କୋଠାବାଡ଼ି ନିର୍ମାତାଙ୍କୁ ମିଳିବ ୪ମାସର ରିହାତି

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିକୁ ନେଇ କେନ୍ଦ୍ର ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରିଅଲ ଇଷ୍ଟେଟ୍‌ ଓ ବିଲ୍ଡର୍ସ(କୋଠାବାଡ଼ି ନିର୍ମାତା)ଙ୍କୁ ୪ମାସର ରିହାତି ଅନୁକମ୍ପା ପ୍ରଦାନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା ଜୁଲାଇ ୩୧ରେ ଜାରି ହୋଇଛି। ନିର୍ଦ୍ଦେଶନାମାରେ ଅନୁସଚିବ ସଞ୍ଜୟ କୁମାର ଦର୍ଶାଇଛନ୍ତି, ମଧ୍ୟପ୍ରାଚ୍ୟରେ ଉପୁଜିଥିବା ଯୁଦ୍ଧ ସଙ୍କଟକୁ ନେଇ ବିଶ୍ୱସ୍ତରୀୟ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଫଳରେ ନିର୍ମାଣ ସାମଗ୍ରୀର ଅଭାବ ଦେଖାଦେଇଥିବାରୁ ରିଅଲ୍‌ ଇଷ୍ଟେଟ୍‌ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ସମୟସୀମା ପ୍ରଭାବିତ ହୋଇଛି। ଏହାକୁ ନେଇ ମନ୍ତ୍ରଣାଳୟ ନିକଟକୁ ବିଭିନ୍ନ ହିତାଧିକାରୀଙ୍କ ପକ୍ଷରୁ ଅଭିଯୋଗ ଆସୁଛି। ଏହି କ୍ରମରେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ୨୯ ଏପ୍ରିଲରେ ପଶ୍ଚିମ ଏସିଆର ସ୍ଥିତିକୁ ‘ଯୁଦ୍ଧ’ ଭାବେ ଗଣାଯାଇଛି, ଯାହା ‘ଫୋର୍ସ ମାଜ୍ୟୁର’ ପ୍ରୟୋଗ ପାଇଁ ପ୍ରଯୁଜ୍ୟ। ଉଲ୍ଲେଖ କରାଯାଇପାରେ, ଫୋର୍ସ ମାଜ୍ୟୁର ହେଉଛି ଏକ ଫରାସୀ ଶବ୍ଦ ଯାହାର ଅର୍ଥ ହେଉଛି ‘ଉଚ୍ଚତର ଶକ୍ତି’। ଏହା ଏକ ଅପ୍ରତ୍ୟାଶିତ, ଅନିୟନ୍ତ୍ରିତ ଘଟଣା ଯେପରିକି ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଧର୍ମଘଟକୁ ବୁଝାଏ, ଯାହା ପକ୍ଷମାନଙ୍କୁ ଏକ ଆଇନଗତ ଚୁକ୍ତିରୁ ମୁକ୍ତ କରିଥାଏ।
ରିଅଲ୍‌ ଇଷ୍ଟେଟ୍‌ ନିୟାମକ ପ୍ରାଧିକରଣ (ରେରା)ଆଇନର ଧାରା-୬ ଅନୁଯାୟୀ, ‘ଫୋର୍ସ ମାଜ୍ୟୁର’ କାରଣରୁ ରିଅଲ୍‌ ଇଷ୍ଟେଟ୍‌ ପ୍ରକଳ୍ପର ପଞ୍ଜୀକରଣ ଅବଧି ବଢ଼ାଯାଇପାରିବ। ସେହିପରି ଧାରା-୭(୩) ଅନୁଯାୟୀ, ପଞ୍ଜୀକରଣ ବାତିଲ ନ କରି କ୍ରେତାଙ୍କ ସ୍ବାର୍ଥ ଦୃଷ୍ଟିରୁ ଉପଯୁକ୍ତ ସର୍ତ୍ତ ସହ ପଞ୍ଜୀକରଣ ବଳବତ୍ତର ରଖାଯିବ। ମିଳିଥିବା ପ୍ରସ୍ତାବ ଆଧାରରେ, ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ରିଅଲ୍‌ ଇଷ୍ଟେଟ୍‌ ନିୟାମକ ପ୍ରାଧିକରଣକୁ ପରାମର୍ଶ ଦେଇଛି ଯେ, ସେମାନେ ‘ରେରା’ ଆଇନର କ୍ଷମତା ବ୍ୟବହାର କରି ୨୮ ଫେବୃଆରୀ ୨୦୨୬ କିମ୍ବା ତା’ପରେ ସମାପ୍ତ ହେବାକୁ ଥିବା ପଞ୍ଜୀକୃତ ରିଅଲ୍‌ ଇଷ୍ଟେଟ୍‌ ପ୍ରକଳ୍ପଗୁଡ଼ିକର ପଞ୍ଜୀକରଣ ଏବଂ ସମାପ୍ତି ସମୟସୀମାକୁ ୪ ମାସ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। ପ୍ରତ୍ୟେକ ପ୍ରକଳ୍ପ ପାଇଁ ଅଲଗା ଆବେଦନ ଓ ଆଦେଶ ଜାରି କରିବାର ଆବଶ୍ୟକତା ଏଡ଼ାଇବା ପାଇଁ ‘ରେରା’ ପ୍ରାଧିକରଣ ଏକ ସାଧାରଣ ନିର୍ଦ୍ଦେଶ ଜାରି କରିପାରିବ ବୋଲି ଅନୁସଚିବ ଦର୍ଶାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହିଳା ରେସଲର ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୩।୮: କୈସରଗଞ୍ଜ (ଉତ୍ତର ପ୍ରଦେଶ)ର ପୂର୍ବତନ ଏମପି ଏବଂ ଭାରତୀୟ ଜନତା ପାର୍ଟିର ନେତା ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି…

ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୁବ ଓ ଛାତ୍ର ସମାଜ ବିରୋଧୀ ବୋଲି ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବିନୋଦ ଜାଖର କହିଛନ୍ତି।…

ମା’-ବାପା ବିବାଦ: ବାପାଙ୍କୁ ଜାବୁଡ଼ି ଧରି କାନ୍ଦିଲା କୁନି ଝିଅ, କାହା ଆଖିରେ ରହିଲାନି ଲୁହ, ଆଉ ତା’ ପରେ…

ନୀଳଗିରି,୩ା୮(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାଖାପାଖି ୩ ବର୍ଷ ହେବ ମା’ କୁନି ଝିଅ ଓ…

ବନ୍ୟା କ୍ଷୟକ୍ଷତି, କାହାକୁ କେତେ ଟଙ୍କା ମିଳିବ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୩ା୮: ବନ୍ୟା ପାଣି କମିଯାଇଥିଲେ ସୁଦ୍ଧା ବଢ଼ିଯାଇଛି ଦୁର୍ଦ୍ଦଶା । ବନ୍ୟାରେ ସାତ ଜିଲା ପ୍ରଭାବିତ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି ।…

ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ: ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ…

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶତାଧିକ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଚାଲିଛି। ଏହାସହିତ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ…

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ…

ବାଇକକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବସ, ଦୁଇ ବାଇକ ଆରୋହୀ ସମେତ ୭ ଯାତ୍ରୀ ଆହତ

ମୋହନା,୩।୮( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ରାଇଗଣ୍ଡା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୋମବାର…

ଶ୍ରାବଣ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼

କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଣୁ ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଶେଷ କରି କାଉଡ଼ିଆମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri