ଭଙ୍ଗା ବ୍ରିଜ୍‌, ଭୟରେ ଯାତାୟାତ

ରାଉରକେଲା,୨୮।୮(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ବସ୍ତି ଓ ତଳି ଅଞ୍ଚଳଗୁଡିକରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି। କେଉଁଠି ଗୋଷ୍ଠୀ ଶୌଚାଳୟ ତ ଆଉ କେଉଁଠି ପକ୍କା ରାସ୍ତା ତିଆରି କରାଯାଉଛି। ଏସବୁ ଉନ୍ନତୀକରଣ ସତ୍ତ୍ୱେ ଉଦିତନଗର ସ୍ଥିତ ଶୀତଳପଡା ବସ୍ତିକୁ ସଂଯୋଗ କରୁଥିବା ମୁଖ୍ୟ ବ୍ରିଜ୍‌ ଭଗ୍ନ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଛି। ଫଳରେ ଲୋକମାନେ ଏହି ବ୍ରିଜ୍‌ ଦେଇ ଭୟରେ ଯାତାୟାତ କରୁଛନ୍ତି।
ଶୀତଳପଡା ବସ୍ତିରେ ପ୍ରାୟ ୩ ହଜାର ଲୋକ ବାସ କରନ୍ତି। ଏଠାକାର ଲୋକେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଏହି ବସ୍ତିଟି ଆର୍‌ଏସ୍‌ପି ଡମ୍ପିଂ ୟାର୍ଡ ଅଞ୍ଚଳରେ ରହିଛି। ଏହି ବସ୍ତି ମଧ୍ୟରେ ଯାଇଥିବା ମୁଖ୍ୟନାଳ ତରକେରା ଦେଇ ବ୍ରାହ୍ମଣୀ ନଦୀରେ ମିଶିଛି। ଏହି ନାଳ ଉପରେ ଆଜିକୁ ୨୫ ବର୍ଷ ତଳେ ଆର୍‌ଏସ୍‌ପି ପକ୍ଷରୁ ଏକ ଛୋଟ ବ୍ରିଜ୍‌ ନିର୍ମାଣ ନିର୍ମାଣ କରାଯାଇଥିଲା। ବ୍ରିଜ୍‌ ଦେଇ ଶୀତଳପଡା ବସ୍ତି ଭିତରେ ଥିବା ଡମ୍ପିଂ ୟାର୍ଡରୁ ଆର୍‌ଏସ୍‌ପିର ବିଭିନ୍ନ ଗାଡି ଅଦରକାରୀ କଞ୍ଚାମାଲଗୁଡିକ ଉଠାଉଥିଲା। ଏହି ବ୍ରିଜ ଉପରେ ଭାରଯାନ ଚଳାଚଳ କରିବାକୁ ଏହା ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା। ଏହା ବସ୍ତି ଭିତରକୁ ଯିବା ପାଇଁ ମୁଖ୍ୟ ବ୍ରିଜ ହୋଇଥିବାବେଳେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଚାରିପଟେ ସୁରକ୍ଷା ପାଚେରୀ ଭାଙ୍ଗି ଯାଇଛି। ଫଳରେ ଆଜିକୁ ୫ ବର୍ଷ ତଳେ ଦୁଇଜଣ ବାଳକ ବ୍ରିଜ ଉପରୁ ତଳକୁ ଖସିପଡି ମୃତ୍ୟୁ ଘଟିଥିବା ବସ୍ତିର ସୋନୁ ସାହୁ କହିଥିଲେ। ଏହି ବ୍ରିଜ ନିର୍ମାଣ ହେବା ଦିନରୁ କୌଣସି ମରାମତି ହୋଇନାହିଁ। ସେହିପରି ବ୍ରିଜ ଉପରେ ବିଭିନ୍ନ ଯାନ ଯାତାୟାତ କରୁଥିବାରୁ ଏହା ଉପରେ ବଡଧରଣର ଗର୍ତ୍ତମାନ ସୃଷ୍ଟି ହୋଇଛି। ବର୍ଷାଦିନେ ପାଣି ଜମି ରହୁଥିବାବେଳେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଫଳରେ ସ୍ଥାନୀୟ ବସ୍ତିବାସୀ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ରିଜ୍‌ ଭାଙ୍ଗିଯାଇ ଅଣଓସାରିଆ ହୋଇପଡିଛି। କୌଣସି ବଡ ଗାଡି ଅତିକ୍ରମ କଲାବେଳେ ଅନ୍ୟ ଗାଡିଗୁଡିକୁ ଅପେକ୍ଷା କରିବାକୁ ପଡୁଛି। ବ୍ରିଜ ଉପରେ ଫାଟ ସୃଷ୍ଟି ହୋଇଥିବା ବେଳେ ଲୁହାରଡ୍‌ ଦେଖା ହେଉଛି। ବ୍ରିଜ୍‌ର ଉଭୟ ପାର୍ଶ୍ୱ ପାଚେରୀ ଭାଙ୍ଗିଯିବାରୁ ଅନେକ ସମୟରେ ଭାରସାମ୍ୟ ହରାଇ ଗାଡିଗୁଡିକ ନାଳରେ ପଶିଯାଉଛି। ସ୍ଥାନୀୟ ପ୍ରଶାସନ ଏ ନେଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ରାଉରକେଲା ଏଡିଏମ୍‌ ଡ. ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଶୀତଳପଡା ବସ୍ତିଟି ଆର୍‌ଏସ୍‌ପି ଜାଗାରେ ରହିଛି। ତଥାପି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପାନୀୟ, ବିଦ୍ୟୁତ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଇଛି। ଏହି ବ୍ରିଜ୍‌ ଓ ରାସ୍ତା ମରାମତି ପାଇଁ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ରହିଛି। ତେଣୁ ଆମେ ଏ ନେଇ ଆର୍‌ଏସ୍‌ପିକୁ ନିଶ୍ଚିତ ଅବଗତ କରାଇବୁ ବୋଲି ମହାପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?