ମୁମ୍ବାଇ,୪।୧୧: ଯଦି ୧୯୮୩ ମସିହା ଜୁନ୍ ୨୫ ଭାରତୀୟ ପୁରୁଷ କ୍ରିକେଟ୍ ଇତିହାସରେ ଏକ ନିର୍ଣ୍ଣାୟକ ମୋଡ଼ ଥିଲା, ତେବେ ନଭେମ୍ବର ୨, ୨୦୨୫ ଦିନଟି ଭାରତୀୟ ମହିଳା କ୍ରିକେଟ୍ ପାଇଁ ସର୍ବତୋଭାବେ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିବ। ହରମନପ୍ରୀତ କୌର ଓ ତାଙ୍କ ଟିମ୍ ବିଶ୍ୱକପ୍ ଜିତି ଇତିହାସ ରଚିବା ପରେ ଭାରତୀୟ ମହିଳା କ୍ରିକେଟ୍ ଏବେ ବିଶ୍ୱସ୍ତରରେ ନିଜର ଶ୍ରେଷ୍ଠତା ପ୍ରତିପାଦିତ କରିଛି।
ବିଶ୍ୱକପ୍ ବିଜୟ ପରେ ଦେଶର ଦୃଷ୍ଟି ଏହି ମହିଳା ଖେଳାଳିଙ୍କ ଉପରେ ରହିଥିବାବେଳେ, ବିସିସିଆଇ (BCCI) ଦ୍ୱାରା ଧାର୍ଯ୍ୟ ବାର୍ଷିକ ରିଟେନରସିପ୍ ଢାଞ୍ଚା ଏବଂ ଏଥିରେ ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କ ଆୟ ମଧ୍ୟରେ ଥିବା ତାରତମ୍ୟ ଉପରେ ଆଲୋଚନା ଜୋର ଧରିଛି।
ଖେଳାଳି ବର୍ଗ ମହିଳା ଖେଳାଳିଙ୍କ ବାର୍ଷିକ ଆୟ ”ପୁରୁଷ ଖେଳାଳିଙ୍କ ବାର୍ଷିକ ଆୟ”
ଗ୍ରେଡ୍ A+ – ₹ ୭ କୋଟି
ଗ୍ରେଡ୍ A ₹ ୫୦ ଲକ୍ଷ (ହରମନପ୍ରୀତ, ମନ୍ଧାନା, ଦୀପ୍ତି) ₹ ୫ କୋଟି
ଗ୍ରେଡ୍ B ₹ ୩୦ ଲକ୍ଷ (ରେଣୁକା, ଜେମିମା, ରିଚା, ଶେଫାଳୀ) ₹ ୩ କୋଟି
ଗ୍ରେଡ୍ C ₹ ୧୦ ଲକ୍ଷ (୯ ଜଣ ଖେଳାଳି) ₹ ୧ କୋଟି
ପୁରୁଷ କ୍ରିକେଟ୍ ଟିମ୍ ମହିଳାଙ୍କ ତୁଳନାରେ ବର୍ଷକୁ ଯଥେଷ୍ଟ ଅଧିକ ମ୍ୟାଚ୍ ଖେଳୁଥିବାରୁ ବାର୍ଷିକ ରିଟେନରସିପ୍ ଆୟରେ ଏହି ବଡ଼ ଧରଣର ଅନ୍ତର ରହିଛି। ୨୦୨୨ ମସିହା ପୂର୍ବରୁ ଆୟରେ ପାର୍ଥକ୍ୟ ରହିଥିଲା। ମାତ୍ର ବିସିସିଆଇ ତାହାର ୧୫ତମ ଆପେକ୍ସ କାଉନ୍ସିଲ୍ ବୈଠକରେ ଏକ ଐତିହାସିକ ନିଷ୍ପତ୍ତି ନେଇ ଉଭୟ ପୁରୁଷ ଏବଂ ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି’ ସମାନ କରିଛି।
ଟେଷ୍ଟ ମ୍ୟାଚ୍: ₹ ୧୫ ଲକ୍ଷ
ODI ମ୍ୟାଚ୍: ₹ ୬ ଲକ୍ଷ
T20I ମ୍ୟାଚ୍: ₹ ୩ ଲକ୍ଷ
ବିଶ୍ୱକପ୍ ବିଜୟ ପରେ ବିସିସିଆଇ ପାଇଁ ପରବର୍ତ୍ତୀ ବଡ଼ ପଦକ୍ଷେପ ହେଉଛି ବାର୍ଷିକ କ୍ୟାଲେଣ୍ଡରରେ ମହିଳା ଦଳ ପାଇଁ ଅଧିକ ମ୍ୟାଚ୍ ସାମିଲ୍ କରିବା ଏବଂ ରଣଜୀ ଟ୍ରଫି ଭଳି ପ୍ରଥମ ଶ୍ରେଣୀ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବା।


