ବେଆଇନ ଭାବେ ଚାଲିଛି ଇଟା ଭାଟି, ବଢ଼ୁଛି ପ୍ରଦୂଷଣ

ନବରଙ୍ଗପୁର,୩୦।୩(ବି.ପ୍ର.):ନବରଙ୍ଗପୁର ଜିଲାରେ ଖୁଲମଖୁଲା ଚାଲିଛି ବେଆଇନ ଇଟାଭାଟି। ରାଜସ୍ବ ବିଭାଗ ଜାଣିଶୁଣି ଚୁପ୍‌ ବସିଛି। ଗ୍ରାମୀଣ କ୍ଷେତ୍ରରେ କାମ କରିବା ଓ ରାଜସ୍ବ ଆଦାୟ ପାଇଁ ରାଜସ୍ବ ନିରୀକ୍ଷକ ଓ ଅତିରିକ୍ତ ରାଜସ୍ବ ନିରୀକ୍ଷକ ରହିଛନ୍ତି। ତହସିଲଦାରଙ୍କୁ ରାଜସ୍ବ ବିଭାଗ କର୍ମଚାରୀମାନେ ବେଆଇନ ଇଟାଭାଟି ସମ୍ପର୍କରେ ଜଣାଉନାହାନ୍ତି। କେତେଜଣ ରାଜସ୍ବ କର୍ମଚାରୀ ହାତଗୁଞ୍ଜା ନେଇ ବେଆଇନ ଇଟାଭାଟି ପାଇଁ ବେସରକାରୀଭାବେ ଅନୁମତି ଦେଇଥିବା ଅଭିଯୋଗ ହୋଇଛି।
ତହସିଲ ଅଧୀନ କୁସୁମଝର ଜଳଭଣ୍ଡାର ପରିସର ଖଣ୍ଡୁଗୁଡ଼ା ନିକଟରେ ୧୬ଟି, ନନ୍ଦାହାଣ୍ଡି ବ୍ଲକ ପୋଡ଼ାଲଗୁଡ଼ା ପଞ୍ଚାୟତ ଅଧୀନ ଗେଲା ଗାଦବାଗୁଡ଼ା ଗାଁ ନିକଟରେ ୧୦ ଇଟାଭାଟି ରହିଛି। ବାୟୁ ପ୍ରଦୂଷଣ ରୋକିବା ପାଇଁ ସରକାର ଅନେକ ଚିନ୍ତାରେ ରହିଛନ୍ତି। କୁସୁମଝର ଜଳଭଣ୍ଡାର ନିକଟରେ ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ଓ ହିର୍ଲି ପାହାଡ଼ ରହିଛି । ବେଆଇନ ଇଟାଭାଟି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଛି। ଫଳରେ ସ୍କୁଲ ଛାତ୍ରୀଛାତ୍ର ପାଠ ପଢ଼ିବାରେ ସମସ୍ୟା ହେଉଥିବା ନେଇ ଜିଲାପାଳଙ୍କୁ ଲିଖିତଭାବେ ଜଣାଇଥିଲେ। ଗେଲାଗଦବାଗୁଡ଼ା ବେଆଇନ ଇଟା ଭାଟି ନିକଟରେ ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି। ଇଟା ପଡ଼ିବା ବେଳେ ତାହାର ପ୍ରଦୂଷଣ ଶିଶୁ ଓ ମାତୃ ଚିକିତ୍ସା ବିଭାଗକୁ ପ୍ରବେଶ କରୁଛି। ସରକାର ବେଆଇନ ଇଟାଭାଟି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ନବରଙ୍ଗପୁର ଜିଲାରେ ଏହାର ଖୁଲମଖୁଲା ଉଲ୍ଲଂଘନ ହେଉଛି। ଫ୍ଲାଏଆଶ୍‌ ଇଟା ପ୍ରସ୍ତୁତ ପାଇଁ ଅନେକ ବ୍ୟବସାୟୀ ବ୍ୟାଙ୍କ ଲୋନ୍‌ କରି ପ୍ରକଳ୍ପଗୁଡ଼ିକ କ୍ଷତିରେ ଚଳାଇଛନ୍ତି । ସରକାର ମଧ୍ୟ ଫ୍ଲାଏଆଶ୍‌ ଇଟା ପ୍ରସ୍ତୁତ ପାଇଁ ପ୍ରୋତ୍ସାହନ ଯୋଗାଉଥିଲେ ମଧ୍ୟ କେତେକ ରାଜସ୍ବ କର୍ମଚାରୀଙ୍କ ଯୋଗୁ ବେଆଇନ ଇଟାଭାଟି ଚାଲିବା ଦ୍ୱାର ଫ୍ଲାଏଆଶ୍‌ ଇଟା ବ୍ୟବସାୟୀ କ୍ଷତି ସହି ପ୍ରକଳ୍ପ ବନ୍ଦ କରିବା ସ୍ଥିତିକୁ ଆସିଲେଣି। ଏନେଇ ନବରଙ୍ଗପୁର ତହସିଲଦାର ଜୟଦେବ ରଥ ଆଚାର୍ଯ୍ୟଙ୍କୁ ପଚାରିବାରୁ ମୁଁ ନୂଆରେ ଜଏନ କରିଛି। ରାଜସ୍ବ ନିରୀକ୍ଷକମାନେ କିଭଳି ବେଆଇନ ଇଟାଭାଟି ସମ୍ପର୍କରେ ଜଣାଉ ନାହାନ୍ତି ତାହା ଏବେ ଜାଣିଲି। ଏନ୍‌ଫୋର୍ସ ଟିମ୍‌ କରାଯାଇ ବେଆଇନ ଇଟାଭାଟିଗୁଡ଼ିକ ଉପରେ ଚଢ଼ାଉ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri