ବଢୁଛି ବ୍ରାଉନସୁଗାର ବ୍ୟବସାୟ

ଯାଜପୁର ଟାଉନ,୧୫ା୯(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଦିନକୁ ଦିନ ଯାଜପୁର ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ ବଢ଼ିବାରେ ଲାଗିଛି। କେତେଜଣ ବେକାର ଯୁବକ ରାଜନୈତିକ ବ୍ୟକ୍ତିଙ୍କୁ ଢାଲ କରି ଏହି କାରବାର ଚଳାଉଛନ୍ତି। ଅବକାରୀ ବିଭାଗ ଓ ପୋଲିସ କେତେଜଣ ଛୋଟ ବେପାରୀଙ୍କୁ ଧରୁଥିବାବେଳେ ମୁଖ୍ୟ କାର୍ପଟଦାରଙ୍କ ନିକଟରେ ପହଞ୍ଚି ପାରୁନାହାନ୍ତି। ଏବେ ମଦ, ଗଞ୍ଜେଇ ଓ ଅଫିମ ଭଳି ବ୍ରାଉନସୁଗାର ବେପାର ତାଳଦେଇ କାରବାର ହେଉଛି। ପୂର୍ବରୁ କେବଳ ଯାଜପୁର ଜିଲାର ଛତିଆ ଓ ଚଣ୍ଡିଖୋଲ ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିଲା। ଏବେ ସମ୍ପୂର୍ଣ୍ଣ ଯାଜପୁର ସହରକୁ ବ୍ରାଉନସୁଗର ଗ୍ରାସ କରିଛି। ପ୍ରତ୍ୟେକ ଛକ ବଜାରରେ ଥିବା ପାନ ଦୋକାନରେ ଏହା ସହଜରେ ଉପଲବ୍ଧ ହୋଇପାରୁଛି। ସ୍କୁଲ୍‌, କଲେଜ, ଜନଗହଳି ସ୍ଥାନରେ ଏହି ବେପାର ଜମୁଥିବାରୁ ୧୪ବର୍ଷର ନାବାଳକଙ୍କଠାରୁ ଆରମ୍ଭ କରି ୨୮ବର୍ଷ ପର୍ଯ୍ୟନ୍ତ ଯୁବକ ଏହି ନିଶାରେ ଫସୁଛନ୍ତି। ହାଇସ୍କୁଲ ଛାତ୍ରଙ୍କଠାରୁ ଆରମ୍ଭ କରି ଅନେକ ବେକାର ଯୁବକ ବ୍ରାଉନସୁଗର ଖାଇ ନିଜ ଭବିଷ୍ୟତ ନଷ୍ଟ କରି ସାରିଲେଣି। ଚଳିତ ମାସରେ ବ୍ରାଉନସୁଗାର ଖାଇ ଏଠାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ନିସାରେ ନିଜ ମା’ଙ୍କ ମୁଣ୍ଡକୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି।
ଏହି ସହରରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲା ପ୍ରଶାସନର ମୁଖ୍ୟାଳୟ, ବିଚାରାଳୟ, ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଏବଂ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଥିଲେ ମଧ୍ୟ ବେପାର ଉପରେ କୌଣସି ପ୍ରଭାବ ପଡୁନାହିଁ। ଗତ ୪ମାସ ମଧ୍ୟରେ ଅବକାରୀ ବିଭାଗ ୨ ଛୋଟ ବେପାରୀଙ୍କୁ ଧରି କୋର୍ଟଚାଲାଣ କରିଥିବାବେଳେ ଅନେକ ବଡ଼ ବେପାରୀ ଏବେ ମଧ୍ୟ ବେପାର ଚାଲୁ ରଖିଛନ୍ତି। ୪ ମାସ ମଧ୍ୟରେ ଅବକାରୀ ବିଭାଗ ୧୨୮ ଗ୍ରାମ ବ୍ରାଉନସୁଗାର ଧରିଥିବାବେଳେ ୪ ଗଞ୍ଜେଇ ବେପାରୀଙ୍କୁ ଧରି ୨୯କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଜବତ ସଂଖ୍ୟା ଧର୍ମକୁ ଆଖିଠାର ଭଳି ଜଣାଯାଏ। ଯାଜପୁର ଜିଲାକୁ ବ୍ରାଉନସୁଗାର ବାଲେଶ୍ୱର ଜିଲାରୁ ଚାଲାଣ ହେଉଥିବା ଜଣାପଡ଼ିଛି। ଏହି ବ୍ରାଉନସୁଗାର ଖାଇ ଯୁବଗୋଷ୍ଠୀ ଏଟିଏମ୍‌ ଲୁଟ୍‌, ରାସ୍ତାରେ ଛିନ୍‌ତାଇ ଭଳି ଘଟଣା ଘଟାଉଛନ୍ତି।
ଯାଜପୁର ସହରର ବରାହ ରିଂରୋଡ, ବାଳାଶ୍ରମ ପଡ଼ିଆ, ମେଡିକାଲ କଲେଜ ପାଖରେ ନବନିର୍ମିତ ପୌରପାଳିକା କାର୍ଯ୍ୟାଳୟ, ବଲ୍ଲଭିଘାଟ, କିଲାଘାଟ, ଏନ୍‌ସି କଲେଜ ଛକ ଓ ଗୋଖନା ଛକ ଆଦି ସ୍ଥାନରେ ଯୁବଗୋଷ୍ଠୀ ବ୍ରାଉନସୁଗାର ସେବନ କରୁଥିବା ପୋଲିସ ଜାଣୁଛି। ହେଲେ ସେମାନଙ୍କୁ ରୋକିବା ନିମନ୍ତେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରୁନାହିଁ। ପୋଲିସ ପାଟ୍ରୋଲିଂ ମଧ୍ୟ କରୁ ନ ଥିବା ଅଭିଯୋଗ ହେଉଛି।
ଗତ ୨ମାସ ତଳେ ବୁଢ଼ାନଦୀ ଚମ୍ପାଛନ୍ଦା ଘାଟ ନିକଟରେ କେତେଜଣ ଯୁବକ ବ୍ରାଉନସୁଗାର ସେବନ କରୁଥିବାବେଳେ ସେହି ରାସ୍ତା ଦେଇ ପୋଲିସ ପାଟ୍ରୋଲିଂ ଗାଡି ଯିବାରୁ ୨ ନିଶାସକ୍ତ ଯୁବକ ନଦୀକୁ ଡ଼େଇଁପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ନଦୀରେ ବୁଡି ପ୍ରାଣ ହରାଇଥିଲେ। ଏଥିରୁ ସହଜରେ ଅନୁମେୟ ଯାଜପୁର ସହରରେ ଶତାଧିକ ଯୁବକ ଏବେ ବ୍ରାଉନସୁଗାର କବଳରେ ଛନ୍ଦି ହୋଇଛନ୍ତି। ଏହାକୁ ଯଦି ରୋକା ନ ଯାଏ, ତେବେ ପରିସ୍ଥିତି ଭୟାବହ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି। ତେଣୁ ଏ ଦିଗରେ ପୋଲିସ ଓ ଅବକାରୀ ବିଭାଗ ତୁରନ୍ତ ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଅବକାରୀ ବିଭାଗ ଅଧୀକ୍ଷକ ଅମରେନ୍ଦ୍ର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ନିୟମିତ ଭାବେ ସ୍କ୍ବାଡ୍‌ ଗଠନ କରି ବ୍ରାଉନସୁଗାର ଓ ଗଞ୍ଜେଇ ବେପାରୀଙ୍କ ଘରେ ଚଢ଼ାଉ କରାଯାଉଛି। ସେମାନଙ୍କୁ ଗିରଫ କରି ଜେଲକୁ ପଠାଯାଉଛି। ଆଗାମୀ ଦିନରେ ଚଢ଼ାଉକୁ ବ୍ୟାପକ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?