ବିମାନରେ ୫ ଘଣ୍ଟାର ସଂଘର୍ଷ ପରେ ହୃଦଘାତ ରୋଗୀଙ୍କ ଜୀବନ ବଞ୍ଚାଇଲେ ଭାରତୀୟ-ବ୍ରିଟିଶ ଡାକ୍ତର

ଲଣ୍ଡନ,୭ ।୧: ଜଣେ ଭାରତୀୟ ମୂଳ ବାସିନ୍ଦା ବ୍ରିଟିଶ ଡାକ୍ତର ପ୍ରାୟ ୫ ଘଣ୍ଟାର ସଂଘର୍ଷ ପରେ ସାଥି ଯାତ୍ରୀଙ୍କ ଜୀବନ ବଞ୍ଚାଇ ପାରିଛନ୍ତି । କୁହାଯାଉଛି କି ଲଣ୍ଡନରୁ ବେଙ୍ଗାଲୁରୁ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କୁ ହୃଦଘାତ ହୋଇଥିଲା । ଏହାପରେ ବିମାନରେ ଥିବା ସମସ୍ତ ଲୋକେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏହାରି ଭିତରେ ଜଣେ ଭାରତୀୟ-ବ୍ରିଟିଶ ଡାକ୍ତର ଦେବଦୂତ ଭଳି ସାମ୍ନାକୁ ଆସିଥିଲେ ଓ ବହୁ ସଂଘର୍ଷ ପରେ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । କୁହାଯାଉଛି କି ବିମାନ ଉଡିବା ସମୟରେ ଉକ୍ତ ବ୍ୟକ୍ତିଙ୍କୁ ଦୁଇଥର ହୃଦଘାତ ହୋଇଥିଲା । ସ୍ଥିତି ଏମିତି ହେଲା କି ସେ ବଡ କଷ୍ଟରେ ନିଶ୍ୱାସ ନେଉଥିଲେ ।
ମିଡିଆ ରିପୋର୍ଟ ଅନୁଯାୟୀ, ବର୍ମିହାମର କ୍ୱିନ୍ସ ଏଲିଜାବେଥ ହସ୍ପିଟାଲରେ କାମ କରୁଥିବା ଡାକ୍ତର ବିଶ୍ୱରାଜ ବେମାଲା(୪୮) ତାଙ୍କ ମାଆଙ୍କ ସହ ସେହି ବିମାନରେ ଭାରତ ଫେରୁଥିଲେ । ସେହି ସମୟରେ ଉକ୍ତ ଯାତ୍ରୀଙ୍କୁ ହୃଦଘାତ ହୋଇଥିଲା । ଏହି ଘଟଣା ନଭେମ୍ବର ମାସର । ଏବେ ସେ ତାଙ୍କ ଅନୁଭିତି ଶେୟାର କରି କହିଛନ୍ତି, ଉକ୍ତ ଯାତ୍ରୀଙ୍କୁ ହୃଦଘାତ ହେବା ସହ ତାଙ୍କ ନାଡି ବି ଠିକଭାବେ କାମ କରୁ ନ ଥିଲା । ଏପଟେ କ୍ରିୟୁ ମେମ୍ବରଙ୍କଠାରୁ ସହାୟତା ପାଇଁ ସେ ଉକ୍ତ ଯାତ୍ରୀଙ୍କ ଜୀବନ ବଞ୍ଚାଇ ପାରିଥିଲେ । ପ୍ରଥମେ ଉକ୍ତ ଯାତୀଙ୍କ ଜୀବନ ବଞ୍ଚାଇବାକୁ ତାଙ୍କୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା । ହେଲେ ପୁଣିଥରେ ତାଙ୍କୁ ହୃଦଘାତ ହେବାରୁ ଏଥର ତାଙ୍କୁ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଟିକେ ଅଧିକ ସମୟ ଲାଗିଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri