Posted inଜାତୀୟ

ଭାଙ୍ଗିଲା ଇଣ୍ଡିଆ ମେଣ୍ଟ! ରାହୁଲ କହିଲେ…

ଦିଲ୍ଲୀ ବିଧାନସଭା ର୍ନିବାଚନ ପୂର୍ବରୁ, କଂଗ୍ରେସ ଦଳ ଆମ ଆଦମୀ ପାର୍ଟି ଉପରେ ଆକ୍ରମଣକୁ ତୀବ୍ର କରିଛି। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତୁଳନା କରିଥିଲେ ଏବଂ ଅଭିଯୋଗ କରିଥିଲେ ଯେ ଉଭୟ ଜନତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରନ୍ତି ନାହିଁ। ତେବେ ଆଜି ରାହୁଲ, କେଜରିୱାଲଙ୍କ ‘ବିଫଳତା’ ଉପରେ ପ୍ରଶ୍ନ ଉଠାଇ ଦିଲ୍ଲୀ ସରକାରଙ୍କୁ ଘେରିବା ନେଇ କଂଗ୍ରେସ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ସମସ୍ତ ପ୍ରାର୍ଥୀ ଏବଂ କଂଗ୍ରେସ ନେତାମାନଙ୍କୁ ଖୋଲାଖୋଲି ଭାବରେ ଅରବିନ୍ଦ କେଜରିୱାଲଙ୍କୁ ଆକ୍ରମଣ କରିବାକୁ କହିଛନ୍ତି। କୁହାଯାଉଛି କଂଗ୍ରେସ ଦିଲ୍ଲୀ ବିଧାନସଭା ର୍ନିବାଚନକୁ ନେଇ ଗମ୍ଭୀର ଅଛି।

କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ପ୍ରାୟ ୭ ମାସ ଧରି ଇଣ୍ଡିଆ ମେଣ୍ଟ ଅଧୀନରେ ଏକାଠି ଲୋକ ସଭା ର୍ନିବାଚନ ଲଢ଼ୁଛନ୍ତି। କିନ୍ତୁ ଯେଉଁ ଦଳଗୁଡ଼ିକ ଥରେ ଏକାଠି ଥିଲେ, ହରିୟାଣା ବିଧାନସଭା ର୍ନିବାଚନ ସମୟରେ ସେମାନେ ଅଲଗା ହୋଇଗଲେ। ଗତକାଲି ଅର୍ଥାତ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିଧାସଳଖ ଅରବିନ୍ଦ କେଜରିୱାଲଙ୍କୁ ଟାର୍ଗେଟ କରିଥିଲେ।

ଦିଲ୍ଲୀର ସୀଲମପୁର ଅଞ୍ଚଳରେ ଭାଷଣ ଦେଇ ରାହୁଲ ଗାନ୍ଧୀ କହିଥିଲେ, “କେଜରିୱାଲଜୀ କହିଥିଲେ ଯେ ସେ ଦିଲ୍ଲୀକୁ ସଫା କରିବେ, ଦୁର୍ନୀତି ହଟାଇବେ, ଏହାକୁ ପ୍ୟାରିସ କରିବେ। ଏବେ ପରିସ୍ଥିତି ଏପରି ହୋଇଛି ଯେ ଭୟଙ୍କର ପ୍ରଦୂଷଣ ହେଉଛି। ଲୋକମାନେ ଅସୁସ୍ଥ ରହୁଛନ୍ତି। ଲୋକମାନେ ଯାଆସ କରିପାରୁ ନାହାନ୍ତି। ଯେପରି ମୋଦିଜୀ ମିଥ୍ୟା ପ୍ରତିଶ୍ରୁତି ଏବଂ ପ୍ରଚାର କରନ୍ତି, ସେହିପରି କେଜରିୱାଲ ମଧ୍ୟ ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି। ଉଭୟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ।

କଂଗ୍ରେସ ନେତା ଆହରି କହିଛନ୍ତି, “ଯେତେବେଳେ ମୁଁ ଜାତିଗତ ଜନଗଣନା ବିଷୟରେ କଥା ହୁଏ, ନରେନ୍ଦ୍ର ମୋଦି ଏବଂ କେଜ୍ରିୱାଲଙ୍କ ମୁହଁରୁ ଗୋଟିଏ ଶବ୍ଦ ମଧ୍ୟ ବାହାରକୁ ଆସେ ନାହିଁ। କାରଣ ସେମାନେ ଉଭୟ ଚାହାଁନ୍ତି ଯେ ପଛୁଆ, ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁମାନେ ଏହି ଜନଗଣନାରେ ଅଂଶଗ୍ରହଣ ନ ପାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧ ଗୋଚରରେ ଆଜିଠୁ ଆରମ୍ଭ ହେଲା ୫ ରାଶିଙ୍କ ନୂଆ ଅଧ୍ୟାୟ! ଧନଲାଭ ସହ ଚାକିରିରେ ପ୍ରମୋସନ ଯୋଗ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ଅକ୍ଟୋବର ୧୨ ତାରିଖ ସନ୍ଧ୍ୟା ୬ଟା ୪୮ ମିନିଟରେ ବୁଧ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଜ୍ଞାନେଶ କୁମାରଙ୍କ ଆଗରେ ରାହୁଲଙ୍କ ବଡ଼ ସର୍ତ୍ତ: କହିଲେ- ଏମିତି କଲେ ଆମେ ଛାଡ଼ିଦେବୁ…

ନୂଆଦିଲ୍ଲୀ,୧୨।୧୦: ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?