Posted inଖେଳ

ବୃହତ ବିଜୟ ସହିତ କ୍ୱାର୍ଟରରେ ବ୍ରାଜିଲ

ଦୋହା,୬ା୧୨: ଫିଫା ବିଶ୍ୱକପର ରାଉଣ୍ଡ ଅଫ୍‌ ୧୬ ମୁକାବିଲାରେ ସୋମବାର ବୃହତ ବିଜୟ ହାସଲ କରିଛି ବ୍ରାଜିଲ। ଦଳ ୪-୧ରେ ଦକ୍ଷିଣ କୋରିଆକୁ ପରାସ୍ତ କରିବା ସହିତ କ୍ୱାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ବ୍ରାଜିଲ ପକ୍ଷରୁ ଭିନିସିଅସ୍‌ ଜୁନିୟର(୭), ନେମାର(୧୩), ରିଚାର୍ଲିସନ(୨୯) ଓ ଲୁକାସ୍‌ ପାକ୍ୱେଟା ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ୪ ଗୋଲ ସ୍କୋର କରି ବ୍ରାଜିଲ ବିଜୟର ଦୃଢ ଦାବିଦାରୀ ସ୍ଥାପନ କରିଥିଲା। ଅନ୍ୟ ପକ୍ଷରେ ଦକ୍ଷିଣ କୋରିଆ ପକ୍ଷରୁ ପେକ୍‌ ସେଉଙ୍ଗ ହୋ ୭୬ ତମ ମିନିଟରେ ଏକମାତ୍ର ଗୋଲ ସ୍କୋର କରିଥିଲେ। ଗୋଇଠି ଆଘାତ କାରଣରୁ ଦୁଇଟି ମ୍ୟାଚ ଖେଳିନଥିବା ନେମାର ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବା ସହିତ ଗୋଲ ସ୍କୋର କରିଥିଲେ। ୧୩ ତମ ମିନିଟରେ ମିଳିଥିବା ପେନାଲ୍ଟିକୁ ସେ ଗୋଲରେ ପରିଣ୍‌ କରିଥିଲେ। ବିଶ୍ୱକପରେ ଏହା ତାଙ୍କର ସପ୍ତମ ଗୋଲ ଅଟେ। ଆସନ୍ତା ୯ ତାରିଖରେ କ୍ୱାର୍ଟର ମୁକାବିଲାରେ କ୍ରୋଏସିଆକୁ ଭେଟିବ ବ୍ରାଜିଲ। ଏହା ସହିତ ଚଳିତ ବିଶ୍ୱକପରୁ ଏସିଆନ ଚ୍ୟାଲେଞ୍ଜ ଶେଷ ହୋଇଛି। ଦୁଇ ଏସୀୟ ରାଷ୍ଟ୍ର ଜାପାନ ଓ ଦକ୍ଷିଣ କୋରିଆ ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଥିଲେ ହେଁ ପରାଜୟ ସହିତ ବିଦାୟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ କି ପିଲା ନାହାନ୍ତି? ମହିଳାଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସମ୍ପତ୍ତି; ବାପଘର ନା ଶାଶୁଘର? ଆଶ୍ଚର୍ଯ୍ୟ କରିବ ଆଇନ!

ନୂଆଦିଲ୍‌ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବକ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ

ଭୁବନେଶ୍ୱର,୨୪ା୫: ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେବାବେଳେ ଜଳିଗଲେ ଜଣେ ଯୁବକ। ରବିବାର ପୂର୍ବାହ୍ନରେ ମଞ୍ଚେଶ୍ୱର ଷ୍ଟେଶନରେ ଏପରି ଅଘଟଣ ଘଟିଛି। ଯୁବକ ଜଣକ ଟ୍ରେନ ଉପରେ ଚଢ଼ି…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

କିଛି ଦେଶକୁ ନ ଯିବା ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୫: ଆଫ୍ରିକାରେ ଇବୋଲା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏକ ଯାତ୍ରା ପରାମର୍ଶ ବା ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି,…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ରେଳ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ଏତେ ବଢିଗଲା ଦରମା!

ନୂଆଦିଲ୍‌ଲୀ,୨୪।୫: ହାଇ-ସ୍ପିଡ ଟ୍ରେନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ, ଭାରତୀୟ ରେଳବାଇ ଦେଶବ୍ୟାପୀ ୧୫୫ଟି ଟ୍ରେନକୁ ଏକ ନୂତନ ‘ହାଇ-ସ୍ପିଡ’ ବର୍ଗରେ ପୁନଃବର୍ଗୀକୃତ କରିଛି। ଏହି…

‘ଖୋଲିବ ଷ୍ଟ୍ରେଟ ଅଫ ହୁର୍ମଜ’, ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ଦେଲା ଜବାବ, ଜାଣନ୍ତୁ କ’ଣ କହୁଛି ପାକିସ୍ତାନ

ତେହରାନ/ଓ୍ବାଶିଂଟନ,୨୪।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଦାବି କରିଛନ୍ତି ଯେ ଇରାନ ସହିତ ଏକ ଶାନ୍ତି ଚୁକ୍ତି ପ୍ରାୟ ଚୂଡ଼ାନ୍ତ ହୋଇସାରିଛି, ଏବଂ ଆଲୋଚନା ଏବେ…

ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଆରକ୍ଷୀ ଅଧୀକ୍ଷକ

ଗଜପତି (ଗିରିଧାରୀ ପରିଛା): ୨୪।୫ :ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆଇପିଏସ୍/ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri