Posted inଖେଳ

ବ୍ରିସ୍‌ବେନ୍‌ ଟେଷ୍ଟ : କ୍ୱାରାଣ୍ଟାଇନ୍‌ ନିୟମ କୋହଳ ପାଇଁ ବିସିସିଆଇର ଚିଠି

ନୂଆଦିଲ୍ଲୀ, ୮ା୧ (ପି.ଟି.)-ଚତୁର୍ଥ ଟେଷ୍ଟ ପୂର୍ବରୁ ବ୍ରିସ୍‌ବେନର କଠୋର କ୍ୱାରାଣ୍ଟାଇନ୍‌ ପ୍ରୋଟୋକଲକୁ କୋହଳ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଇଅର୍ଲ ଏଡିଙ୍ଗ୍ସଙ୍କ ନିକଟକୁ ଏକ ଚିଠି ଲେଖିଛି। ଟୁର୍‌ ପାଇଁ ଦୁଇ କ୍ରିକେଟ ବୋର୍ଡ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ପୃଥକ୍‌ ପୃଥକ୍‌ ସହର ପାଇଁ ଦୁଇ ଅଲଗା କଠିନ କ୍ୱାରାଣ୍ଟାଇନ୍‌ ନିୟମ ସମ୍ପର୍କରେ ଏଥିରେ କୌଣସି ସର୍ତ୍ତ ନ ଥିଲା। ବ୍ରିସ୍‌ବେନ ଟେଷ୍ଟ ଜାନୁୟାରୀ ୧୫ରୁ ଆରମ୍ଭ ହେବ। ଏହି ସହର ପାଇଁ ହୋଇଥିବା କ୍ୱାରାଣ୍ଟାଇନ୍‌ ନିୟମ ଅନୁସାରେ ପ୍ରତ୍ୟେକ ଦିନ ଖେଳ ଶେଷ ହେବା ପରେ ଖେଳାଳିମାନଙ୍କୁ ସେମାନଙ୍କ ହୋଟେଲ ରୁମ୍‌ରେ ରହିବାକୁ ପଡ଼ିବ। ଦୁଇ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ଆଲୋଚନା ଜାରି ରହିଥିଲେ ମଧ୍ୟ ବିସିସିଆଇ ଏକ ଆନୁଷ୍ଠାନିକ ଚିଠି ପଠାଇବା ଲାଗି ନିଷ୍ପତ୍ତି ନେଇଥିଲା। ବିସିସିଆଇ ତରଫରୁ ଯେଉଁ ଦାବି କରାଯାଇଛି ତାହା ଅତି ସାଧାରଣ। ଖେଳାଳିମାନଙ୍କୁ ବାୟୋ-ବବଲ ହୋଟେଲ ଭିତରେ ପରସ୍ପର ସହ ମିଶିବାକୁ ଅନୁମତି ଦିଆଯାଉ। ହୋଟେଲ ଭିତରେ ସେମାନଙ୍କୁ ଏକତ୍ର ଖାଇବାକୁ ଅନୁମତି ମିଳୁ ଠିକ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ କରାଯାଇଥିବା ବ୍ୟବସ୍ଥା ଭଳି। ଅନ୍ୟ ପକ୍ଷରେ କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି ଯେ, ହେଟେଲର ସମାନ ଫ୍ଲୋର୍‌ରେ ଅବସ୍ଥାନ କରୁଥିବା ଖେଳାଳିମାନେ ପରସ୍ପର ସହ ମିଳାମିଶା କରିପାରିବେ। କିନ୍ତୁ ଦୁଇ ପୃଥକ ଫ୍ଲୋରର ଖେଳାଳିମାନେ ଏକାଠି ହୋଇ ପାରିବେ ନାହିଁ। ଏହାକୁ ଅନେକ ହସ୍ୟାସ୍ପଦ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେକ୍ସିକୋରେ ପହଞ୍ଚିଲେ ଇରାନ ଖେଳାଳି

ତିଜୁଆନା, ୮ା୬- ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ଦଳର ଖେଳାଳିମାନେ ସୋମବାର ମେକ୍ସିକୋରେ ପହଞ୍ଚିଛନ୍ତି। ଘାତକ ମିସାଇଲ ଆକ୍ରମଣରେ…

‘ଅଧିକ ଆଶା ରଖିବା ଭୁଲ’, ବୈଭବଙ୍କୁ ନେଇ କପିଲ ଦେବଙ୍କ ବଡ଼ ବୟାନ:, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ, ୮।୬: ଆଇପିଏଲ ୨୦୨୬ରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନଙ୍କୁ ଆୟର୍ଲାଣ୍ଡ-ଇଂଲଣ୍ଡ ଏବଂ…

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ଟେଷ୍ଟ କ୍ରିକେଟ ଇତିହାସରେ…

ଚଣ୍ଡିଗଡ଼,୮।୬: ଏକମାତ୍ର ଟେଷ୍ଟରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ଏକ ଇନିଂସ ଏବଂ ୩୦୦ ରନରେ ପରାସ୍ତ କରିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଟିମ ଇଣ୍ଡିଆର ସବୁଠାରୁ…

ପରମ୍ପରା କାହିଁକି ଭାଙ୍ଗିଲେ ଜୟ ଶାହା? ସେ ଜଣେ ପାକିସ୍ତାନୀ ଖେଳାଳିଙ୍କ ସହ ସର୍ବସାଧାରଣରେ ହାତ ମିଳାଇଲେ

ନୂଆଦିଲ୍ଲୀ,୮।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ଉଭୟ ଦେଶର ଖେଳାଳିମାନେ କ୍ରିକେଟ ପଡ଼ିଆରେ ହାତ ମିଳାନ୍ତି ନାହିଁ। ପାକିସ୍ତାନ ଲଗାତାର…

ଖାଲି କ୍ରିକେଟ ଖେଳିବାକୁ ଆସିନି, ୧୦-୨୦ ବର୍ଷ ଯାଏ ଡୋମିନେଟ୍‌ କରିବାକୁ ଚାହୁଁଛି: ବୈଭବଙ୍କ…

ନୂଆଦିଲ୍ଲୀ,୭।୬: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସାରା ବିଶ୍ୱକୁ ଚକିତ କରିଥିବା ୧୫ ବର୍ଷର ଯୁବ କ୍ରିକେଟରବୈଭବ ସୂର୍ଯ୍ୟବଂଶୀଙ୍କୁ ଶନିବାର ଦିନ ଏକ ବଡ଼…

ଟିମ ଇଣ୍ଡିଆରେ ଏଣ୍ଟ୍ରି ପରେ ବିଜ୍ଞାପନ ବଜାରରେ ଛାଇଗଲେ ସୂର୍ଯ୍ୟବଂଶୀ; କିନ୍ତୁ ବିରାଟ-ରୋହିତଙ୍କ ଭଳି କରିପାରିବେନି ସବୁ ବ୍ରାଣ୍ଡର ପ୍ରଚାର, ଜାଣନ୍ତୁ କାହିଁକ?

ନୂଆଦିଲ୍ଲୀ,୭।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସହିତ ଏସିଆନ ଗେମ୍ସ ପାଇଁ ମଧ୍ୟ ନିଜର ଟି-୨୦ ଦଳ ଘୋଷଣା କରିସାରିଛି।…

‘ସ୍ବପ୍ନ ପୂରଣ ହେଲା..’, ବିରାଟ କୋହଲିଙ୍କୁ ନେଇ ଏମିତି କଥା କହିଲେ ବୈଭବ ସୂର୍ଯ୍ୟବଂଶୀ, ଏବେ ହେଉଛି ଖୁବ ଚର୍ଚ୍ଚା

ନୂଆଦିଲ୍ଲୀ,୭।୬: ଯଦିଓ RCB GTକୁ ପରାସ୍ତ କରି IPL 2026 ଟାଇଟଲ ଜିତିଥିଲା, କିନ୍ତୁ 19ତମ ସିଜିନ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ପାଇଁ ମନେ ରହିବ। ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri