Posted inଫୁରସତ

ଏମିତି ବଜାର, ଯେଉଁଠି ବିକ୍ରି ହୁଅନ୍ତି କନ୍ୟା; ଉଚ୍ଚ ଦାମ୍‌ ଦେଇ କିଣିନିଅନ୍ତି…

ଦୁନିଆରେ ବିଭିନ୍ନ ପ୍ରକାର ବଜାର ରହିଛି। କେଉଁଠି ସାପ୍ତାହିକ ବଜାର ତ ଆଉ କେଉଁଠି ପାକ୍ଷିକ ବଜାର। ସାଧାରଣତଃ ବଜାର କହିଲେ ପନିପରିବା, ପୋଷାକପତ୍ର, ଘରକରଣା ସାମଗ୍ରୀ ଇତ୍ୟାଦି କିଣାଯାଇଥାଏ। ମାତ୍ର ବିଶ୍ୱରେ ଏମିତି ଏକ ବଜାର ରହିଛି, ଯେଉଁଠି କନ୍ୟାଙ୍କୁ କିଣାଯାଏ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ବଜାର ରହିଛି ୟୁରୋପର ବୁଲ୍‌ଗେରିଆରେ। ଏଠାରେ ଥିବା ବଜାର କନ୍ୟା ବିକ୍ରି ପାଇଁ ପ୍ରସିଦ୍ଧ। ଯେଉଁଠାକୁ ଲୋକେ ଆସିଥାନ୍ତି ମନ ପସନ୍ଦର କନ୍ୟା କିଣିବା ପାଇଁ। ଏହି ବଜାର ଆଇନର ଖିଲାପ ନୁହେଁ, ବରଂ ବୈଧ ଅଟେ।
ବୁଲ୍‌ଗେରିଆର ଷ୍ଟାର ଜାଗୋର ନାମକ ଏକ ସ୍ଥାନରେ ୩ ବର୍ଷରେ ଥରେ କନ୍ୟା ବଜାର ବସେ। ଏଠାକୁ ଯୁବକମାନେ ଆସି ସେମାନଙ୍କ ମନ ପସନ୍ଦର ଯୁବତୀଙ୍କୁ ବାଛିଥାନ୍ତି।

ଏହି ବଜାର ଗରିବ ପରିବାରଙ୍କ ପକ୍ଷରୁ ଲାଗିଥାଏ। ଯେଉଁ ମା-ବାପାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ, ସେମାନେ ଝିଅଙ୍କୁ ବିବାହ କରିପାରି ନ ଥାନ୍ତି ଏହି ବଜାରକୁ ଆଣିଥାନ୍ତି। ପୁଅ ସହ ପରିବାର ଲୋକେ ଆସି ଝିଅ ପସନ୍ଦ କରନ୍ତି। ପୁଅର ଯଦି ଝିଅ ପସନ୍ଦ ହେଲା ତେବେ ଟଙ୍କା ଦେଇ କିଣିନିଅନ୍ତି। ଝିଅଙ୍କୁ ଦେଖି ସେହି ପରିମାଣର ଅର୍ଥ ଦିଆଯାଏ।

ସବୁଠୁ ବଡ଼ କଥା ହେଲା କଲାଇଦଝି ସମ୍ପଦ୍ରାୟର ଲୋକଙ୍କ ଦ୍ୱାରା ଏହି ବଜାର ଲାଗିଥାଏ। ଏହି ସମ୍ପ୍ରଦାୟ ବ୍ୟତୀତ ଅନ୍ୟ କୌଣସି ଲୋକ କନ୍ୟା କିଣିପାରିବେ ନାହିଁ ବୋଲି ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷରେ ଥରେ ଖୋଲେ ଏହି ମନ୍ଦିର, ଜାଣନ୍ତୁ କାହିଁକି

ଦେଶରେ ଅନେକ ନାଗ ମନ୍ଦିର ରହିଛି, ଯେଉଁଠାରେ ତାଙ୍କର ପୂଜା କରାଯାଏ। କିନ୍ତୁ ଉଜ୍ଜୟିନୀରେ ଥିବା ଏକ ମନ୍ଦିର ସବୁଠାରୁ ଭିନ୍ନ। କାରଣ ଏହି ମନ୍ଦିରର...

ଟ୍ରାଭେଲ୍‌ ପିଲ୍ଲୋ

ଅନେକ ସମୟରେ ଦୂରଯାତ୍ରା କରିବା ବେଳେ ବହୁତ କ୍ଲାନ୍ତ ଅନୁଭବ ହୁଏ। ଆଉ ଆଖିକୁ ନିଦ ଆପେ ଆସିଯାଏ। କିନ୍ତୁ ବସିକି ଶୋଇ ହୁଏନା, ଯଦି...

ଯେଉଁଠି ରୋଗ ଉପଶମ ପାଇଁ ପିଆଯାଏ ଅସରପା ସରବତ୍‌

ଅସରପା ନାଁ ଶୁଣିଲେ ଅନେକ ଘୃଣା କରୁଥିବାବେଳେ ଚୀନ୍‌ରେ ଏହାକୁ ବ୍ୟବସାୟ କରାଯାଏ। ଅସରପାରେ ଥିବା ଅଦ୍ଭୁତ ଔଷଧୀୟ ଗୁଣ ଯୋଗୁ ଚାଇନାରେ ଏହାକୁ ବେଶ୍‌...

୭୨ ବର୍ଷରେ ଦେଖାଯାଉଛନ୍ତି ଷୋହଳ ବୟସୀ ପରି, ଚେହେରା ଦେଖି ଲୋକେ କହିଲେ…

ସମସ୍ତେ ଚାହାନ୍ତି ଯୁବାବସ୍ଥାରେ ରହିବାକୁ। ବୟସ ବଢ଼ିବା ସହ ଆକ୍ଟିଭ୍‌ ରହିବାକୁ ସମସ୍ତଙ୍କର ଇଚ୍ଛା। ସେ ପାଇଁ କିଏ କେତେ କ’ଣ ଉପାୟ ଆପଣାଇଥାନ୍ତି। କେହି...

ମିଛ କହି ବିମାନରେ ଯାଉଥିଲେ କରୋନା ପଜିଟିଭ୍‌: ଘଟିଲା ଏମିତି…

ଆମେରିକାରେ ବିମାନ ଉଡ଼ାଣ ସମୟରେ ସେଥିରେ ଜଣେ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପତ୍ନୀ ପାରାମେଡିକ୍ସଙ୍କୁ କହିଛନ୍ତି ଯେ, ସ୍ବାମୀଙ୍କଠାରେ ଏକ ସପ୍ତାହ...

ମାଲିକଙ୍କ ଏଭଳି କାମ ଯୋଗୁ ହଳଦିଆ ହୋଇଗଲା ବିଲେଇ

ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ ଘରୋଇ ଉପଚାରରେ ଉକ୍ତ ସ୍ଥାନରେ ହଳଦୀର ଲେପ ଦିଆଯାଇଥାଏ। ଫଳରେ ଆରାମ ଲାଗିଥିଲା। ଏହା କେବଳ ଭାରତରେ କରାଯାଏ।...

ବେଡ୍‌ରୁମ୍‌ରେ ମହୁମାଛି ବସା, ଶବ୍ଦ ଶୁଣିବା ପାଇଁ ଲୋକେ ଦେଉଛନ୍ତି ଏତିକି ଟଙ୍କା

ମହୁମାଛି ପ୍ରାୟତଃ ଦେଖିଥିବେ। ଏହାର ବସାରେ ଯଦି ଥରେ କୌଣସି ଆଘାତ ଲାଗିଲା ତେବେ ଏମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥାନ୍ତି। ଅନେକ ସ୍ଥାନରେ ମହୁମାଛି...

ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣରେ ଗଙ୍ଗବଂଶୀ ଷୋଳଗଡ଼

ଓଡ଼ିଶାର ପବିତ୍ରମୟ ତୀର୍ଥଭୂଇଁ ଥିଲା କୋଣାଦିତ୍ୟ। ଏଠାରେ ବହୁ ପ୍ରାଚୀନ କାଳରୁ ସୂର୍ଯ୍ୟ ଉପାସନା ପ୍ରଚଳିତ ଥିଲା। ମନ୍ଦିର ବି ହୋଇଥିଲା। ଲାଙ୍ଗୁଳା ନରସିଂହ ଦେବ...

Advertisement
Archives

Model This Week