Posted inUncategorized

ବିଦ୍ୟୁତ୍‌ ଯାଞ୍ଚବେଳେ ଫାଟିଲା ଟ୍ରାନ୍ସଫର୍ମର

ବାରଙ୍ଗ,୧୪।୬(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରୋପ୍‌ୱେ ଚାଲିବା ପୂର୍ବରୁ ଅଘଟଣ ଘଟିଛି। ମଙ୍ଗଳବାର ଦ୍ୱିପ୍ରହରରେ ରୋପ୍‌ୱେକୁ ସଂଯୋଗ କରିଥିବା ଟ୍ରାନ୍ସର୍ଫମରରେ ବିଦ୍ୟୁତ୍‌ ଯାଞ୍ଚ କରିବାବେଳେ ତାହା ଫାଟିଯାଇଥିଲା। ଫଳରେ ୩ଜଣ କର୍ମଚାରୀ ଗୁରୁତର ହୋଇଥିଲେ। ସେମାନେ ହେଲେ ନନ୍ଦନକାନନର ଅସ୍ଥାୟୀ କର୍ମଚାରୀ ଶିବରାମ ସାହୁ, ରୋପଓ୍ବେର ଅପରେଟର ସୋମୁ ବାନାର୍ଜି ଓ ରାମଲଳିତ ସାହା। ଗୁରୁତର ଅବସ୍ଥାରେ ଏମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଶିବରାମ ଓ ସୋମୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅନ୍ୟ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ନନ୍ଦନକାନନରେ ପୂର୍ବରୁ ରୋପଓ୍ବେ ଚାଲୁଥିବାବେଳେ କୌଣସି କାରଣରୁ ତାହା ବନ୍ଦ କରାଯାଇଥିଲା। ହେଲେ ସୋମବାର ରୋପଓ୍ବେ ପୁନଃକାର୍ଯ୍ୟକ୍ଷମ ପାଇଁ ନୂତନ ଟ୍ରାନ୍ସର୍ଫମରକୁ ୩୧କେଭି ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ମଙ୍ଗଳବାର ଭିସିବି ୟୁନିଟର ବିଦ୍ୟୁତ୍‌ ଯାଞ୍ଚ ପାଇଁ କର୍ମଚାରୀମାନେ ଯାଇଥିବାବେଳେ କୌଣସି କାରଣରୁ ଟ୍ରାନ୍ସର୍ଫମରଟି ହଠାତ୍‌ ଫାଟିଯାଇଥିଲା। ତେବେ ଟ୍ରାନ୍ସର୍ଫମର ତଳେ କାର୍ଯ୍ୟରତ ୩କର୍ମଚାରୀଙ୍କ ଉପରେ ନିଆଁ ଓ ତେଲ ପଡିବାରୁ ଗୁରୁତର ହୋଇ ଅଚେତ ହୋଇଯାଇଥିଲେ। ସେମାନଙ୍କ ମୁହଁ, ହାତ ସହିତ ଅର୍ଦ୍ଧାଧିକ ଶରୀର ପୋଡ଼ିଯାଇଛି। ୩ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା। ଖବରପାଇ ନନ୍ଦନକାନନ ପ୍ରଶାସନିକ ଅଧିକାରୀ, ବିଦ୍ୟୁତ୍‌ ବିଭାଗ ଓ ରୋପ୍‌ଓ୍ବେର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏ ନେଇ ପାଖରେ କାମ କରୁଥିବା ରୋପଓ୍ବେର କର୍ମଚାରୀ ଉପେନ୍ଦ୍ର ବିଶ୍ବକର୍ମା କହିଥିଲେ, ଶିବରାମ ନୂତନ ଟ୍ରାନ୍ସର୍ଫମର ଭିତରକୁ ଯାଇ ଭିସିବି ୟୁନିଟରେ ମଲ୍ଟି ମିଟର ନେଇ ପରୀକ୍ଷା କରିବାବେଳେ ହଠାତ୍‌ ଟ୍ରାନ୍ସଫର୍ମର ଫାଟିଥିଲା। ସେଥିରୁ ନିଆଁ ଓ ତେଲ ପଡି ତଳେ ଥିବା ୩ଜଣ ଗୁରୁତର ହୋଇଥିଲେ। ଏ ସମ୍ପର୍କରେ ଭୁବନେଶ୍ବର ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ବେହେରା କହିଥିଲେ, ସୋମବାରଠାରୁ ୩୩କେଭି ବିଦ୍ୟୁତ୍‌ କେବୁଲ୍‌ରୁ ଟ୍ରାନ୍ସଫର୍ମରକୁ ବିଦ୍ୟୁତ୍‌ ସଂଯୋଗ ଦେଇ ବଲ୍‌ ଜଳାଇଛୁ। ମଙ୍ଗଳବାର ବିଦ୍ୟୁତ୍‌ ବିଭାଗର ଅନୁପସ୍ଥିତିରେ ସେମାନେ କାହିଁକି ଟ୍ରାନ୍ସର୍ଫମରରେ କାର୍ଯ୍ୟ କରୁଥିଲେ ତାହା ଆମେ ଜାଣିନୁ। ତଦନ୍ତ ହେଲେ ସତ୍ୟ ଜଣାପଡିବ ବୋଲି ସୂଚନା ଦେଇଛନ୍ତି। କିନ୍ତୁ ଏତେ ବଡ଼ ଘଟଣା ପରେ ନନ୍ଦନକାନନ କର୍ତ୍ତୃପକ୍ଷ କିମ୍ବା ବିଦ୍ୟୁତ୍‌ ବିଭାଗର ଦାୟିତ୍ୱରେ ଥିବା ରେଞ୍ଜର କୌଣସି ସ୍ପଷ୍ଟୀକରଣ ଦେଇ ନ ଥିଲେ। ତେବେ ରଜରେ ରୋପ୍‌ୱେ ଚାଲିବା ପାଇଁ ଜୋରସୋରରେ ଉଦ୍ୟମ ଚାଲିଥିଲା। ବିଦ୍ୟୁତ୍‌ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଖର୍ଚ୍ଚ ନନ୍ଦନକାନନ ପକ୍ଷରୁ କରାଯାଇଥିବାବେଳେ ନୂଆକରି ଲଗାଯାଇଥିବା ଟ୍ରାନ୍ସଫର୍ମର ଫାଟିବାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri