୍ୟ ଛାଉଣୀ, ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳୁଛି। ଏପରି ଯୁଦ୍ଧ ହେବ ବୋଲି କେବେ କଳ୍ପନା କରି ନ ଥିଲି। ୧୦ ବର୍ଷରୁ ଊର୍ଦ୍ଧ୍ୱ ୟୁକ୍ରେନ୍‌ରେ ରହିବା ପରେ ଏବେ ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସିବାରେ ସଫଳ ହୋଇଛି। ସୀମାରେ ହଜାର ହଜାର ସଂଖ୍ୟାରେ ଆଫ୍ରିକୀୟ ଅଛନ୍ତି। କିନ୍ତୁ ଟ୍ରେନ୍‌, ବସ୍‌ରେ ପ୍ରଥମେ ୟୁକ୍ରେନ୍‌ ନାଗରିକଙ୍କୁ ଚଢ଼ିବା ପାଇଁ ଅନୁମତି ଦିଆଯାଉଛି। ଛୋଟ ଛୋଟ ବସ୍‌ରେ ବହୁ ସଂଖ୍ୟାରେ ଲୋକ ଏକସଙ୍ଗରେ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଆସୁଛନ୍ତି। ଏ ସବୁ ଦୃଶ୍ୟ ବେଶ୍‌ ହୃଦୟବିଦାରକ ବୋଲି ସେ ତାଙ୍କ ଅନୁଭୂତି ବଖାଣିଛନ୍ତି।

ରୁଷିଆରେ ସ୍କୁଲ ପିଲା ବନ୍ଦୀ

ଯୁଦ୍ଧ ବିରୋଧୀ ଆନ୍ଦୋଳନକୁ ରୁଷିଆର କେତେକ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ର ଓହ୍ଲାଇ ରାସ୍ତାରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ପୋଲିସ ଉଠାଇ ନେଇ ବନ୍ଦୀ କରି ରଖିଥିବା ଫଟୋ ଭାଇରାଲ ହୋଇଛି। ନୋବେଲ ପୁରସ୍କାରପ୍ରାପ୍ତ ନ୍ୟୁଜପେପର ଏହି ଖବରକୁ ପ୍ରସାର କରିଛି। ଶେୟାର କରାଯାଇଥିବା ଫଟୋରେ ଛୋଟ ପିଲାଙ୍କୁ ପୋଲିସ ଗାଡ଼ିରେ ବସାଯାଇଥିବା, ଥାନାକୁ ନିଆଯାଇଥବା ଦେଖିବାକୁ ମିଳିଛି। ଏଥିସହ ପିଲାମାନେ ହାତରେ ପ୍ଲା କାର୍ଡ, ଫୁଲ ଆଦି ଧରିଥିବା ଦେଖାଯାଇଛି।

ଅପରାଧୀଙ୍କ ହାତରେ ଅସ୍ତ୍ର

ୟୁକ୍ରେନ୍‌ ଉପରକୁ ରୁଷୀୟ ସୈନ୍ୟଙ୍କ ଆକ୍ରମଣ ସାଙ୍ଗକୁ ଦେଶରେ ବଢ଼ିଚାଲିଛି ହତ୍ୟା, ବଳାତ୍କାର ଏବଂ ଲୁଟ୍‌ ଭଳି ଅନେକ ଅପରାଧିକ କାରବାର। ରାଷ୍ଟ୍ରପତି ଜେଲେନସ୍କିଙ୍କ ଆହ୍ବାନକ୍ରମେ ୟୁକ୍ରେନ୍‌ର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି କଏଦୀ ରୁଷିଆ ସୈନ୍ୟ ବିରୋଧରେ ଅସ୍ତ୍ର ଉଠାଛନ୍ତି। ଅପରାଧୀମାନେ ସୈନ୍ୟ ଅସ୍ତ୍ର ଧରି ଦେଶରେ ଖୋଲାଖୋଲି ଭାବେ ଲୋକଙ୍କୁ ଡରା ଧମକ ଦେଇ ଲୁଟ୍‌ପାଟ୍‌ କରୁଥିବାବେଳେ ମହିଳାଙ୍କୁ ବଳାତ୍କାର ସାଙ୍ଗକୁ ହତ୍ୟା କରୁଥିବା ଦେଖିବାକୁ ମିଳିଛି। ୟୁକ୍ରେନ୍‌ର ଗୋଞ୍ଜାଲୋ ଲିରା ନାମକ ଜଣେ ଲେଖକ ଏହା ଦାବି କରିଛନ୍ତି। ଦେଶ ସୁରକ୍ଷା ପାଇଁ ଜେଲେନସ୍କି ସାଧାରଣ ଲୋକଙ୍କୁ ଅସ୍ତ୍ର ଉଠାଇବାକୁ ଆହ୍ବାନ ଦେବା କାରଣରୁ ରାଷ୍ଟ୍ରରେ ଏ ପ୍ରକାର ଅରାଜକତା ପରିସ୍ଥିତି ଉପୁଜିଥିବା ଲିରା କହିଛନ୍ତି। ଟୁଇଟରରେ ଏକ ଭିଡିଓ ଶେୟାର କରି ଲେରା ୟୁକ୍ରେନ୍‌ରେ ଯୁଦ୍ଧବେଳର ସ୍ଥିତିକୁ ଦେଖାଇଛନ୍ତି। ରୁଷୀୟ ସୈନ୍ୟଙ୍କ ଗୁଳିରେ ନୁହେଁ, ଅସ୍ତ୍ର ଧରିଥିବା ୟୁକ୍ରେନ୍‌ ଅପରାଧୀଙ୍କ ଗୁଳି କେତେବେଳେ ତାଙ୍କ ପ୍ରାଣ ନେଇଯାଇ ପାରେ ବୋଲି ସେ ଭିଡିଓ ବାର୍ତ୍ତାରେ କହିଛନ୍ତି। ଏ ନେଇ ଲିରା ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଦାୟୀ କରିଛନ୍ତି। ରୁଷୀୟ ସେନାଙ୍କୁ ବିରୋଧ କରିବା ଆଳରେ ଅପରାଧୀମାନେ ଅସ୍ତ୍ରର ଦୁରୁପଯୋଗ କରୁଛନ୍ତି। ମୃତ୍ୟୁ ଭୟରେ ଲୋକେ ଆତଙ୍କିତ ଥିବାବେଳେ ସେମାନଙ୍କୁ ଅସ୍ତ୍ରଧାରୀ ଅପରାଧୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ପାଶ୍ଚାତ୍ୟ ଗଣମାଧ୍ୟମ ଏ ସମ୍ପର୍କିତ ଖବର ପ୍ରସାରଣ କରୁ ନଥିବା ଲିରା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri