Posted inଜାତୀୟ

ରେଳଲାଇନ୍‌ରେ ବିଡ଼ା ବିଡ଼ା ଟଙ୍କା…

ଚେନ୍ନାଇ,୨୬।୮: ରେଳଲାଇନ୍‌ରେ ବିଡ଼ା ବିଡ଼ା ୫ ଶହ ଏବଂ ଦୁଇ ହଜାରେ ଟଙ୍କିଆ ନୋଟ୍‌ ବିଛାଡ଼ି ହୋଇ ପଡିଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ପରେ  ଜଣାପଡ଼ିଥିଲା ସମସ୍ତ ନୋଟ୍‌ ନକଲି। ଏଭଳି ଅଭାବନୀୟ ଘଟଣା ତାମିଲନାଡୁର ଧର୍ମପୁରୀ ଷ୍ଟେଶନ ନିକଟରେ ଘଟିଛି। ଖବର ପ୍ରଚାରିତ ହେବା ପରେ ଲୋକେ ଘଟଣାସ୍ଥଳକୁ ଛୁଟିବାରେ ଲାଗିଲେ। ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନୋଟ୍‌ ବିଡ଼ା ଗୁଡ଼ିକୁ ଜବତ କରିଥିଲେ। ରେଳ ଅଧିକାରୀ ରାମକୁମାର ଥୋପପୁର ନିକଟରେ ବେଙ୍ଗାଲୁରୁ-ସଲେମ୍‌ ରେଲଓ୍ବେ ଲାଇନ୍‌ ଯାଞ୍ଚ୍‌ କରୁଥିବା ସମୟରେ ଏସବୁ ନୋଟ୍‌ ବିଡ଼ାକୁ ଦେଖିଥିଲେ। ଏନେଇ ସେ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ସବ୍‌ ଇନସ୍ପେକ୍ଟର ଭେଙ୍କଟଛଲମ୍‌ଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚିଥିଲେ। ସେମାନେ ନୋଟ୍‌ ବିଡ଼ା ଯାଞ୍ଚ୍‌ କରି ଥିଲେ। ସେ ସବୁ ନକଲି ବୋଲି ଜଣାପଡ଼ିଥିଲା। ଏକ କାଗଜ ପେଟିରେ ମଧ୍ୟ ଭର୍ତ୍ତି ହୋଇଥିବା ନକଲି ନୋଟ୍‌ ବିଡ଼ାକୁ ଜବତ କରାଯାଇଥିଲା। ତେବେ ଏହା କିପରି ରେଳ ଲାଇନ୍‌ ନିକଟକୁ ଆସିଲା ସେ ନେଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୯କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ,୧୩ା୨(ପି.ଟି.): କୋଟିଆ ସୀମା ବିବାଦକୁ ନେଇ ଓଡ଼ିଶା ପକ୍ଷରୁ ଦାଏର ଅଦାଲତ ଅବମାନନା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଆନ୍ଧ୍ର ପ୍ରଦେଶକୁ ଜବାବ ତଲବ କରିଛନ୍ତି।...

ପାଟ୍ରୋଲିଂ ବେଳେ ବିସ୍ଫୋରଣ

ଜମ୍ମୁ, ୩୧।୧୦: ଜମ୍ମୁ-କଶ୍ମୀରର ରାଜୌରୀ ଜିଲା ଅଧୀନ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟ ଆଗୁଆ ଘାଟିରେ ଶନିବାର ବିସ୍ଫୋରଣ ଘଟି ଜଣେ ସେନା ଅଫିସର ଓ...

ମହିଳାଙ୍କୁ ଆତଙ୍କବାଦ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ଆତଙ୍କବାଦୀ…

ଶ୍ରୀନଗର,୨୭।୧୧ : କାଶ୍ମୀରର ତିନୋଟି ଜିଲା ଆତଙ୍କବାଦରୁ ମୁକ୍ତ ହୋଇଛି। ଚଳିତ ବର୍ଷ ୧୮୯ ଆତଙ୍କବାଦୀଙ୍କର ଏନକାଉଣ୍ଟର କରାଯାଇଛି ବୋଲି ଏଡିଜିପି କଶ୍ମୀର ଜୋନ ବିଜୟ...

୨୦୨୪ ପାଇଁ ବିହାରରୁ ବିଗୁଲ ବଜାଇଲା ଭାଜପା

ନୂଆଦିଲ୍ଲୀ,୫।୧: ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନ ଏବଂ ୨୦୨୫ ବିହାର ବିଧାନସଭା ନିର୍ବାଚନ ଲାଗି ଭଜାପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବିହାର ମୁଜାଫରପୁର...

ସେପ୍ଟେମ୍ବର ୩୦ରେ ନାମାଙ୍କନପତ୍ର ଦାଖଲ କରିବେ ଦିଗବିଜୟ

ନୂଆଦିଲ୍ଲୀ,୨୯।୯: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ...

ଲୋକ ସଭା ଉପବାଚସ୍ପତି ପଦ ଓ୍ବାଇଏସଆର୍‌ କଂଗ୍ରେସକୁ ଦିଆଯାଇପାରେ

ନୂଆଦିଲ୍ଲୀ. ୧୨।୬: ଆନ୍ଧ୍ର ପ୍ରଦେଶର ଜଗନମୋହନଙ୍କ ନେତୃତ୍ୱାଧୀନ ଓ୍ବାଇଏସଆର କଂଗ୍ରେସକୁ ଏଥର ଲୋକ ସଭା ଉପବାଚସ୍ପତି ପଦ ଅଫର୍‌ ଭାଜପା ଦେଇପାରେ। ମଙ୍ଗଳବାର ଭାଜପା ସାଂସଦ...

କର୍ନାଟକର କୋଭିଡ୍‌ ମୁକାବିଲା : ୧୬୧୦ କୋଟିର ପ୍ୟାକେଜ୍‌ ଘୋଷଣା

ବେଙ୍ଗାଲୁରୁ,୭ା୫(ପି.ଟି.): ଲକ୍‌ଡାଉନ ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଲୋକମାନଙ୍କ ସହାୟତା ଲାଗି କର୍ନାଟକ ସରକାର ବୁଧବାର ୧୬୧୦ କୋଟି ଟଙ୍କାର ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିଛନ୍ତି।...

୧୦୦ ଶ୍ରେଷ୍ଠ ଧନୀଙ୍କ ସମ୍ପତ୍ତି ୨୫ ବିଲିୟନ ଡଲାର ବଢ଼ିଛି

ନୂଆଦିଲ୍ଲୀ,୩୦।୧୧: ଭାରତର ୧୦୦ ଜଣ ଶ୍ରେଷ୍ଠ ଧନୀଙ୍କ ସମ୍ପତ୍ତି ୨୦୨୨ରେ ୨୫ ବିଲିୟନ ଡଲାର ବୃଦ୍ଧି ପାଇଛି। ଫୋର୍ବସ୍‌ ୨୦୨୨ ତାଲିକା ଅନୁଯାୟୀ ଦେଶର ସର୍ବାଧିକ...

Advertisement
Archives

Model This Week