ସ୍ବଦେଶ ଫେରିଲେ ବ୍ରିଟ୍‌ନି ଗ୍ରାଇନର

ଓ୍ବାଶିଂଟନ/ମସ୍କୋ,୧୦ା୧୨: ରୁଷିଆ ଜେଲରୁ ମୁକୁଳିବା ପରେ ଆମେରିକାର ବାସ୍କେଟବଲ୍‌ ଷ୍ଟାର ବ୍ରିଟ୍‌ନି ଗ୍ରାଇନର ଶୁକ୍ରବାର ସକାଳେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୧୦ ମାସ ତଳେ ଗ୍ରାଇନରଙ୍କ ନିକଟରୁ ନିଶାଦ୍ରବ୍ୟ ମିଳିବା ପରେ ରୁଷୀୟ ଅଧିକାରୀମାନେ ତାଙ୍କୁ ବନ୍ଦୀ କରି ରଖିଥିଲେ। ଗ୍ରାଇନରଙ୍କ ମୁକ୍ତି ବଦଳରେ ମୃତ୍ୟୁର ସୌଦାଗର ନାମରେ ପରିଚିତ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଭିକ୍ଟର ବାଉଟ୍‌ଙ୍କୁ ଆମେରିକା ଛାଡ଼ିଦେଇଛି।
୩୨ ବର୍ଷୀୟା କୃଷ୍ଣକାୟ ସମଲିଙ୍ଗୀ ବ୍ରିଟ୍‌ନି ଗ୍ରାଇନର ଜଣେ ବାସ୍କେଟବଲ୍‌ ଖେଳାଳି। ଓମେନ୍ସ ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏଶନ୍‌ ଅଧୀନ ଫୋନିକ୍ସ ମାକ୍ୟୁରିର ଏହି ଷ୍ଟାର ଅଲିମ୍ପିକ୍‌ରେ ଦୁଇଥର ଗୋଲ୍ଡ ମେଡାଲ ପାଇଥିଲେ। ଗତ ଫେବୃୟାରୀ ୧୭ରେ ଗ୍ରାଇନର ରୁଷିଆ ଯାଇଥିବାବେଳେ ମସ୍କୋର ଶେରେମେଟୟେଭୋ ବିମାନବନ୍ଦରରେ ତାଙ୍କ ଲଗେଜ୍‌ରୁ କାନାବିଜ୍‌ ଅଏଲ୍‌ ଭର୍ତ୍ତି କେତେକ କ୍ୟାଟ୍ରିଜ୍‌ ମିଳିବା ପରେ ଗିରଫ ହୋଇଥିଲେ। ରୁଷିଆରେ ଭାଙ୍ଗ ନିଷିଦ୍ଧ ହୋଇଥିବାରୁ ତାଙ୍କୁ ୧୦ ମାସ ଜେଲରେ ରହିବାକୁ ପଡ଼ିଥିଲା। ଗ୍ରାଇନର ସାଙ୍ଗରେ କାନାବିଜ୍‌ ଅଏଲ୍‌ ନେଇଥିବା ବିଷୟ ସ୍ବୀକାର କରିଥିଲେ। କିନ୍ତୁ ଏହା ପଛରେ ତାଙ୍କର କୌଣସି ଆପରାଧିକ ଉଦ୍ଦେଶ୍ୟ ନ ଥିବା କହିଥିଲେ। ଗ୍ରାଇନରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲମାନେ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, ଯନ୍ତ୍ରଣା ଲାଘବ ପାଇଁ ତାଙ୍କୁ ଡାକ୍ତର ଏହାକୁ ସେବନ ପାଇଁ ପରାମର୍ଶ ଦେଇଛନ୍ତି। ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପୂର୍ବରୁ ଆମେରିକାର ପରରାଷ୍ଟ୍ର ବିଭାଗ ତାଙ୍କ ଗିରଫଦାରିକୁ ସମ୍ପୂର୍ଣ୍ଣ ଭୁଲ୍‌ ପଦକ୍ଷେପ ବୋଲି ଦର୍ଶାଇବା ସହ ତୁରନ୍ତ ଛାଡ଼ିଦେବାକୁ ଚାପ ପକାଇଥିଲା। କିନ୍ତୁ ରୁଷିଆ ଏହାକୁ ଅଗ୍ରାହ୍ୟ କରିଦେଇଥିଲା। ଗ୍ରାଇନର ଟେକ୍ସାସ୍‌ର ସାନ୍‌ ଆଣ୍ଟୋନିଓ ବିମାନବନ୍ଦରରେ ପହଞ୍ଚତ୍ବା ପରେ ନିଜ ଘରକୁ ଯାଇଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ୍‌ ଗ୍ରାଇନରଙ୍କୁ ଫୋନ୍‌ କରି କଥା ହୋଇଛନ୍ତି। ତାଙ୍କୁ ସ୍ବତନ୍ତ୍ର ଚିକିତ୍ସା ସୁବିଧା ଓ କାଉନ୍‌ସେଲିଂ ପ୍ରଦାନ ପାଇଁ ବାଇଡେନ୍‌ ନିଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆମେରିକାର ଜେଲରେ ଥିବା ରୁଷିଆର କୁଖ୍ୟାତ୍‌ ଆର୍ମ ଡିଲର ଭିକ୍ଟର ବାଉଟ୍‌ଙ୍କୁ ଓ୍ବାଶିଂଟନ ମୁକ୍ତ କରିଛି। ଏହି ପ୍ରିଜ୍‌ନର ସ୍ବାପ୍‌ ଚୁକ୍ତି ଆବୁଧାବିରେ ସ୍ବାକ୍ଷରିତ ହୋଇଥିଲା। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଭିକ୍ଟର କହିଛନ୍ତି, ସେ ନିଜ ୧୨ ବର୍ଷର ଜେଲ ଅନୁଭୂତି ବଖାଣିବାକୁ ଭାଷା ପାଉନାହାନ୍ତି। ତାଙ୍କୁ ହାତକଡ଼ି ପକାଇ ରଖାଯାଇ ନ ଥିଲା। ଜେଲରେ ଥିବା ଭିତରେ ସେ ବିଶେଷ ଭାବେ ରୁଷିଆ ବିରୋଧୀ ମନୋଭାବର ଶିକାର ହୋଇନାହାନ୍ତି। ବନ୍ଦୀ ଜୀବନ ବିତାଉଥିବା ଅନେକ କଏଦୀଙ୍କ ମନୋଭାବ ମସ୍କୋ ପ୍ରତି ନରମ ଥିଲା। ତାଙ୍କ ସ୍ତ୍ରୀ ଅଲ୍ଲା ବାଉଟ୍‌ କହିଛନ୍ତି, ସ୍ବାମୀଙ୍କ ଦସ୍ତାବିଜ ଓ ଡ୍ରଇଂଗୁଡ଼ିକୁ ଆମେରିକା ଯଥାଶ୍ରୀଘ ସମ୍ଭବ ରୁଷିଆ ଦୂତାବାସକୁ ହସ୍ତାନ୍ତର କରିବ ବୋଲି ଆଶା। ଭିକ୍ଟର ବାଉଟ୍‌ ୩ ଦିନ ହେଲା ଶୋଇ ନ ଥିବାରୁ ଥକିପଡ଼ିଛନ୍ତି। ପ୍ରକାଶ ଯେ, ପୂର୍ବରୁ ସୋଭିଏଟ୍‌ ଆର୍ମିରେ ଲ୍ୟୁଟ୍‌ନାଣ୍ଟ କଲୋନେଲ ଥିବା ବାଉଟ୍‌ ହେଉଛନ୍ତି ବିଶ୍ୱର ଅନ୍ୟତମ ବୃହତ୍‌ ଆର୍ମ ଡିଲର। ସେ ଅନେକ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲେ, ଯାହାକି ଆମେରିକୀୟମାନଙ୍କ ବିରୋଧରେ ବ୍ୟବହାର କରାଯାଇଥିଲା। ୨୦୦୮ରେ ଓ୍ବାଶିଂଟନର ଏଜେଣ୍ଟମାନଙ୍କ ପକ୍ଷରୁ ଏକ ଅଣ୍ଡରକଭର୍‌ ଅପରେଶନ ବେଳେ ଥାଇଲାଣ୍ଡରେ ସେ ଗିରଫ ହୋଇଥିଲେ। ବାଉଟ୍‌ଙ୍କୁ ୨୦୧୦ରେ ବ୍ୟାଙ୍କକ୍‌ ଆମେରିକାକୁ ପ୍ରତ୍ୟର୍ପଣ କରିଥିଲା। ୨୦୧୨ରେ ଏକ ଆମେରିକୀୟ ଅଦାଲତ ତାଙ୍କୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଆମେରିକା ସହ ମସ୍କୋର ସମ୍ପର୍କ ସବୁଠୁ ଖରାପ ସ୍ଥିତିରେ ଥିବାବେଳେ ଏହି ହାଇପ୍ରୋଫାଇଲ୍‌ ବନ୍ଦୀ ବିନିମୟ ହେଉଛି ଦୁଇଦେଶ ମଧ୍ୟରେ ସହଯୋଗିତାର ଏକ ବିରଳ ଦୃଷ୍ଟାନ୍ତ। ଏହା ପୂର୍ବରୁ ଏପ୍ରିଲରେ ମଧ୍ୟ ଆମେରିକା ଓ ରୁଷିଆ ପ୍ରିଜ୍‌ନର୍ସ ସ୍ବାପ୍‌ କରିଥିଲେ। ସେତେବେଳେ ଆମେରିକାର ପୂର୍ବତନ ମେରାଇନ୍‌ ଟ୍ରେଭୋର ରିଡ୍‌ଙ୍କୁ ରୁଷିଆ ଛାଡ଼ିଦେଇଥିଲା। ଏହା ବଦଳରେ ରୁଷୀୟ ପାଇଲଟ୍‌ କୋନ୍‌ଷ୍ଟାନ୍‌ଟିନ୍‌ ୟାରୋଶେଙ୍କେଙ୍କୁ ଆମେରିକା ମୁକ୍ତ କରିଥିଲା। ଏନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି, ମସ୍କୋ ଓ ଓ୍ବାଶିଂଟନ ମଧ୍ୟରେ ଅଧିକ ସଂଖ୍ୟକ ବନ୍ଦୀଙ୍କୁ ମୁକ୍ତ କରିବା ନେଇ ଚୁକ୍ତି ହୋଇପାରିବ। କଏଦୀ ବିନିମୟ କରିବାକୁ ଆମେ ମନାକରୁନାହୁଁ। ଏହା ଜାରି ରହିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri