ଶେଷ ହେଲା କରୋନା: ବୋରିସ ଜନସନ

ଲଣ୍ଡନ,୨୦ ।୧: ସାରା ବିଶ୍ୱରେ କରୋନା ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ବ୍ରିଟେନରେ କରୋନାର ସମସ୍ତ କଟକଣାକୁ ହଟାଇ ଦିଆଯାଇଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଆମ ଦେଶର ବୈଜ୍ଞାନିକମାନେ କହିଛନ୍ତି ଏଠାରେ ସମ୍ଭବତ ଓମିକ୍ରନର ପିକ୍ ସମୟ ଯାଇ ସାରିଛି । ତେଣୁ ଏବେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ । ଏହାସହ ସରକାର ୱାର୍କ ଫ୍ରମ ହୋମକୁ ବି ଉଠାଇ ଦେଇଛନ୍ତି ।
ଅନ୍ୟପଟେ ବିଶ୍ୱରେ ଗୋଟିଏ ଦିନରେ ୩୦.୧୭ ଲକ୍ଷ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୮.୦୩୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଓମିକ୍ରନ ସଂକ୍ରମଣ ବଢୁଥିବା ବେଳେ କରୋନା ଶେଷ ହୋଇଛି ବୋଲି କହୁଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ ଘେବ୍ରିୟେସିସ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କରୋନା ଏବେ ଶେଷ ହୋଇନାହିଁ ଓମିକ୍ରନ୍ ପରେ ଆହୁରି ନୂଆ ଭାରିଏଣ୍ଟ ଆସିପାରେ । ସେ ଆହୁରି ମଧ୍ୟ କହିଛନ୍ତି, କିଛି ଦେଶରେ ଓମିକ୍ରନ୍ ପିକରେ ପହଞ୍ଚି ସାରିଛି । ହେଲେ କରୋନା ଶେଷ ହୋଇନାହିଁ । ଏଥିପାଇଁ ଟିକାକରଣର ଆବଶ୍ୟକତା ରହିଛି । ଏବେବି ଓମିକ୍ରନରେ ସଂକ୍ରମିତ ହେଉଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ବେଳେ କିଛି ଦେଶରେ ଏହି ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଏବେ ଜାଣିଶୁଣି କେହି ଭୁଲ କରନ୍ତୁ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ମାଗଡାଲେନା ଆଣ୍ଡରସନ ହେବେ ସ୍ବିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଷ୍ଟକହୋମ,୨୪।୧୧: ସ୍ବିଡେନ ରାଜନୀତିରେ ଏକ ନୂଆ ଇତିହାସ ସୃଷ୍ଟି ହେଉଛି। ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବା ପାଇଁ ଡେମୋକ୍ରାଟ ନେତ୍ରୀ ମାଗଡାଲେନା ଆଣ୍ଡରସନଙ୍କୁ ମଞ୍ଜୁରୀ...

ଚାଇନା ସରକାର ନିଜ ଇଛା ଅନୁସାରେ ଲେଖିବେ କୋରାନ୍‌ ଓ ବାଇବେଲ୍‌

ବେଜିଂ,୨୯।୧୨: ଚାଇନାରେ ଉଇଗର ମୁସଲମାନ୍‌ ସମ୍ପ୍ରଦାୟ ଉପରେ ନାନା ପ୍ରକାର ନିର୍ଯାତନା ଜାରି ରହିଛି। ଏବେ ଚାଇନା ସରକାର ନିଜ ଇଛା ଅନୁସାରେ ଧର୍ମଗ୍ରନ୍ଥ କୋରାନ୍‌...

ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଭିଜା ଦେଲାନାହିଁ ଆମେରିକା

ଓ୍ବାଶିଂଟନ,୭।୧: ନ୍ୟୁୟର୍କରେ ଆୟୋଜିତ ୟୁନାଇଟେଡ ନେଶନସ୍‌ ସିକ୍ୟୁରିଟି କାଉନସିଲ ମିଟିଂରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିଥାଆନ୍ତେ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ୍‌।...

ବଢ଼ିଲା କ୍ୱାରାଣ୍ଟାଇନ୍‌ ଅବଧି: ଏଣିକି ୧୪ ଦିନ ପରିବର୍ତ୍ତେ ୨୮ ଦିନ ରହିବେ ଲୋକେ

ଭୁବନେଶ୍ୱର,୮।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବାହାରୁ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ୍‌ ସଂଖ୍ୟା ଆହୁରୀ ବଢ଼ିବା...

ଜାଣିଶୁଣି ବଡ଼ ଭୁଲ୍‌…

କ୍ୱିଭ୍‌/ଓ୍ବାଶିଂଟନ/ମସ୍କୋ, ୫।୩ : ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାଣିଶୁଣି ବଡ଼ ଭୁଲ୍‌ କରିଦେଇଥିବା ନେଇ ଏବେ ଚର୍ଚ୍ଚା ହେଉଛି। ନାଟୋ ଏବଂ ରୁଷିଆ ମଧ୍ୟରେ...

ବଢ଼ୁଛି କରୋନା ସଂକ୍ରମଣ: ଆଜି ଗଞ୍ଜାମରେ ଚିହ୍ନଟ ହେଲେ ୭୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ରବିବାର ଚିହ୍ନଟ ହୋଇଥିବା ୨୬୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାର ସର୍ବାଧିକ ୭୬ଜଣ ଅଛନ୍ତି। ସେହିଭଳି ଯାଜପୁରର ୪୧, ଖୋର୍ଦ୍ଧା ୧୫,...

ଏଟିଏମ୍‌ରୁ ଟଙ୍କା ପରିବର୍ତ୍ତେ ବାହାରୁଛି ଗଞ୍ଜେଇ

କରୋନା ଯୋଗୁ ବିଶ୍ୱରେ ଅନେକ ପରିର୍ତ୍ତନ ଘଟିଛି। ଲୋକମାନେ ଏବେ ବିନା ଯୋଗାଯୋଗରେ ନିଜ କାମ ନିଜେ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏହି ସମୟରେ...

ଦେଶରେ କରୋନା ନେଲାଣି ୩୫୮ ମୁଣ୍ଡ

ନୂଆଦିଲ୍ଲୀ,୧୪।୪: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ଭୂତାଣୁ ଗୋଟିକ ପରେ ଗୋଟିଏ ମୁଣ୍ଡ ନେଇ ଲାଗିଛି। ସୋମବାର ଦେଶରେ ଭୂତାଣୁ ଆକ୍ରାନ୍ତଙ୍କ...

Advertisement
Archives

Model This Week