ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩୦ ବସ୍‌

ରାଉରକେଲା ଅଫିସ,୭।୧: ଷ୍ଟିଲସିଟି ରାଉରକେଲାରେ ଆଉ ମାତ୍ର ୬ ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ୍‌। ଏହି ପରିପ୍ରେକ୍ଷୀରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରରେ ମୋ ବସ୍‌ ସେବା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫ଟି ନନ୍‌ ଏସି ଓ ୫ଟି ଏସି ବସ୍‌ ଚଳାଚଳ କରାଯାଇଛି। ସହରରେ ମୋ ବସ୍‌ ଗଡ଼ିବା ପରେ ଶୁକ୍ରବାର ଯାତାୟାତ କରିବା ପାଇଁ ବସ୍‌ଷ୍ଟାଣ୍ଡରେ ଭିଡ଼ ଜମିଥିଲା। ଏହି ବସ୍‌ ଚଳାଚଳ ପାଇଁ ମୋ ବସ୍‌ ଆପ୍‌ ଆସିବା ପରେ ସହରବାସୀ ଉକ୍ତ ଆପ୍‌ରୁ କେଉଁ ରୁଟ୍‌ରେ କେଉଁ ବସ୍‌ ଯାଉଛି ଓ ସମୟ ସାରଣୀ ଉପରେ ଅବଗତ ହେଇ ପାରୁଥିବାରୁ ଏହା ବିଶେଷ ଲାଭଦାୟକ ହୋଇଛି। ସହରର ପ୍ରମୁଖ ଛକ ହନୁମାନ ବାଟିକା, ରଘୁନାଥପାଲି, ଆରଜିଏଚ୍‌, ବାସନ୍ତୀ କଲୋନୀ ଛକ ଭଳି ବିଭିନ୍ନ ସ୍ଥାନରେ ମୋ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ସେଠାରେ ରୁଟ୍‌ ମ୍ୟାପ୍‌ ସହ ଯାତ୍ରୀଙ୍କ ସ୍ମାର୍ଟଫୋନ ରିଚାର୍ଜ କରିବା ଭଳି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ସହରରେ ରୁଟ୍‌ ନଂ. ୧୦୦ର ବସ୍‌ଟି ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡରୁ ବାହାରି ବିର୍ସାମୁଣ୍ଡା ଷ୍ଟାଡିୟମ ଭାୟା ରିଂରୋଡ୍‌ ହୋଇ ଆଇଜିଏଚ୍‌, ସେକ୍ଟର, ବିପିୟୁଟି ଯାଉଛି। ରୁଟ୍‌ ନଂ. ୧୦୩ ବସ୍‌ ଉଦିତନଗର ହୋଇ ବାସନ୍ତୀ କଲୋନୀ, ହନୁମାନ ବାଟିକା, ଛେଣ୍ଡ କଲୋନୀ ଦେଇ ଯାଉଛି । ରୁଟ୍‌ ନଂ. ୧୦୭ ବସ୍‌ ରାଉରକେଲା ନୂଆ ବସଷ୍ଟାଣ୍ଡ ଭାୟା ବନ୍ଧମୁଣ୍ଡା ଦେଇ ବିର୍ସା ଯାଉଛି। ଏ ନେଇ ଆରଏମ୍‌ସି ଉପଆୟୁକ୍ତ ସୁଧାଂଶୁ ଶେଖର ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, ରାଉରକେଲାରେ ମୋ ବସ୍‌ର ଚାହିଦାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ୩୦ଟି ବସ୍‌ ଆସିବାର ଅଛି। ରାଉରକେଲା ସହର ପାଇଁ ମୁଖ୍ୟତଃ ଶହେଟି ବସ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ସମସ୍ତ ବସ୍‌ ରହଣି ବ୍ୟବସ୍ଥା ରାଉରକେଲା ବସ୍‌ଷ୍ଟାଣ୍ଡରେ କରାଯାଇଛି ବୋଲି ଭୋଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇ ସମୁଦ୍ରରେ ଭାସିଗଲେ ଯୁବକ

ଛତ୍ରପୁର,୧୯ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ହେଲେ କେ. ଆର୍ଯ୍ୟପଲ୍ଲୀ ଗ୍ରାମର ହେମନସେନ...

ନିର୍ମାଣାଧୀନ କୋଠାରୁ ୨ ଟନ୍‌ ଲୁହା ସାମଗ୍ରୀ ଚୋରି

ଗୋପାଳପୁର,୧୯ା୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ପେଟ୍ରୋଲ ପମ୍ପ ଅଞ୍ଚଳରୁ ଏକ ନିର୍ମାଣାଧୀନ କୋଠା ପରିସରରୁ ୨ ଟନ୍‌ ବିଭିନ୍ନ...

ମହିଳାଙ୍କୁ ପଥରରେ ଆକ୍ରମଣ କରି ଜଣେ ଗିରଫ

ଗୋପାଳପୁର,୧୯ା୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପନ୍ଦରା ସାହିରେ ମହିଳାଙ୍କୁ ପଥରରେ ଆକ୍ରମଣ କରିବା ଘଟଣାରେ ବୁଧବାର ପୋଲିସ ଅଭିଯୁକ୍ତକୁ ଗିରଫ...

ପ୍ରେମିକାଙ୍କ ସହ ଝଗଡ଼ା କରି ନିଜ ଦେହରେ ଛୁରି ଭୁସିଲେ ପ୍ରେମିକ

ଖଲ୍ଲିକୋଟ,୧୯ା୬(ପ୍ରଶାନ୍ତ କୁମାର ମିଶ୍ର): ପ୍ରେମିକାଙ୍କ ସହ ଝଗଡ଼ା କରି ନିଜ ପେଟକୁ ନିଜେ ଛୁରି ମାରିଛନ୍ତି ପ୍ରେମିକ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

ଖୋଲିବନି ରତ୍ନଭଣ୍ଡାର, ମନା କଲେ ମନ୍ତ୍ରୀ

ଭୁବନେଶ୍ୱର,୧୯ା୬: ରତ୍ନଭଣ୍ଡାର ଆସନ୍ତା ଜୁଲାଇ ୮ରେ ଖୋଲିବ ବୋଲି ଜଣେ ଏଏସ୍‌ଆଇ ଅଧିକାରୀ କହିଥିଲେ। ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।...

ଜିଲା ପ୍ରଶାସନର ନିଷ୍ପତ୍ତି; ଆଉ ଦୁଇଦିନ ସ୍କୁଲ, କଲେଜ ବନ୍ଦ

ବାଲେଶ୍ୱର, ୧୯।୬: ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଆଉ ୨ ଦିନ ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି...

ଓଲଟିଲା ଯାତ୍ରୀବାହୀ ଅଟୋ

ଦିଗପହଣ୍ଡି,୧୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ଅନଙ୍ଗପୁର ଗାଁ ନିକଟ ମୁଖ୍ୟରାସ୍ତାରେ ବୁଧବାର ଅପରାହ୍ନରେ ଏକ ଯାତ୍ରୀବାହୀ ଅଟୋ (ନଂ.ଓଡି ୦୭...

ବାଲେଶ୍ୱରରେ ଆସନ୍ତାକାଲି ୪ ଘଣ୍ଟା କର୍ଫ୍ୟୁ କୋହଳ

ବାଲେଶ୍ୱର, ୧୯।୬: ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ବାଲେଶ୍ୱର ମୁନିସିପାଲିଟି ଅଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁ ଗୁରୁବାର ଚାରି ଘଣ୍ଟା ପାଇଁ କୋହଳ କରାଯାଇଛି। ସ୍ଥିତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri