ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି ଏକ ସମ୍ବେଦନଶୀଳ ମାମଲାରେ ଗିରଫ ହୋଇଥିବା ସରପଞ୍ଚଙ୍କ ଜାମିନ୍ ଆବେଦନକୁ କୋର୍ଟ ମଞ୍ଜୁର କରିଛନ୍ତି। କେନ୍ଦ୍ରାପଡ଼ା SDJM (ସବ୍-ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ୍) କୋର୍ଟ ଚାମେଲି ଓଝାଙ୍କୁ ଏହି ଜାମିନ୍ ପ୍ରଦାନ କରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୩୦ ହଜାର ଟଙ୍କାର ବଣ୍ଡ ଏବଂ ୨ ଜଣ ଜାମିନ୍‌ଦାରଙ୍କ  ବଦଳରେ ସରପଞ୍ଚ ଚାମେଲି ଓଝାଙ୍କୁ ଏହି ସର୍ତ୍ତମୂଳକ ଜାମିନ୍ ମିଳିଛି।

ସୂଚନାଯୋଗ୍ୟ, ଗତ ୧୦ ତାରିଖରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା ଚାମେଲିଙ୍କୁ ମହାକାଳପଡ଼ା ପୋଲିସ ଶନିବାର ଗିରଫ କରିଥିଲା। ଅସୁସ୍ଥତା ସତ୍ତ୍ୱେ ତାଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ନାମରେ ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ଅଭିଯୋଗ (ନଂ- ୧୭୦/୨୬) ଓ ପୋଲିସ ସବ୍‌ଇନ୍ସପେକ୍ଟର ତପସ୍ୱିନୀ ବିଶ୍ୱାଳଙ୍କ ଅଭିଯୋଗ (ନଂ- ୧୭୧/୨୬)ରେ ରୁଜୁ ହୋଇଥିବା ମାମଲାରେ ଜାମିନ ନାମଞ୍ଜୁର ହେବାରୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଥିଲା। ସେ ଅସୁସ୍ଥ ଥିବାରୁ ବାରିମୂଳ ଜେଲ କର୍ତ୍ତୃପକ୍ଷ ତାଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲା ।

ସରପଞ୍ଚ ଓଝାଙ୍କ ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ମଧ୍ୟାହ୍ନରେ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବିଡିଓଙ୍କ ସହ ଆଲୋଚନା ପାଇଁ ବ୍ଲକକୁ ଯାଇଥିଲେ। ସେଠାରେ କେତେକ ବ୍ୟକ୍ତି ସରପଞ୍ଚ ଓଝାଙ୍କୁ ଅଯଥା ଚାପ ସୃଷ୍ଟି କରାଯାଉଛି କହି ଆଲୋଚନାରେ ବାଧା ଦେଇଥିଲେ। ଏଥିପାଇଁ ସେ ନିଜ ମୋବାଇଲରୁ ଭିଡିଓ ରେକର୍ଡିଂ କରିଥିଲେ। ପରେ ବିଡିଓ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ ବ୍ୟକ୍ତିମାନେ ଚାମେଲିଙ୍କ ମୋବାଇଲ ଛଡ଼ାଇବା, ମାରିଦେବା ପରି ଧମକ ଦେଇଥିଲେ।

ଥାନା ପୋଲିସ ଗାଡିରେ ୩ ଜଣ କର୍ମଚାରୀ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ବିଧାୟକଙ୍କ ଆଶା ପୂରଣ ପାଇଁ ବିଡିଓ ଏବଂ ପୋଲିସ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଅପରପକ୍ଷରେ ବିଡିଓ ଆଚାର୍ଯ୍ୟ ସରକାରୀ କାର୍ଯ୍ୟରେ ବାଧା ଓ ଭିଡିଓ ଉତ୍ତୋଳନ ମାଧ୍ୟମରେ ବିରକ୍ତିକର ପରିସ୍ଥିତି ସୃଷ୍ଟି ପାଇଁ ଅଭିଯୋଗ କରିଛନ୍ତି।

ସେହିପରି ଗାଡିରେ ଆଣିବା ସମୟରେ ଏସ୍‌ଆଇ ତପସ୍ୱିନୀ ବିଶ୍ୱାଳଙ୍କୁ ସରପଞ୍ଚ ଓଝା ଆକ୍ରମଣ କରିଥିବା ଥାନା ପୋଲିସ ଅଭିଯୋଗ କରିଛି । ଅପରପକ୍ଷରେ ଗତ ଗୁରୁବାର ଅପରାହ୍ନରେ ସରପଞ୍ଚ ଓଝା ଥାନାରେ ଅସୁସ୍ଥ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା।

ଏହି ଘଟଣାରେ ବିଭିନ୍ନ ରାଜନୈତିକ ଦଳ ରାଜ୍ୟ ସରକାରଙ୍କ ମହିଳା ବନ୍ଦନ ଯୋଜନାକୁ କଟୁ ସମାଲୋଚନା କରିବା ସହ ଜିଲା କଂଗ୍ରେସ ପକ୍ଷରୁ ଥାନା ସମ୍ମୁଖରେ ଗଣବିକ୍ଷୋଭ ହୋଇଛି। ଏସ୍‌ପିଙ୍କୁ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଗୋରା ହେବା ଚକ୍କରରେ ନଷ୍ଟ ହୋଇପାରେ ସୌନ୍ଦର୍ଯ୍ୟ, ପାକିସ୍ତାନର ଏହି କ୍ରିମ୍‌କୁ ବ୍ୟାନ୍‌ କଲା ଭାରତ

ନୂଆଦିଲ୍ଲୀ,୧୬ା୯: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ସମ୍ପ୍ରତି ପାକିସ୍ତାନରୁ ଉତ୍ପନ୍ନ ଅନଧିକୃତ କସ୍‌ମେଟିକ ଉତ୍ପାଦ ବିକ୍ରୟ ସମ୍ପର୍କରେ ଏକ ସତର୍କତା ଜାରି କରିଛି। ନୋଟିସ୍‌ରେ…

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି।…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?