ବଢୁଛି ବ୍ରାଉନସୁଗାର ବ୍ୟବସାୟ

ଯାଜପୁର ଟାଉନ,୧୫ା୯(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଦିନକୁ ଦିନ ଯାଜପୁର ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ ବଢ଼ିବାରେ ଲାଗିଛି। କେତେଜଣ ବେକାର ଯୁବକ ରାଜନୈତିକ ବ୍ୟକ୍ତିଙ୍କୁ ଢାଲ କରି ଏହି କାରବାର ଚଳାଉଛନ୍ତି। ଅବକାରୀ ବିଭାଗ ଓ ପୋଲିସ କେତେଜଣ ଛୋଟ ବେପାରୀଙ୍କୁ ଧରୁଥିବାବେଳେ ମୁଖ୍ୟ କାର୍ପଟଦାରଙ୍କ ନିକଟରେ ପହଞ୍ଚି ପାରୁନାହାନ୍ତି। ଏବେ ମଦ, ଗଞ୍ଜେଇ ଓ ଅଫିମ ଭଳି ବ୍ରାଉନସୁଗାର ବେପାର ତାଳଦେଇ କାରବାର ହେଉଛି। ପୂର୍ବରୁ କେବଳ ଯାଜପୁର ଜିଲାର ଛତିଆ ଓ ଚଣ୍ଡିଖୋଲ ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିଲା। ଏବେ ସମ୍ପୂର୍ଣ୍ଣ ଯାଜପୁର ସହରକୁ ବ୍ରାଉନସୁଗର ଗ୍ରାସ କରିଛି। ପ୍ରତ୍ୟେକ ଛକ ବଜାରରେ ଥିବା ପାନ ଦୋକାନରେ ଏହା ସହଜରେ ଉପଲବ୍ଧ ହୋଇପାରୁଛି। ସ୍କୁଲ୍‌, କଲେଜ, ଜନଗହଳି ସ୍ଥାନରେ ଏହି ବେପାର ଜମୁଥିବାରୁ ୧୪ବର୍ଷର ନାବାଳକଙ୍କଠାରୁ ଆରମ୍ଭ କରି ୨୮ବର୍ଷ ପର୍ଯ୍ୟନ୍ତ ଯୁବକ ଏହି ନିଶାରେ ଫସୁଛନ୍ତି। ହାଇସ୍କୁଲ ଛାତ୍ରଙ୍କଠାରୁ ଆରମ୍ଭ କରି ଅନେକ ବେକାର ଯୁବକ ବ୍ରାଉନସୁଗର ଖାଇ ନିଜ ଭବିଷ୍ୟତ ନଷ୍ଟ କରି ସାରିଲେଣି। ଚଳିତ ମାସରେ ବ୍ରାଉନସୁଗାର ଖାଇ ଏଠାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ନିସାରେ ନିଜ ମା’ଙ୍କ ମୁଣ୍ଡକୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି।
ଏହି ସହରରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲା ପ୍ରଶାସନର ମୁଖ୍ୟାଳୟ, ବିଚାରାଳୟ, ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଏବଂ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଥିଲେ ମଧ୍ୟ ବେପାର ଉପରେ କୌଣସି ପ୍ରଭାବ ପଡୁନାହିଁ। ଗତ ୪ମାସ ମଧ୍ୟରେ ଅବକାରୀ ବିଭାଗ ୨ ଛୋଟ ବେପାରୀଙ୍କୁ ଧରି କୋର୍ଟଚାଲାଣ କରିଥିବାବେଳେ ଅନେକ ବଡ଼ ବେପାରୀ ଏବେ ମଧ୍ୟ ବେପାର ଚାଲୁ ରଖିଛନ୍ତି। ୪ ମାସ ମଧ୍ୟରେ ଅବକାରୀ ବିଭାଗ ୧୨୮ ଗ୍ରାମ ବ୍ରାଉନସୁଗାର ଧରିଥିବାବେଳେ ୪ ଗଞ୍ଜେଇ ବେପାରୀଙ୍କୁ ଧରି ୨୯କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଜବତ ସଂଖ୍ୟା ଧର୍ମକୁ ଆଖିଠାର ଭଳି ଜଣାଯାଏ। ଯାଜପୁର ଜିଲାକୁ ବ୍ରାଉନସୁଗାର ବାଲେଶ୍ୱର ଜିଲାରୁ ଚାଲାଣ ହେଉଥିବା ଜଣାପଡ଼ିଛି। ଏହି ବ୍ରାଉନସୁଗାର ଖାଇ ଯୁବଗୋଷ୍ଠୀ ଏଟିଏମ୍‌ ଲୁଟ୍‌, ରାସ୍ତାରେ ଛିନ୍‌ତାଇ ଭଳି ଘଟଣା ଘଟାଉଛନ୍ତି।
ଯାଜପୁର ସହରର ବରାହ ରିଂରୋଡ, ବାଳାଶ୍ରମ ପଡ଼ିଆ, ମେଡିକାଲ କଲେଜ ପାଖରେ ନବନିର୍ମିତ ପୌରପାଳିକା କାର୍ଯ୍ୟାଳୟ, ବଲ୍ଲଭିଘାଟ, କିଲାଘାଟ, ଏନ୍‌ସି କଲେଜ ଛକ ଓ ଗୋଖନା ଛକ ଆଦି ସ୍ଥାନରେ ଯୁବଗୋଷ୍ଠୀ ବ୍ରାଉନସୁଗାର ସେବନ କରୁଥିବା ପୋଲିସ ଜାଣୁଛି। ହେଲେ ସେମାନଙ୍କୁ ରୋକିବା ନିମନ୍ତେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରୁନାହିଁ। ପୋଲିସ ପାଟ୍ରୋଲିଂ ମଧ୍ୟ କରୁ ନ ଥିବା ଅଭିଯୋଗ ହେଉଛି।
ଗତ ୨ମାସ ତଳେ ବୁଢ଼ାନଦୀ ଚମ୍ପାଛନ୍ଦା ଘାଟ ନିକଟରେ କେତେଜଣ ଯୁବକ ବ୍ରାଉନସୁଗାର ସେବନ କରୁଥିବାବେଳେ ସେହି ରାସ୍ତା ଦେଇ ପୋଲିସ ପାଟ୍ରୋଲିଂ ଗାଡି ଯିବାରୁ ୨ ନିଶାସକ୍ତ ଯୁବକ ନଦୀକୁ ଡ଼େଇଁପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ନଦୀରେ ବୁଡି ପ୍ରାଣ ହରାଇଥିଲେ। ଏଥିରୁ ସହଜରେ ଅନୁମେୟ ଯାଜପୁର ସହରରେ ଶତାଧିକ ଯୁବକ ଏବେ ବ୍ରାଉନସୁଗାର କବଳରେ ଛନ୍ଦି ହୋଇଛନ୍ତି। ଏହାକୁ ଯଦି ରୋକା ନ ଯାଏ, ତେବେ ପରିସ୍ଥିତି ଭୟାବହ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି। ତେଣୁ ଏ ଦିଗରେ ପୋଲିସ ଓ ଅବକାରୀ ବିଭାଗ ତୁରନ୍ତ ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଅବକାରୀ ବିଭାଗ ଅଧୀକ୍ଷକ ଅମରେନ୍ଦ୍ର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ନିୟମିତ ଭାବେ ସ୍କ୍ବାଡ୍‌ ଗଠନ କରି ବ୍ରାଉନସୁଗାର ଓ ଗଞ୍ଜେଇ ବେପାରୀଙ୍କ ଘରେ ଚଢ଼ାଉ କରାଯାଉଛି। ସେମାନଙ୍କୁ ଗିରଫ କରି ଜେଲକୁ ପଠାଯାଉଛି। ଆଗାମୀ ଦିନରେ ଚଢ଼ାଉକୁ ବ୍ୟାପକ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟସ୍ତର ଫିଲ୍ମ ଫେଷ୍ଟିଭାଲରେ ‘ଅଭିଳାଷ’

ବ୍ରହ୍ମପୁର ଅଫିସ,୭ା୬-ଗଞ୍ଜାମ ଜିଲା ହିଞ୍ଜିଳିକାଟୁର କଳା ଓ ନୃତ୍ୟ ଅନୁଷ୍ଠାନ ନୃତ୍ୟମର ମୁଖ୍ୟ କୃଷ୍ଣଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ଅଭିଳାଷ’ ଜାତୀୟସ୍ତରର ଫିଲ୍ମ...

ଯୌତୁକ ନିଆଁରେ ଜଳିଗଲେ ପ୍ରିୟା

ବଅଁରପାଳ, ୧୭।୭(ଡି.ଏନ.ଏ) ଯୌତୁକ ଲୋଭ ପୁଣି ନେଇଛି ଜୀବନ। ମାତ୍ର ଦେଢ଼ବର୍ଷର ଜଣେ ନବବଧୂଙ୍କୁ ଶାଶୁଘର ଲୋକେ କିରୋସିନ ଢାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।...

ଧାନ ବୁଣିବାକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ

ଲୋଇସିଂହା,୨୦।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟୁରାପାଲି ଗ୍ରାମରେ ପୈତୃକ ଜମି ବିବାଦକୁ କେନ୍ଦ୍ର କରି ରବିବାର ଦୁଇପକ୍ଷ ମଧ୍ୟରେ ମାରପିଟରୁ ଜଣଙ୍କର ମୃତ୍ୟୁ ହୋଇଛି।...

ଗ୍ଲୋରି କୁଇନ୍‌ ମୁକୁଟ ପିିନ୍ଧିଲେ ପୂଜା ବିଶ୍ବାସ

ପୁରୀ ଅଫିସ,୨୩ା୧:ଶ୍ରୀକ୍ଷେତ୍ରର ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ବିତ କେନ୍ଦ୍ର ଆନୁକୂଲ୍ୟରେ ୩ଦିନ ଧରି ବେଳାଭୂମିରେ ଚାଲିଥିବା ‘ଗ୍ଲୋରି ଫେଷ୍ଟ-୨୦୨୩’ ରବିବାର ଉଦ୍‌ଯାପିତ ହୋଇଛି।...

ମଧ୍ୟପ୍ରଦେଶ ଯାଉଥିବା ୨୪ ଶ୍ରମିକଙ୍କୁ ଅଟକାଇଲା ପ୍ରଶାସନ

ବୌଦ୍ଧ, ୩୦ା୩(ସ୍ବ.ପ୍ର): ଢେଙ୍କାନାଳ ଜିଲା ଭୁବନରୁ ମଧ୍ୟପ୍ରଦେଶର ଗୋଆଲିୟରକୁ ଚାଲି ଚାଲି ଯାଉଥିବା ୨୪ ଜଣ ଶ୍ରମିକଙ୍କୁ ବୌଦ୍ଧ ଜିଲା ପ୍ରଶାସନ ଅଟକାଇଛି। ଉକ୍ତ ଶ୍ରମିକମାନେ...

କାଣୀନଦୀରେ ଘାଇ: ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବନ୍ୟା ପାଣି ପ୍ରବାହିତ

ଯାଜପୁର ଅଫିସ,୨୮ା୫: ଯାଜପୁର ଜିଲା ବୈତରଣୀ ନଦୀର ଶାଖା କାଣୀନଦୀର ମଲ୍ଲିକାପୁର ନିକଟରେ ଘାଇ ସୃଷ୍ଟି ହୋଇଛି। ଶୁକ୍ରବାର ପୂର୍ବାହ୍ନ ୮ଟା ସୁଦ୍ଧା ଦଶରଥପୁରଠାରେ ବିପଦ...

ଭାରସାମ୍ୟ ହରାଇ ଓଲଟିଲା ଧାନ ବୋଝେଇ ଟ୍ରକ୍‌

କୋକସରା, ୩୧ା୫,(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଫାଣ୍ଡି ଅନ୍ତର୍ଗତ ଡଙ୍ଗରୀଗୁଡା ବୁଲାଣି ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଶନିବାର ବିଳମ୍ବିତ ରାତିରେ...

ସମୁଦ୍ରରେ ଛଡ଼ାଗଲା ୧୨୮ ଅଲିଭରିଡ୍‌ଲେ ଛୁଆ

ଲଙ୍ଗଳେଶ୍ୱର, ୩।୫(ଡି.ଏନ.ଏ.) ବାଲିଆପାଳ ବ୍ଲକ ଚୌମୁଖ ବେଳାଭୂମିକୁ ଗତ କିଛିବର୍ଷ ହେଲା ବିଭିନ୍ନ ପ୍ରଜାତିର ଅଲିଭ ରିଡ଼ଲେ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ଭାବେ ବାଛିଛନ୍ତି।...

Advertisement
Archives

Model This Week