ଶିଶୁଙ୍କୁ ADHD ରୁ ରକ୍ଷା କରିପାରେ ମା’ କ୍ଷୀର, ଜାଣନ୍ତୁ କଣ କହୁଛି ନୂଆ ଗବେଷଣା

ନୂଆଦିଲ୍ଲୀ,୩୦।୬ (ପି.ଟି.): ଆଜିକାଲି ଅନେକ କ୍ଷେତ୍ରରେ ବିଭିନ୍ନ କାରଣକୁ ନେଇ ଶିଶୁଙ୍କୁ ସ୍ତନ୍ୟପାନ କରାଇବା ହ୍ରାସ ପାଉଥିବା ଦେଖାଯାଉଛି। କେତେକ ସ୍ଥଳରେ ମା’ର ସ୍ବାସ୍ଥ୍ୟଗତ କାରଣ ଏବଂ ଅନ୍ୟ କେତେକ ସ୍ଥଳରେ ସ୍ତନ୍ୟପାନ ପାଇଁ ଅନିଚ୍ଛାଜନିତ କାରଣକୁ ନେଇ ସ୍ତନ୍ୟପାନ ହାର ହ୍ରାସ ପାଉଛି। ମା’ମାନେ ଶିଶୁଙ୍କୁ ସ୍ତନ୍ୟପାନ ନ କରାଇ ବିକଳ୍ପ ଖାଦ୍ୟ ଦେଇ ପୋଷଣ କରିବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ସ୍ତନ୍ୟପାନ ନବଜାତକ ଶିଶୁ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ଉପଯୋଗୀ ତାହା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ସ୍ତନ୍ୟପାନ କରାଇଲେ ପରବର୍ତ୍ତୀ ସମୟରେ ସେମାନଙ୍କଠାରେ ‘ଏଡିଏଚ୍‌ଡି’ (ଆଟେନଶନ ଡେଫିସିଟ୍‌ ହାଇପରଆକ୍ଟିଭିଟି ଡିସ୍‌ଅର୍ଡର) ବା ଚଞ୍ଚଳତା ଏବଂ ଅନ୍ୟମନସ୍କତାଜନିତ ମାନସିକ ସମସ୍ୟାର ଆଶଙ୍କା ହ୍ରାସ ପାଇଥାଏ। ନରୱେର ପ୍ରାୟ ୩୭,୬୦୦ ପରିବାରକୁ ନେଇ କରାଯାଇଥିବା ଏକ ନୂତନ ଗବେଷଣାରୁ ଏହା ଜଣାପଡ଼ିଛି। ‘ବାୟୋଲୋଜିକାଲ ସାଇକ୍ରାଟ୍ରି’ ପତ୍ରିକାରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଯେଉଁ ଶିଶୁମାନେ ଅଧିକ ସମୟ ଧରି ମା’ କ୍ଷୀର ପିଇଥାନ୍ତି, ସେମାନଙ୍କଠାରେ ୩, ୫ ଏବଂ ୮ ବର୍ଷ ବୟସ ମଧ୍ୟରେ ଏଡିଏଚ୍‌ଡି ଲକ୍ଷଣ କମ୍‌ ଦେଖାଯାଇଥାଏ। ଗବେଷକଙ୍କ କହିବାନୁଯାୟୀ, ମା’ କ୍ଷୀରରେ ଫ୍ୟାଟି ଏସିଡ୍‌, ଆମିନୋ ଏସିଡ୍‌, ଆଣ୍ଟିବଡି ଏବଂ ଉପକାରୀ ବ୍ୟାକ୍ଟେରିଆ ଥାଏ, ଯାହା ଶିଶୁର ମସ୍ତିଷ୍କର ବିକାଶ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ଏହି ଗବେଷଣା ପାଇଁ ପରିବାରଗୁଡ଼ିକର ଜେନେଟିକ (ବଂଶଗତ) ଏବଂ ସାମାଜିକ ସ୍ଥିତିକୁ ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ବିଶେଷଜ୍ଞଙ୍କ ମତରେ ବଂଶଗତ କାରଣ ଯୋଗୁ ମଧ୍ୟ ପିଲାଙ୍କଠାରେ ଏହି ସମସ୍ୟା ଦେଖାଦେଇପାରେ। କିନ୍ତୁ ଏସବୁ ସତ୍ତ୍ୱେ, ନିୟମିତ ଭାବେ ୬ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବା ଦ୍ୱାରା ଏହି ମାନସିକ ଅସୁସ୍ଥତା ବିରୋଧରେ ଏକ ସୁରକ୍ଷା କବଚ ମିଳିଥାଏ। ଏହି ସୁରକ୍ଷା ପ୍ରଭାବ ଝିଅ ଏବଂ ପୁଅ ଉଭୟଙ୍କ କ୍ଷେତ୍ରରେ ସମାନ ଭାବେ ଦେଖିବାକୁ ମିଳିଛି। ତେବେ ଏହା ଏକ ପର୍ଯ୍ୟବେକ୍ଷଣ ଭିତ୍ତିକ ଅଧ୍ୟୟନ ହୋଇଥିବାରୁ, ଏହାର ଠିକ୍‌ କାରଣ ବୁଝିବା ପାଇଁ ଆଗକୁ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ଗବେଷକ ଡକ୍ଟର ବେରିଟ ସ୍କ୍ରେଟିଙ୍ଗ ସୋଲବର୍ଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆଧାର ଲିଙ୍କ୍‌ ନ କଲେ ପେନ୍‌ସନ୍‌ ନାହିଁ

ଭୁବନେଶ୍ୱର,୩୦।୬(ସୁନିତ୍‌ ମିଶ୍ର): ୨୦୨୬-୨୭ରେ ‘ଏସ୍‌ଏନ୍‌ଏ-ସ୍ପର୍ଶ’ ପ୍ଲାଟଫର୍ମ ଜରିଆରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନ୍‌ଏସ୍‌ଏପି) ହିତାଧିକାରୀଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଉଛି। ପୋର୍ଟାଲର ରିପୋର୍ଟ ମୁତାବକ ୩,୩୫,୮୫୦ ଜଣ ହିତାଧିକାରୀ…

ମୋଦିଙ୍କ ନାମ ନେଇ ଭାରତକୁ ସିଧାସଳଖ ଧମକ ଦେଲା ପାକିସ୍ତାନ, କହିଲା ‘ହାତ କାଟିଦେବୁ’, ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୩୦।୬: ସିନ୍ଧୁ ଜଳ ଚୁକ୍ତି ବିବାଦ ସମ୍ପର୍କରେ ପାକିସ୍ତାନ ପୁଣି ଥରେ ଭାରତକୁ ଖାଲି ଧମକ ଦେଇଛି। ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ ମାଲିକ କହିଛନ୍ତି…

ଦ୍ରୁତ ଗତିରେ ଆଗକୁ ବଢୁଛି ମୌସୁମୀ: ଆଗାମୀ ୧୫ଘଣ୍ଟା ମଧ୍ୟରେ ୧୭ ରାଜ୍ୟରେ ପ୍ରବଳ ବର୍ଷା, ଜାରି ହେଲା ‘ମହା-ଆଲର୍ଟ’

ନୂଆଦିଲ୍ଲୀ,୩୦।୬: ପ୍ରବଳ ଗରମ ସହ ସଂଘର୍ଷ କରୁଥିବା ଦେଶବାସୀଙ୍କ ପାଇଁ ଏକ ଖୁସି ଖବର। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ପାଣିପାଗ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ସକାଳୁ ସକାଳୁ ଟ୍ବିନସିଟିରେ ପ୍ରବଳ ବର୍ଷା, ଏହି ଜିଲାକୁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର,୩୦।୬: ବର୍ଷାରେ ଭିଜିଲା ଟ୍ବିନସିଟି । ସକାଳୁ ସକାଳୁ ଭୁବନେଶ୍ବର ଓ କଟକରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଏହାରି ଭିତରେ ଆଗକୁ ବର୍ଷାର…

ସରକାରଙ୍କ ବଡ଼ ନିର୍ଦ୍ଦେଶ, ବିନା ଲାଇସେନ୍ସରେ ଷଣ୍ଢ ରଖିଲେ ଜରିମାନା

ଭୁବନେଶ୍ୱର,୩୦।୬(ରବିନାରାୟଣ ଜେନା): ଦୈନନ୍ଦିନ ବ୍ୟବସାୟରେ ସୁବିଧା(ଇଜ୍‌ଅଫ୍‌ ଡୁଇଂ ବିଜ୍‌ନେସ୍‌) ଏବଂ ଲୋକଙ୍କ ଜୀବନଯାପନର ସୁବିଧା (ଇଜ୍‌ ଅଫ୍‌ ଲିଭିଂ)କୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ…

ବୈଭବ ସୂର୍ଯ୍ୟବଂଶୀ ଇନ୍‌, ସଞ୍ଜୁ ସାମସନ ଆଉଟ? ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୩୦।୬: ବେଲଫାଷ୍ଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ଏକ ଆଶ୍ଚର୍ଯ୍ୟଜନକ ପରାଜୟ ପରେ, ଭାରତୀୟ ଦଳ ଏବେ ଇଂଲଣ୍ଡର ମୁକାବିଲା ପାଇଁ ପ୍ରସ୍ତୁତ। ଦୁଇ ଦଳ ମଧ୍ୟରେ…

ଭୁବନେଶ୍ବର ମାର୍କେଟ ବିଲ୍ଡିଙ୍ଗରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି…

ଭୁବନେଶ୍ବର,୩୦।୬: ଭୁବନେଶ୍ବର ମାର୍କେଟ ବିଲ୍ଡିଙ୍ଗରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ହୁତୁହୁତୁ ହୋଇ ୧୫ରୁ ଅଧିକ ଦୋକାନ ଜଳିଯାଇଥିବା ନେଇ ସୂଚନା ରହିଛି । ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri