ଭାଇବୋହୂଙ୍କୁ ହତ୍ୟା, ଦେଢ଼ଶୁର ଅଟକ

ଯୋଡ଼ା,୭ା୨(ଡି.ଏନ.ଏ.):  କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅଧୀନ କଲ୍ହୋହୁଣ୍ଡୁଳା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଦେଢ଼ଶୁର ତାଙ୍କ ଭାଇବୋହୂଙ୍କୁ ହତ୍ୟା କରିଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ଶ୍ରୀଦେବୀ ମୁଣ୍ଡା। ପୋଲିସ ଅଭିଯୁକ୍ତ ରଞ୍ଜିତ ମୁଣ୍ଡାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ପୋଲିସ ସୂଚନା ଅନୁଯାୟୀ, ଅନେକ ସମୟରେ ରଞ୍ଜିତଙ୍କ ଦେହ ଖରାପ ହୋଇଥାଏ। ଭାଇବୋହୂ ଶ୍ରୀଦେବୀ ଗୁଣି ଗାରେଡ଼ି କରୁଥିବାରୁ ତାଙ୍କ ଦେହ ଖରାପ ହେଉଥିବା ରଞ୍ଜିତ ସନ୍ଦେହ କରି ଆସୁଥିଲେ। ଏନେଇ ଉଭୟଙ୍କ ପରିବାର ମଧ୍ୟରେ ବିଭିନ୍ନ ସମୟରେ କଳି ଝଗଡ଼ା ଲାଗୁଥିଲା। ଗତ ଶନିବାର ପୂର୍ବାହ୍ନ ୯ଟାରେ ଶ୍ରୀଦେବୀ ତାଙ୍କ ପିଲାଙ୍କ ସହ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ରଞ୍ଜିତ ଠେଙ୍ଗା ଓ ଧାରୁଆ ଅସ୍ତ୍ର ସାହାଯ୍ୟରେ ଶ୍ରୀଦେବୀଙ୍କୁ ପଛପଟୁ ଆକ୍ରମଣ କରି ସେଠାରୁ ପଳାଇ ଯାଇଥିଲେ। ପରିବାର ଲୋକେ ଶ୍ରୀଦେବୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଚମ୍ପୁଆ ଡାକ୍ତରଖାନା ଓ ପରେ କେନ୍ଦୁଝର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏନେଇ ଥାନାରେ ଏକ ହତ୍ୟା ମାମଲା (ନଂ.୧୮/୨୨) ରୁଜୁ ହୋଇଥିବା ଆଇଆଇସି ପଦ୍ମାଳୟା ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଘରକୁ ଫେରୁଥିବା ବେଳେ ଟଳିପଡିଲେ ବୁଦ୍ଧଦେବ, ଅଂଶୁଘାତ….

ପାଟଣା,୨୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ତେଣ୍ଡରା ପଞ୍ଚାୟତ ଖିଲାରିପାଟ୍ ନୂଆଗାଁ ଗ୍ରାମରେ ଜେ ଯୁବକଙ୍କର ମୃତ୍ୟୁ ହୋଇଛି । ୩୫ବର୍ଷୀୟ…

ଭିଜିଲାନ୍ସ ଦୁର୍ନୀତି ମାମଲାରେ ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜ ଦୋଷୀ ସାବ୍ୟସ୍ତ

କେନ୍ଦୁଝର,୨୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ବିରୋଧୀ ଘଟଣାକ୍ରମରେ ଓଡିଶା ଭିଜିଲାନ୍ସ କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ପୂର୍ବତନ ଉନ୍ନୟନ କ୍ଲର୍କ-କମ-ଷ୍ଟୋର ଇନଚାର୍ଜଙ୍କୁ ଏକ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

ଅଘଟଣ; ପାଣିରେ ବୁଡି ୨ ବର୍ଷର ଶିଶୁ, ବିଷ ପିଇ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ

ହାଟଡିହି/ଛେନାପଦୀ/ଆନନ୍ଦପୁର,୨୫।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ସୋସୋ ଥାନା ଥାନା ଅଞ୍ଚଳରେ ଗତ ରବିବାର ଦୁଇଟି ଦୁଃଖଦ ଘଟଣା ଘଟିଛି । ପୋଡାସିଙ୍ଗିଡ଼ି…

ତାପମାତ୍ରା ୪୦ ଡିଗ୍ରୀ: ମିଳୁନି ପିଇବା ପାଣି, ଗରା, ବାଲଟି ଓ ଡେକଚି ଧରି…

ପାଟଣା, ୨୫।୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍‌କୁ ଛୁଇଁଥିବା ବେଳେ ପାଟଣା ବ୍ଲକ୍ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ବଣମହୁଳଡିହା ପାତୁଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri