Posted inUncategorized

ବିଦ୍ୟୁତ୍‌ ଯାଞ୍ଚବେଳେ ଫାଟିଲା ଟ୍ରାନ୍ସଫର୍ମର

ବାରଙ୍ଗ,୧୪।୬(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରୋପ୍‌ୱେ ଚାଲିବା ପୂର୍ବରୁ ଅଘଟଣ ଘଟିଛି। ମଙ୍ଗଳବାର ଦ୍ୱିପ୍ରହରରେ ରୋପ୍‌ୱେକୁ ସଂଯୋଗ କରିଥିବା ଟ୍ରାନ୍ସର୍ଫମରରେ ବିଦ୍ୟୁତ୍‌ ଯାଞ୍ଚ କରିବାବେଳେ ତାହା ଫାଟିଯାଇଥିଲା। ଫଳରେ ୩ଜଣ କର୍ମଚାରୀ ଗୁରୁତର ହୋଇଥିଲେ। ସେମାନେ ହେଲେ ନନ୍ଦନକାନନର ଅସ୍ଥାୟୀ କର୍ମଚାରୀ ଶିବରାମ ସାହୁ, ରୋପଓ୍ବେର ଅପରେଟର ସୋମୁ ବାନାର୍ଜି ଓ ରାମଲଳିତ ସାହା। ଗୁରୁତର ଅବସ୍ଥାରେ ଏମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଶିବରାମ ଓ ସୋମୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ନନ୍ଦନକାନନରେ ପୂର୍ବରୁ ରୋପଓ୍ବେ ଚାଲୁଥିବାବେଳେ କୌଣସି କାରଣରୁ ତାହା ବନ୍ଦ କରାଯାଇଥିଲା। ହେଲେ ସୋମବାର ରୋପଓ୍ବେ ପୁନଃକାର୍ଯ୍ୟକ୍ଷମ ପାଇଁ ନୂତନ ଟ୍ରାନ୍ସର୍ଫମରକୁ ୩୧କେଭି ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ମଙ୍ଗଳବାର ଭିସିବି ୟୁନିଟର ବିଦ୍ୟୁତ୍‌ ଯାଞ୍ଚ ପାଇଁ କର୍ମଚାରୀମାନେ ଯାଇଥିବାବେଳେ କୌଣସି କାରଣରୁ ଟ୍ରାନ୍ସର୍ଫମରଟି ହଠାତ୍‌ ଫାଟିଯାଇଥିଲା। ତେବେ ଟ୍ରାନ୍ସର୍ଫମର ତଳେ କାର୍ଯ୍ୟରତ ୩କର୍ମଚାରୀଙ୍କ ଉପରେ ନିଆଁ ଓ ତେଲ ପଡିବାରୁ ଗୁରୁତର ହୋଇ ଅଚେତ ହୋଇଯାଇଥିଲେ। ସେମାନଙ୍କ ମୁହଁ, ହାତ ସହିତ ଅର୍ଦ୍ଧାଧିକ ଶରୀର ପୋଡ଼ିଯାଇଛି। ୩ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ଖବରପାଇ ନନ୍ଦନକାନନ ପ୍ରଶାସନିକ ଅଧିକାରୀ, ବିଦ୍ୟୁତ୍‌ ବିଭାଗ ଓ ରୋପ୍‌ଓ୍ବେର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏ ନେଇ ପାଖରେ କାମ କରୁଥିବା ରୋପଓ୍ବେର କର୍ମଚାରୀ ଉପେନ୍ଦ୍ର ବିଶ୍ବକର୍ମା କହିଥିଲେ, ଶିବରାମ ନୂତନ ଟ୍ରାନ୍ସର୍ଫମର ଭିତରକୁ ଯାଇ ଭିସିବି ୟୁନିଟରେ ମଲ୍ଟି ମିଟର ନେଇ ପରୀକ୍ଷା କରିବାବେଳେ ହଠାତ୍‌ ଟ୍ରାନ୍ସଫର୍ମର ଫାଟିଥିଲା। ସେଥିରୁ ନିଆଁ ଓ ତେଲ ପଡି ତଳେ ଥିବା ୩ଜଣ ଗୁରୁତର ହୋଇଥିଲେ। ଏ ସମ୍ପର୍କରେ ଭୁବନେଶ୍ବର ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ବେହେରା କହିଥିଲେ, ସୋମବାରଠାରୁ ୩୩କେଭି ବିଦ୍ୟୁତ୍‌ କେବୁଲ୍‌ରୁ ଟ୍ରାନ୍ସଫର୍ମରକୁ ବିଦ୍ୟୁତ୍‌ ସଂଯୋଗ ଦେଇ ବଲ୍‌ ଜଳାଇଛୁ। ମଙ୍ଗଳବାର ବିଦ୍ୟୁତ୍‌ ବିଭାଗର ଅନୁପସ୍ଥିତିରେ ସେମାନେ କାହିଁକି ଟ୍ରାନ୍ସର୍ଫମରରେ କାର୍ଯ୍ୟ କରୁଥିଲେ ତାହା ଆମେ ଜାଣିନୁ। ତଦନ୍ତ ହେଲେ ସତ୍ୟ ଜଣାପଡିବ ବୋଲି ସୂଚନା ଦେଇଛନ୍ତି। କିନ୍ତୁ ଏତେ ବଡ଼ ଘଟଣା ପରେ ନନ୍ଦନକାନନ କର୍ତ୍ତୃପକ୍ଷ କିମ୍ବା ବିଦ୍ୟୁତ୍‌ ବିଭାଗର ଦାୟିତ୍ୱରେ ଥିବା ରେଞ୍ଜର କୌଣସି ସ୍ପଷ୍ଟୀକରଣ ଦେଇ ନ ଥିଲେ। ତେବେ ରଜରେ ରୋପ୍‌ୱେ ଚାଲିବା ପାଇଁ ଜୋରସୋରରେ ଉଦ୍ୟମ ଚାଲିଥିଲା। ବିଦ୍ୟୁତ୍‌ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଖର୍ଚ୍ଚ ନନ୍ଦନକାନନ ପକ୍ଷରୁ କରାଯାଇଥିବାବେଳେ ନୂଆକରି ଲଗାଯାଇଥିବା ଟ୍ରାନ୍ସଫର୍ମର ଫାଟିବାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri