Posted inଖେଳ

ଆଣ୍ଠେଇ ଆଣ୍ଠେଇ ତିରୁପତିଙ୍କୁ ଦର୍ଶନ କରିବାକୁ ପହଞ୍ଚିଲେ ଏହି କ୍ରିକେଟର, ଶତକ ମାରି ଅଷ୍ଟ୍ରେଲିୟ ବୋଲର୍‌ଙ୍କୁ କନ୍ଦାଇଥିଲେ…

ନୂଆଦିଲ୍ଲୀ,୧୪।୧: ଭାରତୀୟ କ୍ରିକେଟରେ ଏଭଳି ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କର ଭଗବାନଙ୍କ ଉପରେ ବହୁତ ଆସ୍ଥା। କିଛି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ପୂର୍ବରୁ ସେମାନେ ଭଗବାନଙ୍କଠାରୁ ଆଶୀର୍ବାଦ ନେବାକୁ ପହଞ୍ଚିଥାନ୍ତି। ଏଭଳି କିଛି ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍‌ ନୀତୀଶ ରେଡ୍ଡି କରି ଚର୍ଚ୍ଚାକୁ ଆସିଛନ୍ତି।

ବର୍ଡର ଗାଭାସ୍କର ଟ୍ରଫିରେ ନୀତୀଶ ଭାରତୀୟ ଟିମ୍‌ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ମେଲବର୍ନ ଟେଷ୍ଟରେ ଶତକ ଲଗାଇଥିଲେ। ଅଷ୍ଟ୍ରେଲିଆରେ ଖେଳାଯାଇଥିବା ୫ ଟେଷ୍ଟ ମ୍ୟାଚ୍‌ରେ ସେ ୩୭.୨୫ ହାରରେ ୨୯୮ ରନ୍‌ କରିଥିଲେ। ତାଙ୍କ ବ୍ୟାଟିଂ ଅନେକଙ୍କୁ ପ୍ରଭାବିତ କରିଥିଲା। ପ୍ରଶଂସକ ମଧ୍ୟ ନୀତୀଶଙ୍କ ପ୍ରଦର୍ଶନକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସା କରିଥିଲେ।

ଅଷ୍ଟ୍ରେଲିଆରୁ ଫେରିବା ପରେ ନୀତୀଶଙ୍କୁ ଆଉ ଏକ ଖୁସିଖବର ମିଳିଥିଲା। ବିସିସିଆଇ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜରେ ଚୟନ କରିଛି। ଏମିତିରେ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଇବା ଏବଂ ତାଙ୍କ ଆଶୀର୍ବାଦ ନେବାକୁ ତିରୁପତିରେ ପହଞ୍ଚିଥିଲେ। କ୍ରିକେଟର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ମନ୍ଦିର ସିଢ଼ିରେ ଆଣ୍ଠେଇ ଆଣ୍ଠେଇ ଚଢ଼ୁଥିବା ଦେଖାଯାଇଛି। ଏହା ତାଙ୍କ ଭଗବାନଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ଦର୍ଶାଉଥିବା ପ୍ରଶଂସକ ପ୍ରତିକ୍ରିୟା ରଖୁଛନ୍ତି।

ନୀତୀଶ ଏଯାବତ ୫ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ସେ ପର୍ଥ ଟେଷ୍ଟ ମ୍ୟାଚ୍‌ରେ ନିଜର ଡେବ୍ୟୁ କରିଥିଲେ। ସିରିଜରେ ସେ ୨୯୮ ରନ୍‌ କରିଥିଲେ। ଏଥିରେ ଗୋଟିଏ ଶତକ ଥିଲା। ଆଇପିଏଲ୍‌ରେ ସେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଛନ୍ତି। ସେଥିରେ ସେ ୧୫ ମ୍ୟାଚ୍‌ରେ ୩୩.୬୭%ରେ ୩୦୩ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri