ବସ୍‌ଷ୍ଟାଣ୍ଡରେ ବ୍ରିଟେନ ପ୍ରତିରକ୍ଷା ଦସ୍ତାବିଜ୍‌

ଲଣ୍ଡନ, ୨୮ା୬: ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର ୫୦ ପୃଷ୍ଠା ସମ୍ବଳିତ ଗୋପନୀୟ ଦସ୍ତାବିଜ୍‌ ମଙ୍ଗଳବାର ଦକ୍ଷିଣ ଇଂଲଣ୍ଡର କେଣ୍ଟଠାରେ ଥିବା ଏକ ବସ୍‌ଷ୍ଟାଣ୍ଡରୁ ମିଳିବା ଘଟଣା ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ଡକ୍ୟୁମେଣ୍ଟରେ ବ୍ରିଟେନ ଯୁଦ୍ଧ ଜାହାଜ ଏବଂ ବ୍ରିଟିଶ ସେନା ସମ୍ବନ୍ଧରେ ଗୁପ୍ତ ତଥ୍ୟ ରହିଥିବା ଜଣାଯାଇଛି। କ୍ରିମିଆ ଉପକୂଳରୁ ୟୁକ୍ରେନ ଜଳକ୍ଷେତ୍ର ଦେଇ ବ୍ରିଟେନର ଯୁଦ୍ଧଜାହାଜ ଏଚ୍‌ଏମ୍‌ଏସ୍‌ ଡିଫେଣ୍ଡର ଚଳାଚଳ ଉପରେ ରୁଷିଆର ସମ୍ଭାବ୍ୟ ପ୍ରତିକ୍ରିୟା ବିଷୟରେ ଏହି ଦସ୍ତାବିଜରେ ଉଲ୍ଲେଖ ରହିଛି। ନାଟୋ ଅପରେଶନ ଶେଷ ହେବା ପରେ ଆଫଗାନିସ୍ତାନରେ ବ୍ରିଟିଶ ସେନା ଉପସ୍ଥିତି ଉପରେ ହୋଇଥିବା ଆଲୋଚନା ବାବଦରେ ମଧ୍ୟ ତଥ୍ୟ ରହିଛି। ଗତ ସପ୍ତାହରେ ଏହି ଡକ୍ୟୁମେଣ୍ଟ ହଜିଯାଇଥିବା ଏବଂ ଏ ନେଇ ତଦନ୍ତ ଚାଲିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। ୟୁକ୍ରେନ ଜଳକ୍ଷେତ୍ର ଦେଇ ଏଚ୍‌ଏମ୍‌ଏସ୍‌ ଡିଫେଣ୍ଡର ଚଳାଚଳ ଘଟଣା ଉପରେ ରୁଷିଆ ବୁଧବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଯୁଦ୍ଧଜାହାଜ କ୍ରେମଲିନ ଜଳସୀମା ଦେଇ ଯାତାୟାତ କରିଥିଲା ବୋଲି ରୁଷିଆ କହିବା ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ସ୍ବରୂପ ଗୁଳିଚାଳନା ସହ ଏଚ୍‌ଏମ୍‌ଏସ୍‌ ଡିଫେଣ୍ଡର ଯିବା ବାଟରେ ବୋମା ପକାଇଥିଲା। ପରେ ରୁଷିଆ ମସ୍କୋରେ ଥିବା ବ୍ରିଟିଶ ରାଷ୍ଟ୍ରଦୂତଙ୍କୁ ଏ ନେଇ ସମନ କରିଥିଲା। ତେବେ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ୟୁକ୍ରେନ ଜଳସୀମାରେ ଯୁଦ୍ଧଜାହାଜ ପଶିଥିବା ବ୍ରିଟେନ କହିବା ସହ ରୁଷିଆର ଦାବିକୁ ପ୍ରତ୍ୟାଖାନ କରିଥିଲା। ଯୁଦ୍ଧଜାହାଜ ଚଳାଚଳକୁ ନେଇ ରୁଷିଆ କଡ଼ା ପ୍ରତିକ୍ରିୟା ରଖିପାରେ ବୋଲି ବ୍ରିଟେନ ପୂର୍ବରୁ ଆକଳନ କରିଥିବା ଉକ୍ତ ଡକ୍ୟୁମେଣ୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୯୫ ଦେଶରୁ ୧୯୪ରେ କରୋନା: ମୃତ୍ୟୁ ସଂଖ୍ୟା ୧୮ ହଜାର ୯୦୫; ନ୍ୟୁଜିଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି

ଓ୍ବାଶିଂଟନ,୨୫।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରୁ ୧୯୪ରେ କରୋନା ସଂକ୍ରମିତ ହୋଇଛି। ସେହିଭଳି କରୋନା...

୨୦୨୨ ରୁ ୨୦୨୬ ମଧ୍ୟରେ ରେକର୍ଡ ଭାଙ୍ଗିବ ତାତି…

ଲଣ୍ଡନ, ୧୦।୫ : ଗ୍ଲୋବାଲ ୱାର୍ମିଂ ଉପରେ ଅନେକ ବିଶେଷଜ୍ଞ ତାପମାତ୍ରା ବୃଦ୍ଧି ଉପରେ ରୋକ ଲଗାଇବାକୁ ବିଶ୍ୱ ନେତାମାନଙ୍କୁ ନିବେଦନ କରୁଛନ୍ତି। ପୃଥିବୀର ତାପମାତ୍ରାକୁ...

୫୦ କୋଟି ୟୁଜର୍ସଙ୍କ ତଥ୍ୟ ପ୍ରଘଟ

ନ୍ୟୁୟର୍କ, ୫ା୪: ତଥ୍ୟ ଗୋପନୀୟତା ମାମଲାରେ ପୁଣି କାଠଗଡ଼ାରେ ଛିଡ଼ା ହୋଇଛି ଫେସ୍‌ବୁକ୍‌। ଏହି ସୋସିଆଲ ସାଇଟ୍‌ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ସଙ୍କ ଓ୍ବେବସାଇଟ୍‌ରେ ଘୂରି ବୁଲୁଥିବା...

ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୩୩ ଦିନ: ମୋରିଉପୋଲ ପାର୍କ-ସ୍କୁଲରେ ପୋତି ଦିଆଯାଉଛି ମୃତ ଶରୀର

କ୍ୱିଭ୍‌,୨୯ ।୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ୩୩ ଦିନ ପୂରଣ ହୋଇଥିବା ବେଳେ ଏବେବି ସେଠାରେ ଉତ୍ତେଜନା ପରିସ୍ଥିତି ଲାଗି ରିଛି । ଏକ ରିପୋର୍ଟ ଅନୁଯାୟୀ,...

ଭୟଜର-୨ ସହ ଯୋଗାଯୋଗ ବିଚ୍ଛିନ୍ନ

ଓ୍ବାଶିଂଟନ୍‌,୨ା୮: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଭୁଲ୍‌ କମାଣ୍ଡ ଯୋଗୁ ୧୨.୩ ବିଲିୟନ ମାଇଲ (୧୯୯୦ କୋଟି କିଲୋମିଟର)ଦୂରରେ ଥିବା ଭୟଜର-୨ ପ୍ରୋବ୍‌ ସହ...

ଯୁଦ୍ଧ ମଝିରେ ଜେଲେନସ୍କି ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସିଙ୍କୁ କଲେ ବରଖାସ୍ତ …

କିଭ୍‌,୪।୯: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ ପଦକ୍ଷେପ ନେଇଛନ୍ତି। ରବିବାର ଜେଲେନସ୍କି ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭଙ୍କୁ...

ରୁଷିଆ-ୟୁକ୍ରେନ ଯୁଦ୍ଧର ୧୯ ଦିନ: ଥମୁନି ମିଶାଇଲ ମାଡ, ବଢୁଛି ବିସ୍ଫୋରଣ ସଂଖ୍ୟା

ମସ୍କୋ/କ୍ୱିଭ,୧୫ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୧୯ ଦିନ ହୋଇଗଲାଣି । ଏବେବି ରୁଷିଆ ପକ୍ଷରୁ ଲଗାତାର ଆକ୍ରମଣ ଚାଲିଥିବା ବେଳେ ୟୁକ୍ରେନ ବି...

ଜି-୨୦ବୈଠକରେ କାମ ବିଗାଡିବ ଚାଇନା: ଆମେରିକା

ଓ୍ବାଶିଂଟନ୍‌, ୬।୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ଆରମ୍ଭ ହୋଇଯାଇଛି ସଜବାଜ। ୩୦ଟି ଦେଶ ଏହି ଶିଖର ସମ୍ମିଳନୀରେ ଯୋଗ ଦେବେ। ତେବେ ସେପ୍ଟେମ୍ବର...

Advertisement
Archives

Model This Week