ଶସ୍ତାରେ ହଳଦୀପତ୍ର ନେଉଛନ୍ତି ଦଲାଲ: ଚାଷୀ ନିରାଶ

ଦାରିଙ୍ଗବାଡି, ୭।୧୧ (ଅରୁଣ ସାହୁ): ଆଗକୁ ରହିଛି ପ୍ରଥମାଷ୍ଟମୀ ଏଥିପାଇଁ ଆବଶ୍ୟକ ପଡେ ହଳଦୀ ପତ୍ର। ଘରର ବଡ଼ ଝିଅ ଓ ପୁଅଙ୍କ ମଙ୍ଗଳ କାମନା କରି ପରିବାର ଲୋକ ପ୍ରଥମାଷ୍ଟମୀ ପାଳନ କରନ୍ତି। ତେବେ ଏହି ପର୍ବରେ ଏଣ୍ଡୁରି ପିଠା ପ୍ରସ୍ତୁତ କରାଯାଇ ପୂଜାର୍ଚନା କରାଯାଇଥାଏ। ଏଥିପାଇଁ ହଳଦୀ ପତ୍ରରେ ପ୍ରସ୍ତୁତ ପିଠା ପୁଅ ଓ ଝିଅଙ୍କ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ହଳଦୀ ପତ୍ରରେ ପିଠା ପ୍ରସ୍ତୁତ କରି ଖାଇବାକୁ ଦିଆଯାଇଥାଏ। ପରିବାର ଲୋକ ମଧ୍ୟ ଏହି ପତ୍ରରେ ପିଠା ପ୍ରସ୍ତୁତ କରି ଖାଇଥାନ୍ତି। ଏହା ସୁସ୍ବାଦ ସହ ନିରୋଗ ଓ ଭୁତାଣୁକୁ ନଷ୍ଟ କରୁଥିବା ନଜିର ରହିଛି। ତେବେ କନ୍ଧମାଳ ସମେତ କୋରାପୁଟ ଓ କିଛି ହାତ ଗଣତି ଜଲାରେ ହଳଦୀ ଚାଷ କରାଯାଉଥିବାବେଳେ କନ୍ଧମାଳ ହଳଦୀ ବିଶ୍ୱ ବିଖ୍ୟାତ ଭାବେ ପରିଚିତ। ଏହି ହଳଦୀ ପତ୍ରର ବାସ୍ନା ଅନ୍ୟ ହଳଦୀ ପତ୍ରରେ ନ ଥାଏ। ତେଣୁ ଏହି କନ୍ଧମାଳ ହଳଦୀ ଓ ହଳଦୀ ପତ୍ର ର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି ହଳଦୀ ପତ୍ର କେବଳ ରାଜ୍ୟରେ କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶର, ଯାଜପୁର, କେନ୍ଦ୍ରାପଡା, ଅନୁଗୋଳ, ତାଳଚେର ଆଦି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଦିନରେ ଅଧିକା ବିକ୍ରୀ ହୋଇଥାଏ ତେବେ ଚାଷୀ ଏହି ସବୁ ପତ୍ର ସଂଗ୍ରହ କରୁଥିଲେ ମଧ୍ୟ ଏହାର କୌଣସି ସରକାରୀ ଦର ଧାର୍ଯ୍ୟ ହୋଇ ନ ଥିବାବେଳେ ବିକ୍ରିବଟା ପାଇଁ ବ୍ୟବସ୍ଥା ନାହିଁ ଫଳରେ ଚାଷୀ ୧୦ ଖଣ୍ଡ ହଳଦୀ ପତ୍ର କୁ ୨ ଟଙ୍କାରୁ ୨ ଟଙ୍କା ୫୦ ପଇସାରେ ବିକ୍ରି କରି ବହୁ କ୍ଷତି ସହୁଛି।

ଅନ୍ୟପଟେ ହଳଦୀ ଅମଳ ପୂର୍ବରୁ ତାର କଞ୍ଚା ପତ୍ରକୁ କାଟି ବିକ୍ରି କରୁଥିବାରୁ ହଳଦୀ ଅମଳରେ ମଧ୍ୟ କ୍ଷତି ହେଉଥିବା ଜଣାପଡିଛି। ତେବେ ବର୍ଷା ଛାଡି ଶୀତ ଆରମ୍ଭ ସମୟରେ ଏହି ପର୍ବ ପଡୁଥିବାରୁ ଚାଷୀର ମଧ୍ୟ କୌଣସି ରୋଜଗାର ନ ଥିବାରୁ ଶସ୍ତା ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଚାଷୀମାନେ କହିଛନ୍ତି । ଦଲାଲମାନେ ସିଧା ଶସ୍ତା ଦରରେ କିଣି ବାହାର ରାଜ୍ୟ ରେ ଉଚ୍ଚ ଦରରେ ବିକ୍ରି କରି ମାଲାମାଲ ହେଉଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

E20 ପେଟ୍ରୋଲକୁ ନେଇ ଦିଲ୍ଲୀରେ ତେଜିଲା ରାଜନୀତି! ପିଏମ ଆବାସ ଅଭିମୁଖେ ଯାଉଥିବାବେଳେ କେଜ୍‌ରିୱାଲଙ୍କୁ…

ନୂଆଦିଲ୍ଲୀ,୪।୮: ଆମ ଆଦମୀ ପାର୍ଟି (AAP)ର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ ପାଇଁ ବାହାରିଛନ୍ତି। ତାଙ୍କ ସହ ଏଏପିର ନେତା ଓ କର୍ମୀମାନେ…

ହାତୀ ଦେଖିବାକୁ ଯାଇଥିଲେ ଯୁବକ; ଗୋଡ଼ାଇଲା ମାଈ ହାତୀ, ତାପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜର ପାଟଣା ସେକ୍ସନ ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟରେ ସୋମବାର ୧୯ଟିକିଆ ବଣୁଆ ହାତୀପଲ ଡେରା ପକାଇଥିଲେ । ଏହି…

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

କି ଦଣ୍ଡ ମିଳିବ ଉଦୟନିଧି ଷ୍ଟାଲିନଙ୍କୁ ,ସେ ତ୍ରିଶାଙ୍କ ବିଷୟରେ କ’ଣ କହିଥିଲେ? ଥାଲାପତି ବିଜୟଙ୍କ ସହ ଅଭିନେତ୍ରୀଙ୍କ ସମ୍ପର୍କ କ’ଣ? ଜାଣନ୍ତୁ ….

ଚେନ୍ନାଇ,୪।୮: ତ୍ରିଶା କୃଷ୍ଣନଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେଇ ଉପ ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗୁରୁତର ସମସ୍ୟାରେ ପଡ଼ିଛନ୍ତି। ଜଣେ ଘନିଷ୍ଠ ବନ୍ଧୁଙ୍କ ବିଷୟରେ ଏହି ମନ୍ତବ୍ୟ…

ଗିରଫ ହେବା ପରେ ଉଦୟନିଧି ଷ୍ଟାଲିନଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ-ମୁଁ କ’ଣ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ଅଡ଼ୁଆ ବଢ଼ିଛି। ଅଭିନେତ୍ରୀ ତ୍ରିଶାଙ୍କୁ ନେଇ କରିଥିବା ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। ତ୍ରିଶାଙ୍କୁ ନେଇ କଥିତ ଦ୍ୱିଅର୍ଥବୋଧକ…

ବିଦେଶରେ ଥାଇ ଏମିତି କାମ କଲେ ପ୍ରିୟଙ୍କା ଚୋପ୍ରା: ସମସ୍ତେ କହୁଛନ୍ତି ବାଃ ବାଃ

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ବଲିଉଡରେ ସଫଳତା ହାସଲ କରିବା ପରେ ସେ ଅନେକ ବର୍ଷ ଧରି…

ଭାଜପାର ପରାଜୟ ପରେ ମୋଦିଙ୍କ ସହ ବଡ଼ ଆଲୋଚନା କଲେ ନୀତିନ ନବୀନ? ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୪।୮: ସଂସଦ ଅଧିବେଶନ ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ‘ମଙ୍ଗଳ ମିଳନ’ ସମାବେଶରୁ ଏକ ଆକର୍ଷଣୀୟ ଫଟୋ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା…

ଉପନିର୍ବାଚନରେ ପରାଜୟ ପରେ ଭାଜପା ମହଲରେ ହଲଚଲ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

ନୂଆଦିଲ୍ଲୀ,୪।୮: ବିହାରର ପାଟନା ସ୍ଥିତ ବାଙ୍କିପୁର ବିଧାନସଭା ଆସନର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ପରାଜୟ ପରେ ଜନତା ଦଳ (ୟୁନାଇଟେଡ)ର ନେତା ଏବଂ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri