Posted inଖେଳ

ଟେଷ୍ଟରେ ଇତିହାସ ରଚିଲେ ବୁମ୍ରା, କପିଲ ଦେବ-ଅଶ୍ୱିନଙ୍କ ରେକର୍ଡ ଭାଙ୍ଗିଲେ…

ବିଶାଖାପଟ୍ଟନମ,୩।୨ : ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ବିଶାଖାପଟ୍ଟନମ ଟେଷ୍ଟରେ ବ୍ରିଟିଶ ବ୍ୟାଟ୍ସମ୍ୟାନଙ୍କୁ ପରାସ୍ତ କରିଛନ୍ତି। ସେ ନିଜ ଟେଷ୍ଟ କ୍ୟାରିୟରର ଦଶମ ଥର ପାଇଁ ପାଞ୍ଚ ୱିକେଟ ନେଇଛନ୍ତି। ସେ ଚତୁର୍ଥ ୱିକେଟ ନେବା ମାତ୍ରେ ୧୫୦ ତମ ଟେଷ୍ଟ ୱିକେଟ ମଧ୍ୟ ପୂରଣ କରିଥିଲେ। ସେ ଭାରତ ପାଇଁ ୧୫୦ ଟେଷ୍ଟ ୱିକେଟ ନେଇ ୧୭ ତମ ବୋଲର ହୋଇଛନ୍ତି। କେବଳ ଏତିକି ନୁହେଁ, ପଞ୍ଚମ ୱିକେଟ ନେଇ ସେ ରବି ଶାସ୍ତ୍ରୀଙ୍କ ୧୫୧ ଟେଷ୍ଟ ୱିକେଟ ସହ ସମାନ ହୋଇଛନ୍ତି। ଏହା ସହିତ ବୁମ୍ରା ମଧ୍ୟ ଭାରତ ପାଇଁ ସବୁଠାରୁ କମ ବଲରେ ୧୫୦ ଟେଷ୍ଟ ୱିକେଟ ନେବାକୁ ଭାରତୀୟ ବୋଲର ହୋଇଛନ୍ତି। ଏଥି ସହିତ ସେ କପିଲ ଦେବଙ୍କ ୪୧ ବର୍ଷ ପୁରୁଣା ରେକର୍ଡ ସହ ମଧ୍ୟ ସମକ୍ଷକ ହୋଇଛନ୍ତି।

୧୯୮୩ରେ ଅହମଦାବାଦ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କପିଲ ଦେବ ୮୩ରନରେ ୯ ୱିକେଟ ନେଇଥିଲେ। ବର୍ତ୍ତମାନ ବୁମ୍ରା ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ଭାରତୀୟ ପେସର୍‌ ହୋଇପାରିଛନ୍ତି। ସେ କପିଲ ଦେବଙ୍କ ୪୧ ବର୍ଷ ପୁରୁଣା ରେକର୍ଡ ସହିତ ସମାନ ହୋଇଛନ୍ତି।

ଏହି ଇନିଂସରେ ସେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ, ଓଲି ପୋପ, ଜନି ବେୟାରଷ୍ଟୋ ଏବଂ ବେନ ଷ୍ଟୋକ୍ସଙ୍କୁ ପାଭିଲିୟନ ଫେରାଇ ଦେଇଛନ୍ତି। ସେ ଇନିଂସରେ ୧୫.୫ ଓଭର ବୋଲିଂ କରି ୪୫ ରନରେ ୬ ୱିକେଟ ନେଇଥିଲେ। ଇଂଲଣ୍ଡ ଦଳ ୨୫୩ ରନରେ ଅଲ ଆଉଟ ହୋଇଥିଲା। ଏହା ସହ ପ୍ରଥମ ଇନିଂସରେ ୩୯୬ରନ ସ୍କୋର କରିଥିବା ଟିମ ଇଣ୍ଡିଆ ୧୪୩ ରନ ଅଗ୍ରଣୀ ହାସଲ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଦୀରେ ଭାସିଗଲେ ଗୋପାଳକ, ଅଗ୍ନିଶମ ବିଭାଗ ପକ୍ଷରୁ ଚାଲିଛି ଖୋଜାଖୋଜି

ପଦ୍ମପୁର,୨୨।୭ (ପ୍ରଦୀପ୍ତ ଦାଶ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଥିବା ଅଙ୍ଗନଦୀରେ ଭାସିଯାଇ ଜଣେ ଗୋପାଳକ ନିଖୋଜ ହୋଇଥିବା ଘଟଣା…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ…

CJPର ଆନ୍ଦୋଳନ ପରେ ସୋସିଆଲ ମିଡିଆରେ ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୨୨।୭: CJP (ସିଜେପି)ର ‘ଚଲୋ ସଂସଦ’ ପ୍ରଦର୍ଶନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ସାର୍ବଜନୀନ ପ୍ରତିକ୍ରିୟା ରଖିଛନ୍ତି। ସେ କଂଗ୍ରେସ ନେତା…

ରାହୁଲ ଗାନ୍ଧୀଙ୍କ ପିଏମ ଆବାସ ସମ୍ମୁଖରେ ଆନ୍ଦୋଳନ ପରେ ପଡିଲା ପ୍ରଭାବ: ସରକାରଙ୍କ ପକ୍ଷରୁ…

ନୂଆଦିଲ୍ଲୀ,୨୨।୭: NEET ପରୀକ୍ଷା ବିବାଦକୁ ନେଇ ବିରୋଧୀଙ୍କ ପ୍ରଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଭିତରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଜବାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri