ଓଡ଼ିଶାରେ ଚାଲିବ ବୁଲ୍‌ଡୋଜର

ସମ୍ବଲପୁର (ପ୍ରମୋଦ ବହିଦାର)/ ଭୁବନେଶ୍ୱର (ଅନିଲ ଦାସ) ୧୮ା୭: ରାଜ୍ୟରେ ସରକାରୀ ଜମି ଜବରଦଖଲକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଜବରଦଖଲକାରୀ ଯେତେ ପ୍ରଭାବଶାଳୀ ହୁଅନ୍ତୁ ନା କାହିଁକି, ତାଙ୍କ ଅସଲ ମୁଖା ଖୋଲାଯିବ। ଜଙ୍ଗଲ ଜମି ହେଉ ବା ସରକାରୀ ଜମି, ବେଆଇନ ଭାବେ ନିର୍ମାଣ ହୋଇଥିବା ସମସ୍ତ ଅଟ୍ଟାଳିକା ଉପରେ ବୁଲ୍‌ଡୋଜର ଚାଲିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର କହିଛନ୍ତି। ସମ୍ବଲପୁରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ ପୂର୍ବରୁ ଲୋକଦେଖାଣିଆ ଭାବେ ଜବରଦଖଲ ଉଚ୍ଛେଦ ଆଳରେ ପ୍ରଶାସନ ଗରିବ ଲୋକଙ୍କ ଉପରେ ଦାଉ ସାଧୁଥିଲା। ମୁଣ୍ଡ ଗୁଞ୍ଜିବା ପାଇଁ ୩/୪ ଡିସିମିଲ ସରକାରୀ ଜମିରେ ଘର ତିଆରି କରିଥିବା ଭୂମିହୀନ ଗରିବ ଲୋକଙ୍କୁ ଉଚ୍ଛେଦ କରି ବାହାବା ନେବାରେ ସୀମିତ ରହୁଥିଲା ସମ୍ପୃକ୍ତ ଜିଲା ପ୍ରଶାସନ। ତେବେ ଉକ୍ତ ଗରିବ ଲୋକଙ୍କୁ ଜବରଦଖଲକାରୀ ଭାବେ ବିବେଚନା କରାଯିବ ନାହିଁ। ରାଜ୍ୟରେ ୪ ଡିସିମିଲ୍‌ରୁ ଊର୍ଦ୍ଧ୍ୱ ସରକାରୀ ଜମି ଜବରଦଖଲ କରି ବହୁତଳ ପ୍ରାସାଦ ନିର୍ମାଣ କରିଥିବା ପ୍ରତିପତ୍ତିଶାଳୀ ବ୍ୟକ୍ତି ଏବଂ ଅନୁଷ୍ଠାନର ବିଲ୍‌ଡିଂ ଉପରେ ବୁଲ୍‌ଡୋଜର ବୁଲିବ ବୋଲି ମନ୍ତ୍ରୀ କହିଛନ୍ତି।

ପୂର୍ବପୁରୁଷମାନେ ଦେଇ ଯାଇଥିବା ସ୍ବାଧୀନତାର ଅସଲ ସ୍ବାଦ ବର୍ତ୍ତମାନ ରାଜ୍ୟବାସୀ ଚାଖିବାର ସମୟ ଆସିଛି। ସମଗ୍ର ରାଜ୍ୟରେ ସରକାରୀ ଜମିରୁ ଜବରଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟକାରୀ ହେବ। ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣରେ ବ୍ୟବହାର ହୋଇଥାଏ। ମାତ୍ର ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟାତଳେ ରହି ସରକାରୀ ଜମିକୁ ହଡ଼ପ କରିଚାଲିଥିବା ଅସାଧୁ ବ୍ୟକ୍ତିଙ୍କ ଯୋଗୁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହାକୁ ସମୂଳେ ବନ୍ଦ କରିବା ପାଇଁ ଉଚ୍ଛେଦ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରାଯିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ସମସ୍ତ ଜିଲାପାଳଙ୍କୁ ମଧ୍ୟ ଚିଠି ଲେଖାଯାଇଛି। କେଉଁ ଜିଲାରେ କେତେ ସରକାରୀ ଜମି ଜବରଦଖଲ ହୋଇଛି ସେ ନେଇ ବିଭାଗକୁ ତଥ୍ୟ ଦେବାକୁ କୁହାଯାଇଛି ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି। ଏହାସହିତ ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଢ଼ିଉଠିଥିବା ଶିଳ୍ପାନୁଷ୍ଠାନଗୁଡ଼ିକରୁ ନିର୍ଗତ ବିଷାକ୍ତ ପାଉଁଶକୁ ଏଣେତେଣେ ଗଦା କରାଯାଉଛି। ଏନେଇ ଶିଳ୍ପସଂସ୍ଥା ବା ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପ୍ରକାଶ ଯେ, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ଭଳି ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଆପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ବାହୁବଳୀ ଓ ଗ୍ୟାଙ୍ଗ୍‌ଷ୍ଟରମାନଙ୍କ ବେଆଇନ ନିର୍ମାଣକୁ ବୁଲ୍ଡୋଜର ଲଗାଇ ଭଙ୍ଗାଯାଉଛି। ଓଡ଼ିଶାରେ ଭାଜପା ସରକାର କ୍ଷମତାସୀନ ହେବା ପରେ ବୁଲ୍ଡୋଜର ଜରିଆରେ ଜବରଦଖଲ ଉଚ୍ଛେଦ ପ୍ରସ୍ତାବ ସରକାରୀ ଜମି ମାଡ଼ିବସିଥିବା ପ୍ରଭାବଶାଳୀଙ୍କ ମନରେ ଭୟ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?