Advertisement
Posted inଖେଳ

ପେନାଲ୍‌ କଲୋନୀରେ ବ୍ରିଟନୀ ଗ୍ରୀନର

ମସ୍କୋ,୧୦ା୧୧(ପି.ଟି): ଡ୍ରଗ୍ସ ଚାଲାଣ ମାମଲାରେ ରୁଷିଆରେ ଗିରଫ ହୋଇଥିବା ଆମେରିକୀୟ ବାସ୍କେଟବଲ ଷ୍ଟାର ବ୍ରିଟନୀ ଗ୍ରୀନରଙ୍କୁ ପେନାଲ କଲୋନୀ(ସ୍ବତନ୍ତ୍ର କାରାଗାର)କୁ ପଠାଇ ଦିଆଯାଇଛି। ୮ଥର ଅଲଷ୍ଟାର ସେଣ୍ଟର ଓ ୨ ଥର ଅଲିମ୍ପିକ୍ସ ପଦକ ହାସଲ କରିଥିବା ଗ୍ରୀନରଙ୍କୁ ଅଗଷ୍ଟ ୪ ତାରିଖରେ ମସ୍କୋର ଶେରେମେଟ୍ୟୋଭୋ ବିମାନବନ୍ଦରରୁ ଗିରଫ କରାଯାଇଥିଲା। ବୁଧବାର ବ୍ରିଟନୀଙ୍କ ଲିଗାଲ ଟିମ୍‌ ଏ ସମ୍ପର୍କରେ ସୂଚନା ଦେଇଛି। ରଷୀୟ ଫେଡେରାଲ କୋର୍ଟ ତାଙ୍କୁ ୯ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ବିରୋଧରେ ଗ୍ରୀନର ଆବେଦନ କରିଥିଲେ।

ଏହି ଆବେଦନ ଖାରଜ ହୋଇ ଯାଇଥିବା ବେଳେ କାରାଗାରର ଭିଡକୁ ଏଡାଇବା ପାଇଁ ଗ୍ରୀନରଙ୍କୁ ସ୍ବତନ୍ତ୍ର କାରାଗାରକୁ ପଠାଯାଇଛି। ନଭେମ୍ବର ୪ ତାରିଖ ଯାଏଁ ଗ୍ରୀନରଙ୍କୁ ଡିଟେନସନ୍‌ ସେଣ୍ଟରରେ ରଖା ଯାଇଥିବା ବେଳେ ପରେ ତାଙ୍କୁ ପେନାଲ କଲୋନୀକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କୁ କେଉଁ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଏପରି ସ୍ଥାନାନ୍ତର ପାଇଁ ୪-୫ ଦିନ ସମୟ ଲାଗୁଥିବା ବେଳେ ପେନାଲ କଲୋନୀରେ ପହଞ୍ଚିବା ପରେ ସମସ୍ତ ସୂଚନା ମିଳିପାରିବ ବୋଲି କହିଛି ଗ୍ରୀନରଙ୍କ ଲିଗାଲ ଟିମ୍‌। ୩୨ ବର୍ଷୀୟ ଗ୍ରୀନର ଦୋଷ ସ୍ବୀକାର କରିଥିଲେ। ତରବରରେ ସେ ଏହି ଡ୍ରଗ୍ସ ପ୍ୟାକ କରିଥିଲେ ଓ ଏହା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ନଥିବା ମଧ୍ୟ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆନ୍ତଃ ବିଶ୍ୱବିଦ୍ୟାଳୟ ଆନ୍ତଃ ଜୋନ ଫୁଟବଲ ଆନ୍ନାମାଲାଇ- ଅମୃତସର ଫାଇନାଲ

ଭୁବନେଶ୍ୱର,୧୨।୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳଳୟ ଆନ୍ତଃ ଜୋନ୍‌ ଫୁଟବଲ (ପଶ୍ଚିମ) ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି।...

ବିଶ୍ୱକପ୍‌ ପୂର୍ବରୁ ସନ୍ୟାସ ଘୋଷଣା କରି ଚମକାଇଲେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ,୧୬।୮: ଆୟର୍ଲାଣ୍ଡର ତାରକା ଅଲରାଉଣ୍ଡର କେଭିନ୍‌ ଓ’ ବ୍ରାଇନ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ସେ ନିଜର ଟୁଇଟର ଆକାଉଣ୍ଟରେ ପୋଷ୍ଟ କରି ଏନେଇ...

ଅମୋଲ ମଜୁମ୍‌ଦାର ମୁମ୍ବାଇ କୋଚ୍‌ ନିଯୁକ୍ତ

ମୁମ୍ବାଇ, ୨ା୬(ପି.ଟି.)-ରଣଜୀ ଟ୍ରଫି କିମ୍ବଦନ୍ତୀ ତଥା ପୂର୍ବତନ ମୁମ୍ବାଇ ଅଧିନାୟକ ଅମୋଲ ମଜୁମ୍‌ଦାର ଆସନ୍ତା ଘରୋଇ ସିଜନ ପାଇଁ ମଙ୍ଗଳବାର ସିନିୟର ଦଳର କୋଚ୍‌ ଭାବେ...

ଚାଇନା ଓପନରେ ଭାରତର ଅଭିଯାନ ଶେଷ

ଚଙ୍ଗ୍‌ଝୋ,୨୦।୯(ପିଟି): ଏଠାରେ ଚାଲିଥିବା ଚାଇନା ଓପନ ଓ୍ବାଲର୍‌ଡ ଟୁର ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଅନ୍ତିମ ଶଟଲର ଭାବେ ବି. ସାଇ...

ଧେର୍‌ସଙ୍କ ଷ୍ଟଣ୍ଟରେ ଦର୍ଶକ ଉତ୍ସାହିତ

ଭୁବନେଶ୍ୱର, ୨୨।୧୧(କ୍ରୀଡ଼ା ପ୍ରତିନିଧି)- ରେଡ୍‌ ବୁଲ୍‌ ଆଥଲେଟ୍‌ ଓ ବିଏମ୍‌ଏକ୍ସ ପାର୍କ କିମ୍ବଦନ୍ତୀ ଡାନିଏଲ୍‌ ଧେର୍‌ସ ଗୁରୁବାର କିଟ୍‌ ପରିସରରେ ଚିତ୍ତାକର୍ଷକ ଷ୍ଟଣ୍ଟ୍‌ (ଦୁଃସାହସିକ ସାଇକେଲ...

ଯୁବତୀଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଇବା ଏହି କ୍ରିକେଟର୍‌ଙ୍କୁ ପଡିଥିଲା ମହଙ୍ଗା, ହରାଇଥିଲେ ସବୁକିଛି

ଅଷ୍ଟ୍ରେଲିଆ କ୍ରିକେଟର୍‌ ଟିମ୍‌ ପେନ୍‌ ଆଜି ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଷ୍ଟିଭ ସ୍ମିଥଙ୍କ ଅଧିନାୟକତ୍ୱରୁ ହଟାଇବା ପରେ ତାଙ୍କୁ ଅଷ୍ଟ୍ରେଲିଆର ଟେଷ୍ଟ ଦଳର...

ଅଭ୍ୟାସ କଲେ ଷ୍ଟୋକ୍ସ, ଆର୍ଚର, ବନର୍ସ

ଚେନ୍ନାଇ,୩୧।୧: ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ରିଜର୍ଭ ଓପନର ରୋରି ବନର୍ସ ଶନିବାର ପ୍ରଥମଥର...

ଜାତୀୟ କ୍ରୀଡ଼ା ପାଇଁ ଶ୍ରଦ୍ଧାଞ୍ଜଳି ଓଡ଼ିଶା ମହିଳା ଫୁଟବଲ କୋଚ୍‌

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି): ଆସନ୍ତା ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଗୁଜରାଟରେ ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ମହିଳା...

Advertisement
Archives

Model This Week