Posted inଖେଳ

କୋହଲିଙ୍କୁ ୪୪୦ ବୋଲ୍ଟର ଝଟ୍‌କା ଦେଲେ ବୁମ୍‌ରା

ମୁମ୍ବାଇ,୧୨।୪: ଆଇପିଏଲ ୨୦୨୪ରେ, ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ମୁମ୍ବାଇ ଟସ ଜିତି ଆରସିବିକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଫର୍ମରେ ଥିବା ବିରାଟ କୋହଲି ମାତ୍ର ୩ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ତାଙ୍କୁ ଆଉଟ୍‌ କରିଥିବା ବୋଲର ଅନ୍ୟ କେହି ନୁହଁନ୍ତି, ଜଶପ୍ରୀତ ବୁମ୍‌ରା। ବିରାଟ ତାଙ୍କ ଇନିଂସରେ ୯ଟି ବଲ ଖେଳିଥିଲେ, ଏଥିରେ ସେ ମାତ୍ର ୩ ରନ ସ୍କୋର କରିପାରନ୍ତି। ତାଙ୍କୁ ବୁମ୍‌ରାଙ୍କ ବଲରେ ଉଇକେଟ କିପର ଇଶାନ କିଶନ କ୍ୟାଚ୍‌ ଧରିଥିଲେ। ଏହା ପ୍ରଥମ ଥର ନୁହେଁ ଯେ, ବୁମ୍‌ରା କୋହଲିଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି କାରଣ ବୁମରା ଏହି ଯୁଦ୍ଧରେ ୪ ଥର ଜିତିଛନ୍ତି।
ବୁମରା ୨୦୧୩ରେ ଆଇପିଏଲ ଡେବ୍ୟୁ କରିଥିଲେ ଏବଂ ଏହା ପରେ ଲିଗର ୧୧ଟି ସିଜନରେ ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍‌ରା ଆଜି ପର୍ଯ୍ୟନ୍ତ ୧୬ ଇନିଂସରେ ମୁହାଁମୁହିଁ ହୋଇଛନ୍ତି। ବିରାଟ ଏହି ୧୬ ଇନିଂସରେ ବୁମରାଙ୍କ ଠାରୁ ୯୫ ବଲ୍‌ର ସମ୍ମୁଖୀନ ହୋଇଥିଲେ, ଏଥିରେ ସେ ୧୪୭.୪ର ଜବରଦସ୍ତ ଷ୍ଟ୍ରାଇକ ହାରରେ ୧୪୦ ରନ ସଂଗ୍ରହ କରିଥିଲେ। କିନ୍ତୁ ଏହି ଯୁଦ୍ଧରେ ୫ ଥର ବୁମ୍‌ରା ରାଜା କୋହଲିଙ୍କୁ ପାଭିଲିୟନକୁ ପଠାଇବାରେ ସଫଳ ହୋଇଛନ୍ତି। ଏମଆଇ ବନାମ ଆରସିବି ମ୍ୟାଚର ଏହି ଉଇକେଟ ଆଇପିଏଲରେ ପଞ୍ଚମ ଥର ଯେତେବେଳେ ବିରାଟ କୋହଲି ବୁମରାଙ୍କ ବଲରେ ଆଉଟ ହୋଇଥିଲେ।
ଜସପ୍ରୀତ ବୁମ୍‌ରା ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କ ଉଇକେଟ ନେବାରେ ସଫଳ ହୋଇଥିଲେ। କିନ୍ତୁ ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ସେ ପୂର୍ବତନ ଆରସିବି ଅଧିନାୟକଙ୍କୁ ଥରେ ପ୍ୟାଭିଲିୟନକୁ ପଠାଇବାରେ ସକ୍ଷମ ହୋଇ ନ ଥିଲେ। କିନ୍ତୁ ୨୦୧୯ ପରଠାରୁ ବୁମ୍‌ରା କ୍ରମାଗତ ଭାବରେ ପ୍ରାଧାନ୍ୟ ବିସ୍ତାର କରିଆସୁଛି। ୨୦୧୯ ପରେ କୋହଲି ବୁମରାଙ୍କ ୨୯ଟି ବଲ୍‌ର ସମ୍ମୁଖୀନ ହୋଇ ୪୧ ରନ କରିଛନ୍ତି। କିନ୍ତୁ ବିରାଟ କୋହଲିଙ୍କ ଉଇକେଟ ମଧ୍ୟ ୪ ଥର ନେଇଛନ୍ତି। ୨୦୧୯ପରେ ବୁମରାଙ୍କ ବିପକ୍ଷରେ କୋହଲିଙ୍କ ହାରାହାରି ମାତ୍ର ୧୦.୨୫ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri