Posted inଖେଳ

କ୍ରୋଏସିଆ ବିପକ୍ଷରେ ବ୍ରାଜିଲ ପଲା ଭାରି

ଦୋହା, ୯।୧୨:ଚଳିତ ଫିଫା ବିଶ୍ୱକପ୍‌ରେ ଶୁକ୍ରବାର ୫ ଥର ଚାମ୍ପିୟନ ବ୍ରାଜିଲ ଏବଂ ଗତଥରର ରନରଅପ୍‌ କ୍ରୋଏସିଆ ମଧ୍ୟରେ କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହେବ। ଉଭୟ ଦଳ ଗ୍ରୁପ୍‌ ପର୍ଯ୍ୟାୟ ଏବଂ ରାଉଣ୍ଡ ଅଫ୍‌ ୧୬ରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଆଗାମୀ ମ୍ୟାଚ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବା ସମ୍ଭାବନା ରହିଛି। ରେକର୍ଡ ଦୃଷ୍ଟିରୁ କ୍ରୋଏସିଆ ବିପକ୍ଷରେ ବ୍ରାଜିଲ ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ଏହା ପୂର୍ବରୁ ମୋଟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ବ୍ରାଜିଲ ୩ଟିରେ ବିଜୟୀ ହୋଇଥିବାବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି। ଅର୍ଥାତ୍‌ ବିଶ୍ୱକପ୍‌ରେ ବ୍ରାଜିଲ ବିପକ୍ଷରେ କ୍ରୋଏସିଆ କେବେ ବିଜୟ ସ୍ବାଦ ଚାଖିନାହିଁ। ଯଦି ଆଗାମୀ ମ୍ୟାଚରେ କ୍ରୋଏସିଆ ଜିତେ ତେବେ ଇତିହାସ ସୃଷ୍ଟି କରିବ।
ଚଳିତ ବିଶ୍ୱକପ୍‌ର ପ୍ରଦର୍ଶନକୁ ଦେଖିଲେ ମରକ୍କୋ ବିପକ୍ଷରେ ଗୋଲଶୂନ୍ୟ ଡ୍ର’ରୁ ଅଭିଯାନ ଆରମ୍ଭ କରିଥିବା କ୍ରୋଏସିଆ ପରବର୍ତ୍ତୀ ମ୍ୟାଚରେ କାନାଡ଼ାକୁ ୪-୧ ଗୋଲରେ ହରାଇ ଦେଇଥିଲା। ଶେଷ ଲିଗ୍‌ ମ୍ୟାଚରେ ବେଲଜିୟମ ସହିତ ଗୋଲଶୂନ୍ୟ ଡ୍ର ରଖି ଗ୍ରୁପ୍‌ ‘ଏଫ୍‌’ର ଅପରାଜେୟ ଦଳ ଭାବେ ନକ୍‌ଆଉଟରେ ପ୍ରବେଶ କରିଥିଲା। ଏହି ପର୍ଯ୍ୟାୟରେ ଦଳ ଜାପାନଠାରୁ କଡ଼ା ଚ୍ୟାଲେଞ୍ଜ ପାଇଥିଲେ ହେଁ ପେନାଲ୍ଟି ଶୁଟ୍‌ ଆଉଟରେ ୩-୧ ଗୋଲରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ଗ୍ରୁପ୍‌ ‘ଜି’ରେ ବ୍ରାଜିଲ କ୍ରମାଗତ ୨ଟି ମ୍ୟାଚରେ ସର୍ବିୟାକୁ ୨-୦ ଓ ସୁଇଜରଲାଣ୍ଡକୁ ୧-୦ ଗୋଲରେ ହରାଇ ନକ୍‌ଆଉଟରେ ପ୍ରବେଶ ସ୍ପଷ୍ଟ କରିଥିଲା। ଶେଷ ଗ୍ରୁପ୍‌ ମ୍ୟାଚରେ ଯଦିଓ ଦଳ ଅପେକ୍ଷାକୃତ ଦୁର୍ବଳ କାମେରୁନ ନିକଟରୁ ଗୋଟିଏ ଗୋଲରେ ହାରି ଯାଇଥିଲା ତେବେ ରାଉଣ୍ଡ ଅଫ୍‌ ୧୬ରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ହରାଇ ନିଜ ଶକ୍ତିର ପ୍ରମାଣ ଦେଇଥିଲା। କାଗଜପତ୍ର ରେକର୍ଡ ଦୃଷ୍ଟିରୁ ଯଦିଓ ବ୍ରାଜିଲ ଶକ୍ତିଶାଳୀ ରହିଛି ତେବେ କ୍ରୋଏସିଆ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ। ଆଗାମୀ ମ୍ୟାଚରେ ଉଭୟ ଦଳର କେତେଜଣ ଖେଳାଳିଙ୍କ ମଧ୍ୟରେ ହେଡ୍‌ ଟୁ ହେଡ୍‌ ମୁକାବିଲା ହେବା ସମ୍ଭାବନା ରହିଛି।
ନେମାର-ବ୍ରୋଜୋଭିକ୍‌
ବ୍ରାଜିଲ-କ୍ରୋଏସିଆ ମ୍ୟାଚରେ ନେମାର ଏବଂ ମାର୍ସେଲୋ ବ୍ରୋଜୋଭିକ୍‌ଙ୍କ ଉପରେ ନଜର ରହିବ। ବ୍ରାଜିଲର ପ୍ରଥମ ମ୍ୟାଚ ସର୍ବିୟା ବିପକ୍ଷରେ ନେମାର ପାଦରେ ଆଘାତ ପାଇଥିଲେ। ଫଳରେ ଏହାର ପ୍ରଶଂସକଙ୍କ ମନରେ ବିପର୍ଯ୍ୟୟ ଆଶଙ୍କା ରହିଥିଲା। ମାତ୍ର ସୌଭାଗ୍ୟବଶତଃ ନେମାର ସୁସ୍ଥହୋଇ ଦଳକୁ ଫେରିଲେ ଏବଂ ଦକ୍ଷିଣ କୋରିଆ ବିପକ୍ଷ ପ୍ରି-କ୍ୱାର୍ଟର ଫାଇନାଲରେ ଗୋଲ ମଧ୍ୟ ଦେଲେ। ତେବେ ଆଗାମୀ ମ୍ୟାଚରେ ନେମାରଙ୍କୁ କଡ଼ା ଟକ୍କର ଦେବେ କ୍ରୋଏସିଆର ବ୍ରୋଜୋଭିକ୍‌। ପିଢ଼ି ପରେ ପିଢ଼ି କ୍ରୋଏସିଆରେ ଅନେକ ତାରକା ମିଡ୍‌ଫିଲ୍ଡର ସୃଷ୍ଟି ହୋଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ ବ୍ରୋଜୋଭିକ୍‌ ଏବେ ଚର୍ଚ୍ଚାରେ ଅଛନ୍ତି। ଜାପାନ ବିପକ୍ଷ ମ୍ୟାଚରେ ସେ ୧୬.୭ କିଲୋମିଟର କଭର କରିଥିଲେ। ଏ କ୍ଷେତ୍ରରେ ସେ ୨୦୧୮ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୧୬.୩ କିଲୋମିଟର ରେକର୍ଡକୁ ଭାଙ୍ଗିଥିଲେ। ଯଦି ବ୍ରୋଜୋଭିକ୍‌ ଫେଲ୍‌ ମାରନ୍ତି ତେବେ ବ୍ରାଜିଲର ଆକ୍ରମଣକୁ ରୋକିବା କ୍ରୋଏସିଆ ପକ୍ଷରେ କଷ୍ଟକର ହୋଇପଡ଼ିବ।
ରିଚାର୍ଲିସନ ବନାମ ଜାସ୍‌କୋ ଗାଭାର୍ଡିଅଲ
ବ୍ରାଜିଲିଆନ ନମ୍ବର-୯ରେ ରିଚାର୍ଲିସନ ବର୍ତ୍ତମାନ ସୁଦ୍ଧା ୩ଟି ଗୋଲ କରି ସାରିଛନ୍ତି। ଏଥିରୁ ୨ଟି ଗୋଲ ଅଫ୍‌ ଦି ଟୁର୍ନାମେଣ୍ଟ ଦୌଡ଼ରେ ସାମିଲ ହୋଇସାରିଛି। ଅନ୍ୟପକ୍ଷରେ ୨୦ ବର୍ଷୀୟ ଜାସ୍‌କୋ ଗାଭାର୍ଡିଅଲ ହେଉଛନ୍ତି କ୍ରୋଏସିଆ ରକ୍ଷଣଭାଗର ମେରୁଦଣ୍ଡ। ଏହି ପୋଜିଶନରେ ସେ ଅନେକ ୟୁରୋପିଆନ ଦଳକୁ ସାମ୍ନା କରି ସାରିଛନ୍ତି। ତେଣୁ ତାଙ୍କ ଉପସ୍ଥିତିରେ ରିଚାର୍ଲିସନ ନିଶ୍ଚିତ ପରୀକ୍ଷାର ସମ୍ମୁଖୀନ ହେବେ।
କାସେମିରୋ ବନାମ ଲୁକା ମୋଡ୍ରିକ
ବ୍ରାଜିଲର କାସେମିରୋ ଏବଂ କ୍ରୋଏସିଆର ଲୁକା ମୋଡ୍ରିକ ରିଅଲ ମାଡ୍ରିଡର ପୂର୍ବତନ ଟିମ୍‌ମେଟ୍‌। ସାଥିହୋଇ ଅନେକ ମ୍ୟାଚରେ ବିପକ୍ଷ ଦଳ ସହ ଲଢ଼େଇ କରିଥିବା ଏହି ଦୁଇ ଖେଳାଳି ଆଗାମୀ ମ୍ୟାଚରେ ପରସ୍ପର ବିରୋଧରେ ଲଢ଼ିବେ। କାସେମିରୋ ହେଉଛନ୍ତି ଚଳିତ ଟୁର୍ନାମେଣ୍ଟରେ ବ୍ରାଜିଲର ଅନ୍ୟତମ ତାରକା ଖେଳାଳି। ସୁଇଜରଲାଣ୍ଡ ବିପକ୍ଷରେ ବିଜୟ ସୂଚକ ଗୋଲ ତାଙ୍କ ଦକ୍ଷତାର ପ୍ରମାଣ ଦିଏ। ତାଙ୍କ ଉପସ୍ଥିତିରେ ବ୍ରାଜିଲ ମିଡ୍‌ଫିଲ୍ଡ ବେଶ୍‌ ଶକ୍ତିଶାଳୀ। ଅନ୍ୟପକ୍ଷରେ ୩୭ ବର୍ଷରେ ପଦାର୍ପଣ କରିଥିଲେ ହେଁ ମୋଡ୍ରିକ ଏବେ ମଧ୍ୟ କ୍ରୋଏସିଆ ଦଳର ପ୍ରାଣକେନ୍ଦ୍ର। ବିଶ୍ୱକପ୍‌ରେ ସେ ଅନେକ ରେକର୍ଡର ମଧ୍ୟ ଅଧିକାରୀ। ମିଡ୍‌ଫିଲ୍ଡରେ ତାଙ୍କ ଦକ୍ଷତା ବଳରେ କ୍ରୋଏସିଆ ଆଗକୁ ବଢ଼ିବାରେ ସକ୍ଷମ ହୋଇଛି। ତେଣୁ ଆଗାମୀ ମ୍ୟାଚରେ କାସେମିରୋ ଓ ମୋଡ୍ରିକଙ୍କ ଉପରେ ଉଭୟ ଦଳ ଅନେକ ପରିମାଣରେ ନିର୍ଭର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ଟିମ୍‌ ଇଣ୍ଡିଆ ଚୟନ ପୂର୍ବରୁ ବଡ଼ ଖବର: ଈଶାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ; ଜାଣନ୍ତୁ ମାମଲା…

ନୂଆଦିଲ୍ଲୀ,୨୮।୪: ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଚୟନ କେବେ ବି ହୋଇପାରେ। ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାରେ ହେବାକୁ ଥିବା ଏହି ଆଇସିସି ଟୁର୍ନାମେଣ୍ଟ...

ଟି-୨୦ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ପ୍ରଥମ ବୋଲର୍‌ ଭାବେ ହାସଲ କଲେ ବଡ଼ କାରନାମା

ଇସଲାମାବାଦ୍‌,୨୮।୪:ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ମ୍ୟାଚରେ ପାକିସ୍ତାନ ପେସ୍‌ ଶାହିନ ଆଫ୍ରିଦି ଏକ ଚମତ୍କାର ରେକର୍ଡ ସୃଷ୍ଟି କରି ଟି -୨୦ କ୍ରିକେଟ ରେ ଇତିହାସ...

ପରିବାର ସହ ପ୍ରଥମ ଆଇପିଏଲ ଫିଫ୍ଟିର ଉତ୍ସବ ପାଳିଲେ ଧ୍ରୁବ, ଭିଡିଓକୁ ମିଳୁଛି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୨୮।୪: ଶନିବାର ଆଇପିଏଲ ୨୦୨୪ର ୪୪ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୱିକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଲକ୍ଷ୍ନୌ ସୁପରଜିଆଣ୍ଟସ ବିପକ୍ଷରେ ଆଇପିଏଲ କ୍ୟାରିୟରର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ୪୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇକୁ ୧୦...

ଭାରତକୁ ଓ୍ବାର୍ଲଡ କପ ଜିତାଇ ଥିବା ଏବେ ପାକିସ୍ତାନର କୋଚ, ପିସିବି ଦେଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ପୂର୍ବରୁ ପାକିସ୍ତାନ ଦଳ ତା’ର କୋଚ ବଦଳାଇଛି । ହ୍ବାଇଟ ବଲ ଫର୍ମାଟ (ଓ୍ବାନଡେ ଏବଂ ଟି ୨୦) ରେ...

ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଏପର୍ଯ୍ୟନ୍ତ ସମସ୍ତ ଦଳ ପାଇଁ ରାସ୍ତା ଖୋଲା

ନୂଆଦିଲ୍ଲୀ,୨୮।୪: ଆଇପିଏଲ ୨୦୨୪ରେ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରୁଥିବା ଦଳର ଚିତ୍ର ସ୍ପଷ୍ଟ ହୋଇନାହିଁ। ୧୬ ପଏଣ୍ଟ ସହ ଏକ ନମ୍ବରରେ ଥିବା...

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜୟ ପାଇଁ ତିଳକ ବର୍ମା ଦାୟୀ ବୋଲି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଉଠାଇଲେ ବଡ଼ ପ୍ରଶ୍ନ

ଭୁବନେଶ୍ୱର, ୨୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଏତେ ଭଲ ନାହିଁ। ୨୮ ଏପ୍ରିଲରେ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri