ରମ୍ଭା ବିରୁଳିଗଡ଼ରେ ବିଭତ୍ସ ହତ୍ୟାକାଣ୍ଡ: ସାମାନ୍ୟ ବଚସାରୁ ପଡ଼ୋଶୀ ଯୁବକଙ୍କୁ ପଥରରେ ଛେଚି ହତ୍ୟା

ରମ୍ଭା, ୨୯।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ଼ ହରିଜନ ସାହିରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଓ ନୃଶଂସ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର କରି ଜଣେ ୩୨ ବର୍ଷୀୟ ଯୁବକଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିବା ସହ ପଥରରେ ମୁହଁକୁ ଛେଚି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ସେହି ସାହିର କାଳିଆ ଦାସ (୩୨) ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ଶେଖର ଦାସ (୧୯)ଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମୃତ କାଳିଆ ଓ ଅଭିଯୁକ୍ତ ଶେଖର ପରସ୍ପରର ପଡ଼ୋଶୀ ହୋଇଥିବା ବେଳେ ଗ୍ରାମ୍ୟ ସମ୍ପର୍କରେ ଅଜା-ନାତି ଥିଲେ। ଉଭୟଙ୍କ ମଧ୍ୟରେ କୌଣସି ପୂର୍ବ ଶତ୍ରୁତା ନଥିଲା ଏବଂ ସେମାନେ ମିଳିମିଶି ଚଳୁଥିଲେ। ତେବେ ଶୁକ୍ରବାର ରାତିରେ ଉଭୟେ ଏକାଠି ବସି ଖିଆପିଆ କରୁଥିବା ସମୟରେ କୌଣସି ଏକ ସାମାନ୍ୟ କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶେଖର ଏକ ଲୁହା ଫ୍ଲାଟ୍‌ ରଡ୍‌ରେ କାଳିଆଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ। କାଳିଆ ତଳେ ପଡ଼ିଯିବା ପରେ ଅଭିଯୁକ୍ତ ଏକ ପଥର ଆଣି ତାଙ୍କ ମୁହଁକୁ ବାରମ୍ବାର ଛେଚିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ରମ୍ଭା ଥାନା ଆଇଆଇସି କୁମାର ମୁଦୁଲି ପୋଲିସ ଟିମ୍‌ ସହ ରାତିରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଶନିବାର ପୂର୍ବାହ୍ନରେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ରଡ୍‌ ଓ ପଥରକୁ ଜବତ କରିଛି। ମୃତକଙ୍କ ସ୍ତ୍ରୀଙ୍କ ଏତଲା ଆଧାରରେ ରମ୍ଭା ଥାନାରେ କେସ୍‌ ନଂ. ୮୫୭/୨୬ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି (MKCG) ମେଡିକାଲକୁ ପଠାଯାଇଛି।

ଅଭିଯୁକ୍ତ ଶେଖରଙ୍କ ନାମରେ ପୂର୍ବରୁ କୌଣସି ଅପରାଧିକ ମାମଲା ରହିଛି କି ନାହିଁ ଏବଂ ଏହି ହତ୍ୟାକାଣ୍ଡରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ସମଗ୍ର ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ଟୁର୍ନାମେଣ୍ଟ: ଉଦଳା ମହାବିଦ୍ୟାଳୟ ଚାମ୍ପିୟନ

ଝାରପୋଖରିଆ,୨୯ା୧୧(ସୁଧୀର କୁମାର ମହାନ୍ତ)- ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦା ଆନୁକୂଲ୍ୟରେ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ କ୍ରୀଡ଼ା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।…

ଟ୍ରକ ଚାପାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ସାଲେପୁର,୨୯।୧୧: କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ କଟରପଡ଼ା ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ସ୍ତ୍ରୀ,ସ୍ବାମୀଙ୍କ ମୃତ୍ୟୁ ଘଟିଛି। ଖବର…

ଆଇଆରଇଏଲ୍ ସମ୍ମୁଖରେ ନମ୍ବର ବିହୀନ ଓଆଇଏସ୍‌ଏଫ୍ ଗାଡ଼ି ଧକ୍କାରେ ୨ ଗୁରୁତର; ଘଟଣାସ୍ଥଳରେ ଉତ୍ତେଜନା

ଛତ୍ରପୁର, ୨୯।୧୧ (ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଆଇଆରଇଏଲ୍ (IREL) କମ୍ପାନୀ ସମ୍ମୁଖରେ ଏକ ନମ୍ବର ବିହୀନ ଓଆଇଏସ୍‌ଏଫ୍ (OISF) ଗାଡ଼ି ଧକ୍କାରେ…

ଚାରି ଶିଶୁଙ୍କ ଜୀବନ ବଞ୍ଚାଇ ନିଜେ ପୋଖରୀରେ ବୁଡ଼ିଗଲେ ମହିଳା, ଗ୍ରାମରେ ଶୋକର ଛାୟା

ପାପଡାହାଣ୍ଡି,୨୯।୧୧(ସ୍ବପ୍ନଜିତ ପଟ୍ଟନାୟକ) : ନିଜ ଜୀବନକୁ ବାଜି ଲଗାଇ ଚାରି ଜଣ କୁନି କୁନି ଶିଶୁଙ୍କ ଜୀବନ ବଞ୍ଚାଇଲେ ମହିଳା । ହେଲେ ଶେଷରେ ନିଜ ଜୀବନ…

ବସ୍ ଅପେକ୍ଷାରେ ଥିବା ବେଳେ ମହିଳାଙ୍କୁ ବଳାତ୍କାର ଉଦ୍ୟମ-ମରଣାନ୍ତକ ଆକ୍ରମଣ; ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା…

ଦିଗପହଣ୍ଡି, ,୨୯|୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଜଣେ ୫୩ ବର୍ଷୀୟା ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ଓ ତାଙ୍କ…

ଦିନ ଦ୍ୱିପ୍ରହରରେ ସେନକୋ ଜୁଏଲାରୀରେ ସଶସ୍ତ୍ର ଡକାୟତି; କାର୍ ଧକ୍କା ଦେଇ ଲୁଟେରାଙ୍କୁ ଧରିଲେ ଦୋକାନ ମାଲିକ, ୪ କାବୁ

ବାରିପଦା, ,୨୯।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ରବିବାର ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଡକାୟତି ହୋଇଛି। ବାରିପଦା ଟାଉନ ଥାନାଠାରୁ…

ଖେମୁଣ୍ଡି ଖଲାସି ସଂଘର ନୂଆ କର୍ମକର୍ତ୍ତା ଚୟନ; ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ସାମିଲ ହେବାକୁ…

ଦିଗପହଣ୍ଡି, ୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଖଲାସି ସଂଘର ଏକ ପରିବର୍ଦ୍ଧିତ ଆଲୋଚନା ସଭା ରବିବାର ଦିନ ନିମପଲ୍ଲୀ ଗ୍ରାମ ନିକଟସ୍ଥ…

ଗୁଡ଼ାରି ବ୍ଲକରେ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ; ଖେଳୁଆଡ଼ ମନୋଭାବ ରଖି ଖେଳିବାକୁ ସୁଧୀର ଦାସଙ୍କ ପରାମର୍ଶ

ଗୁଡ଼ାରି, ,୨୯।୧୧(ପ୍ରମୋଦ କୁମାର ପତି ) : ଗୁଡ଼ାରି ବ୍ଲକ ଅନ୍ତର୍ଗତ ପେଣ୍ଡିଲି ଗ୍ରାମପଞ୍ଚାୟତର ସୌରା ପେଣ୍ଡିଲିଠାରେ ରବିବାର ଦିନ ଏକ ଗ୍ରାମପଞ୍ଚାୟତ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?