ଆରମ୍ଭରୁ ପଶିଲା କେଁ

ଢେଙ୍କାନାଳ ଅଫିସ,୯।୯: ଢେଙ୍କାନାଳର ଗଣପର୍ବ ପ୍ରସିଦ୍ଧ ଲକ୍ଷ୍ମୀପୂଜା ପାଇଁ ସୁନିଆରେ ଉଠିଛି ଶୁଭମାଟି। ପରମ୍ପରା ଅନୁଯାୟୀ ମାଟି ଅନୁକୂଳ ପରଦିନ ମିଳିତ ବଜାର ଲକ୍ଷ୍ମୀପୂଜା କିମିଟିର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆରମ୍ଭରୁ ପଶିଛି କେଁ। ନୂତନ ସଭାପତି ଚୟନରେ ରାଜନୀତିକରଣକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ବିବାଦ ପାଇଁ ଅଧାରୁ ବାତିଲ ହୋଇଛି ବୈଠକ। କେବଳ ଏତିକି ନୁହେଁ, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦୁଇ ଗୋଷ୍ଠୀ ଆକ୍ଷେପ-ପ୍ରତ୍ୟାକ୍ଷେପକୁ ଓହ୍ଲାଇବା ସହ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯିବା ଆଲୋଚନାର ବିଷୟ ହୋଇଛି। ଲକ୍ଷ୍ମୀପୂଜା ଇତିହାସରେ ପ୍ରଥମ ଥର ଏଭଳି ବ୍ୟତିକ୍ରମ ହୋଇଥିବାବେଳେ ଏହାକୁ ନେଇ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ।
ମିନାବଜାର ପୂଜା ପ୍ରତିଷ୍ଠାନର ଆହ୍ବାନ କ୍ରମେ ଗୁରୁବାର ସନ୍ଧ୍ୟା ୭ଟାରେ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପରେ ମିଳିତ ବଜାର ଲକ୍ଷ୍ମୀପୂଜା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ୩୮ଟି ପୂଜା ପ୍ରତିଷ୍ଠାନର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ। ୨ବର୍ଷ ପରେ ଆଡମ୍ବର ସହକାରେ ଲକ୍ଷ୍ମୀପୂଜା ପାଳନ ହେବାକୁ ଥିବାବେଳେ ଏଥିରେ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ବିଷୟରେ ଆଲୋଚନା ହେବାର ଥିଲା।
ମିନାବଜାର ପୂଜା ପ୍ରତିଷ୍ଠାନର ସଭାପତି ରବି ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ପୀତବାସ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ମିଳିତ ବଜାର ପୂଜା କମିଟି ସଭାପତି ଥିବା ବିଶ୍ୱନାଥ ବେହେରାଙ୍କ ଉପସ୍ଥିତିରେ ନୂତନ ସଭାପତି ଚୟନ ପାଇଁ ବାଜିଚୌକ ପୂଜା କମିଟି ସଭାପତି ତଥା ଭାଜପା ନେତା ରାମଚନ୍ଦ୍ର ପାତ୍ର ଏବଂ କାଞ୍ଚନ ବଜାର ପୂଜା କମିଟି ସଭାପତି ତଥା ବିଜେଡି ନେତା ଗୋପାଳ ପାତ୍ରଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା। ସଭାପତି ପଦବୀରେ ଜଣଙ୍କୁ ନିଯୁକ୍ତି କରିବା ପାଇଁ ଆଲୋଚନା ଚାଲିଥିବାବେଳେ ଉଭୟ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ମିନାବଜାର ପୂଜା ପ୍ରତିଷ୍ଠାନ କର୍ମକର୍ତ୍ତାଙ୍କ ଅନୁରୋଧ ସତ୍ତ୍ୱେ ବିବାଦ ଥମି ନ ଥିଲା। ବୈଠକରେ ଉଭୟ ରାଜନୈତିକ ଦଳର କେତେଜଣ ବ୍ୟକ୍ତି ଉପସ୍ଥିତ ଥିବାରୁ ବିବାଦ ଉଗ୍ରରୂପ ଧାରଣ କରିଥିଲା। ଭାଇଚାରା ଓ ପରମ୍ପରାର ନିଦର୍ଶନ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ପୂଜା ଉତ୍ସବର ରାଜନୀତିକରଣ ନ କରିବାକୁ ଅଧିକାଂଶ ପୂଜା ପ୍ରତିଷ୍ଠାନର କାର୍ଯ୍ୟକର୍ତ୍ତା ଅନୁରୋଧ କରିଛନ୍ତି।
ଏ ନେଇ ମିନାବଜାର ପ୍ରତିଷ୍ଠାନ ସଭାପତି କୁହନ୍ତି, ବୈଠକରେ ୩୮ ପୂଜା ପ୍ରତିଷ୍ଠାନର ସଭାପତି, ସମ୍ପାଦକ ଯୋଗଦେବା କଥା। ବାହାର ଲୋକ ପଶିବାରୁ ବିବାଦ ବଢ଼ିଥିଲା। ପୁନର୍ବାର ବୈଠକ ଡକାଯାଇ ଶାନ୍ତିଶୃଙ୍ଖଳାର ସହ ସଭାପତି ଚୟନ କରାଯିବ। ସମ୍ପାଦକ ପୀତବାସ ସାହୁ କୁହନ୍ତି, ରାଜନୀତିକରଣକୁ ନେଇ ଏଭଳି ହେଲା। ଏଭଳି ଘଟଣା ପରିତାପର ବିଷୟ। ଗ୍ରହଣୀୟ ନୁହେଁ। ମିଳିତ ବଜାର ପୂଜା କମିଟି ସଭାପତି ବିଶ୍ୱନାଥ ବେହେରା କୁହନ୍ତି, ପୂର୍ବରୁ କେବେ ଏଭଳି ହୋଇ ନ ଥିଲା। ଚଳିତ ବର୍ଷ ବିବାଦ ଘଟି ବୈଠକ ବାତିଲ ହେବା ଯୋଗୁ ପରମ୍ପରା ଭଙ୍ଗ ହୋଇଛି। ଏହା ଦୁଃଖର ବିଷୟ। ୨-୩ ଦିନ ମଧ୍ୟରେ ଏକ ବୈଠକ ଡକାଯିବ। ଏଥିରେ କେବଳ ୩୮ ପୂଜା ପ୍ରତିଷ୍ଠାନର ସଭାପତି ଓ ସମ୍ପାଦକମାନେ ଯୋଗଦେବେ। ଏଥିରେ ସଭାପତି ଚୟନ କରାଯାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ବୈଠକରେ ସମରେନ୍ଦ୍ର ନନ୍ଦ, ସୁଧାଂଶୁ ଦଳେଇ, ଦୀପକ ପ୍ରସାଦ ପଟ୍ଟନାୟକ, ନବକିଶୋର ଗୁରୁ, ସୁରେନ୍ଦ୍ର ମିଶ୍ର, ବିନୋଦ ମହାନ୍ତି, ସଚ୍ଚିଦାନନ୍ଦ ସାହୁ, ମହମ୍ମଦ ସାଗିର, ଚକ୍ରଧର ନାୟକଙ୍କ ସମେତ ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି

ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri