Posted inଖେଳ

ମନଜିତ୍‌ଙ୍କୁ ବ୍ରୋଞ୍ଜ ପଦକ

ବିଶକେକ୍‌ (କିରଗିଜସ୍ତାନ), ୨।୬: ଭାରତର ମନଜିତ୍‌ ଏଠାରେ ଚାଲିଥିବା ୟୁଡବ୍ଲ୍ୟୁଡବ୍ଲ୍ୟୁ ର଼୍ୟାଙ୍କିଙ୍ଗ ସିରିଜ ରେସ୍‌ଲିଂ ଇଭେଣ୍ଟର ଗ୍ରୀକୋ ରୋମାନ ୫୫କେଜି କାଟେଗୋରୀରେ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମନଜିତ କ୍ୱାର୍ଟରଫାଇନାଲରେ ଉଜବେକିସ୍ତାନର ଇଖ୍‌ତିଓର ବୋଟିରୋଭଙ୍କଠାରୁ ହାରି ଯାଇଥିଲେ। ମାତ୍ର ବୋଟିରୋଭ ଫାଇନାଲରେ ପ୍ରବେଶ କରିଯିବାରୁ ମନଜିତ ବ୍ରୋଞ୍ଜ ପଦକ ମୁକାବିଲା ପାଇଁ ସୁଯୋଗ ପାଇଥିଲେ। ଭାରତୀୟ ରେସ୍‌ଲର କାଜାଖସ୍ତାନର ୟେରସିନ୍‌ ଆବ୍‌ୟିର୍‌ଙ୍କୁ ୧୪-୯ରେ ପରାସ୍ତ କରି ବ୍ରୋଞ୍ଜ ଜିିତିନେଇଥିଲେ। ଏଥିସହ ପ୍ରତିଯୋଗିତାରେ ସେ ଭାରତର ପଦକ ଖାତା ଖୋଲିଥିଲେ। ସ୍ବର୍ଣ୍ଣ ପଦକ ବାଉଟ୍‌ରେ ବୋଟିରୋଭଙ୍କୁ କାଜାଖସ୍ତାନର ମାର୍ଲାନ ମୁକାସେଭ ହରାଇ ଦେଇଥିଲେ। ୬୦ କେଜି ଶ୍ରେଣୀରେ ସୁମିତ ରିପିଚେଜ ରାଉଣ୍ଡରେ ପ୍ରବେଶ କରିଥିଲେ ମଧ୍ୟ ସେ କିଗିଜସ୍ତାନର ବାଲ୍‌ବାଇ ଦୋର୍ଦ୍ଦୋକୋଭ୍‌ଙ୍କଠାରୁ ହାରିଯାଇଥିଲେ। ପୂର୍ବରୁ ସେ କ୍ୱାର୍ଟର ଫାଇନାଲରେ କାଜାଖସ୍ତାନର ନୂରସୁଲ୍‌ତାନ ବାଜାରବାୟେଭଙ୍କଠାରୁ ପରାସ୍ତ ହୋଇଥିଲେ। ନୀରଜ ମଧ୍ୟ ୬୭କେଜି ଶ୍ରେଣୀ ରିପିଚେଜ୍‌ ରାଉଣ୍ଡରେ ପରାଜିତ ହୋଇଥିଲେ। ଭାରତର ଅନ୍ୟ ୩ ରେସଲର ସୁନୀଲ କୁମାର (୮୭କେଜି), ନରିନ୍ଦର ଚିମା (୯୭କେଜି) ଓ ସାହିଲ (୧୩୦କେଜି) କ୍ୱାଲିଫିକେଶନ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?