ପରିବେଶକୁ ପ୍ରଦୂଷିତ କରୁଛି ଇଟାଭାଟି ଧୂଆଁ

ପଟ୍ଟାମୁଣ୍ଡାଇ,୨୧ା୧୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟା ବ୍ୟବସାୟ ଚାଲିଛି। ଏପରିକି ସହରର ବିଭିନ୍ନ ଅଞ୍ଚଳରେ ଶତାଧିକ ଭାଟିରେ ଇଟା ପୋଡା ଯାଉଥିବା ଅଭିଯୋଗ ହେଉଛି। ଇଟାଭାଟିରୁ ନିର୍ଗତ ଧୂଅଁାରେ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଶ୍ୱାସ ଓ ହୃଦ୍‌ରୋଗୀମାନଙ୍କ ପାଇଁ ଏହା ଘାତକ ସାବ୍ୟସ୍ତ ହେଉଛି। ସେମାନେ ନିଃଶ୍ୱାସ ଓ ପ୍ରଶ୍ୱାସରେ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଗଛଗୁଡିକର ପତ୍ର ଉପରେ କୋଇଲା ପାଉଁଶର ଆସ୍ତରଣ ଲାଗି ଧଳା ଦେଖା ଦେଉଛି। ଧୂଅଁା ପ୍ରଭାବରେ କେତେକ ଗଛର ପତ୍ର ଶୁଖି ଛଡିପଡୁଛି। ପ୍ରଶାସନର ଜ୍ଞାତସାରରେ ଏହି ସବୁ ଇଟା ବ୍ୟବସାୟ ଚାଲୁଥିବା ଅଭିଯୋଗ ହେଉଛି। ନାମକୁ ମାତ୍ର ଫାଇନ ଆଦାୟ କରାଯାଇ ଭାଟି ମାଲିକମାନଙ୍କୁ ଛାଡ଼ି ଦିଆଯାଉଛି। ଫଳରେ ପୁଣି ସେମାନେ ଇଟା ପକାଇ ପୋଡ଼ିବା ସହ ବ୍ୟବସାୟ କରି ଲାଭବାନ୍‌ ହେଉଛନ୍ତି।
ପଟ୍ଟାମୁଣ୍ଡାଇ ମାଟିଆପାଳରେ ଇଟା ବ୍ୟବସାୟ ବହୁ ପରିମାଣରେ ଚାଲିଥିବା ପରିଲକ୍ଷିତ ହେଉଛି। ଏପରିକି ପୋତା ଗୋବରୀ ନଦୀ ଶଯ୍ୟାରେ ଇଟାଭାଟି ରାତିଦିନ ଜଳୁଥିବା ଦେଖିବାକୁ ମିଳୁଛି। ଇଟାଭାଟି ମାଲିକମାନେ ପୋତା ଗୋବରୀ ନଦୀ ଶଯ୍ୟାରୁ ମାଟି ଖୋଳି ନେଇ ଇଟା ତିଆରି କରୁଛନ୍ତି। ଏଥିପ୍ରତି ଜଳ ସମ୍ପଦ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ଜାଗାରୁ ବେଆଇନ ଭାବେ ଇଟା ବ୍ୟବସାୟୀମାନେ ଜେସିବି ମାଧ୍ୟମରେ ମାଟି ଖୋଳି ନେଉଛନ୍ତି। ସରକାରୀ ଜାଗାରେ ଇଟାଭାଟି କରି ପୋଡୁଛନ୍ତି। ଗ୍ରୀନ୍‌ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଗୃହ ଓ ଅନ୍ୟାନ୍ୟ ନିର୍ମାଣ କାମରେ ସରକାର ଆଶ୍‌ ଓ ସିମେଣ୍ଟ ଇଟା ବ୍ୟବାହର କରିବାକୁ ନିର୍ଦ୍ଦେଶନାମା ଜାରି କରିଥିବାବେଳେ ନାଲି ଇଟା ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। ହେଲେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହି ନିୟମ କାର୍ଯ୍ୟକାରୀ ହେଉନାହିଁ। ଅନ୍ୟପକ୍ଷରେ ଗତ ଏପ୍ରିଲରେ ବଡ଼ମୋହନପୁର ପଞ୍ଚାୟତର କଣିପାଳ ଗଁାରେ ଇଟାଭାଟି ନିର୍ମାଣକୁ ନେଇ ପଟ୍ଟାମୁଣ୍ଡାଇ ତହସିଲରେ ତୁମୁଳକାଣ୍ଡ ଘଟିଥିଲା। ୨ ଜଣ ବ୍ୟକ୍ତି ତହସିଲଦାରଙ୍କ ସହ ଧସ୍ତାଧସ୍ତି କରିଥିବା ଅଭିଯୋଗରେ ଜେଲ ମଧ୍ୟ ଯାଇଥିଲେ। ମାତ୍ର ପୁଣି ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଇଟାଭାଟି ଗଢ଼ି ଉଠୁଛି ଯାହାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି। ତହସିଲ ଅଞ୍ଚଳର ମାଟିଆପାଳ, ଅଠରବାଟିଆ, ତାତନା, ତନୁପୁର, ଅଳଭା, ନିମପୁର, କଷଣଅଣ୍ଟା, ଆମ୍ବେର, କଖାରୁଣୀ, ଖଡ଼ଇଣ୍ଟା ଆଦି ବିଭିନ୍ନ ଅଞ୍ଚଳରେ ବ୍ୟାପକ ଭାବେ ନାଲିଇଟା ପୋଡ଼ାଯାଇ ବ୍ୟବସାୟ କରାଯାଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ପ୍ରଶାସନ ବେଆଇନ ଭାବେ ନିର୍ମାଣ କରାଯାଉଥିବା ନାଲିଇଟା ବ୍ୟବସାୟ ଓ ପରିବେଶ ପ୍ରଦୂଷିତ କରୁଥିବା ବ୍ୟବସାୟୀମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରୁ ନାଲିଇଟା ପୋଡ଼ିବା ବେଆଇନ, ଇଟାଭାଟି କରୁଥିବା ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ବେଆଇନ ନିଶା କଫସିରପ୍ ରାକେଟ‌ର ପର୍ଦ୍ଦାଫାଶ, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧।୭(ପ୍ରମୋଦ ବହିଦାର): ସମ୍ବଲପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବେଆଇନ ନିଷିଦ୍ଧ ନିଶା କଫସିରପ କାରବାରରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ସମ୍ବଲପୁରର ଅଇଁଠାପାଲି ଥାନା ପୋଲିସ…

RJD ପରେ JDU ନେତାଙ୍କ ଦାବି, ‘ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯିବା ଉଚିତ’

ନୂଆଦିଲ୍ଲୀ,୧।୭: ଆରଜେଡି ପରେ, ଜେଡି(ୟୁ) ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଦାବି କରିଛି। ଜେଡି(ୟୁ) ବିଧାୟକ ପଙ୍କଜ ମିଶ୍ର କହିଛନ୍ତି ଯେ…

ସ୍ୱାମୀଙ୍କଠାରୁ ଅଧିକ ରୋଜଗାର କରୁଥିଲେ ମିଳିବନି ଭରଣପୋଷଣ ଟଙ୍କା: କର୍ନାଟକ ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧।୭: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଙ୍କଠାରୁ ଅଧିକ, ତେବେ ସେ ଭରଣପୋଷଣ…

ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ: ଶୁଣିଲେ ପାକିସ୍ତାନର ଉଡ଼ିଯିବ ହୋଶ୍‌

ମସ୍କୋ/ନୂଆଦିଲ୍ଲୀ,୧।୭: ରୁଷିଆ ଭାରତକୁ Su-57E ଷ୍ଟିଲ୍ଥ ଲଢ଼ୁଆ ବିମାନର ଯୋଗାଣ ଏବଂ ମିଳିତ ଉତ୍ପାଦନ ସମ୍ପର୍କରେ ଏକ ପ୍ରମୁଖ ପ୍ରସ୍ତାବ ଦେଇଛି। ଏହି ଚୁକ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri