ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ,୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତ ତଥା ମୃତ୍ୟୁ ସଂଖ୍ୟା ଅଧିକ ହେଉଛି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୨୨୨ ରେ ପହଞ୍ଚିଛି। ତେବେ ମୃତ୍ୟୁ ସଂଖ୍ୟା ୩ ଶହ ତଳେ ରହିଛି। ଏହି ସମୟ ମଧ୍ୟରେ କରୋନାରେ ୨୯୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୨ ହଜାର ୯୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୪୨ ପ୍ରତିଶତ ରହିଛି।

ଅପରପକ୍ଷରେ ୩ ଲକ୍ଷ ୯୨ ହଜାର ୮୬୪ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୨୩ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୧ ହଜାର ୪୨ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି।

ବର୍ତ୍ତମାନ ସୁଦ୍ଧା ୬୯ କୋଟି ୯୦ ଲକ୍ଷ ୬୨ ହଜାର ୭୭୬ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୧ କୋଟି ୧୩ ଲକ୍ଷ ୫୩ ହଜାର ୫୭୧ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୩ କୋଟି ୩୧ ଲକ୍ଷ ୮୯ ହଜାର ୩୪୮ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୫ ଲକ୍ଷ ୨୬ ହଜାର ୫୬ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୨ ଲକ୍ଷ ୨୪ ହଜାର ୯୩୭ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୦ ଲକ୍ଷ ୫୮ ହଜାର ୮୪୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri