Posted inଜାତୀୟ

ମୂଷଳ ଧାରା ବର୍ଷାରେ ଭିଜି ଭାଷଣ ଦେଲେ ରାହୁଲ

ମହୀଶୁର,୩।୧୦: ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବଳ ବର୍ଷା ମଧ୍ୟରେ କର୍ନାଟକର ମହୀଶୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସାଧାରଣ ସଭାରେ ରାହୁଲ ଏହା ମଧ୍ୟ କହିଛନ୍ତି, ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ଆମକୁ ଦେଶ ଏକଜୁଟ କରିବାରେ କେହି ରୋକି ପାରିବେ ନାହିଁ। ରାହୁଲ ଗାନ୍ଧୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପ୍ରବଳ ବର୍ଷାରେ ରାହୁଲ ଗାନ୍ଧୀ ଭାଷଣ ଦେଇଥିଲେ। ଜନସାଧାରଣ ମଧ୍ୟ ଓଦା ହୋଇ ତାଙ୍କ କଥା ଶୁଣୁଥିବାର ନଜର ଆସିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳେ ଯେ, ପ୍ରବଳ ବର୍ଷା ମଧ୍ୟରେ ରାହୁଲ ଗାନ୍ଧୀ ଏକ ଭାଷଣ ଦେଉଛନ୍ତି ଏବଂ ଶହ ଶହ ଲୋକ ବର୍ଷାରେ ଭିଜି ତାଙ୍କ ଭାଷଣ ଶୁଣୁଛନ୍ତି। ରାହୁଲ ଗାନ୍ଧୀ ଏହାର ଭିଡିଓ ଶେୟାର କରିଥିଲେ। ରାହୁଲ ଭିଡିଓ ସେୟାର କରି ଲେଖିଛନ୍ତି, ‘ଭାରତକୁ ଏକତ୍ର କରିବାରେ ଆମକୁ କେହି ରୋକି ପାରିବେ ନାହିଁ। କନ୍ୟାକୁମାରୀରୁ କଶ୍ମୀରକୁ ଯିବେ, ଭାରତ ଯୋଡୋ ଯାତ୍ରାକୁ କେହି ଅଟକାଇ ପାରିବେ ନାହିଁ।
ବକ୍ସିଂ ଖେଳାଳି ବିଜେନ୍ଦର ସିଂ ରାହୁଲ ଗାନ୍ଧୀଙ୍କ ଫଟୋ ସହିତ ଲେଖିଛନ୍ତି, ପ୍ରଥମେ ସେମାନେ ତୁମକୁ ଧ୍ୟାନ ଦେବେ ନାହିଁ, ତୁମକୁ ଦେଖି ହସିବେ, ତାପରେ ସେ ତୁମ ସହିତ ଲଢେଇ କରିବେ ଏବଂ ପରେ ତୁମେ ଜିତିଯିବବ।


Enter your email to get our daily news in your inbox.

All Right Reserved By Dharitri.Com

ଅଦୃଶ୍ୟ ଯୁଦ୍ଧରେ ୧୭୭ ଆଗଧାଡିର ଯୋଦ୍ଧାଙ୍କ ଜୀବନ ନେଲାଣି କରୋନା

ମୁମ୍ବାଇ,୮।୯: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ସାଂଘାତିକ ସ୍ଥିତିରେ ପହଞ୍ଚିଥିବା ବେଳେ ଏଥିରୁ ବାଦ୍‌ ପଡି ନାହାନ୍ତି ଆଗ ଧାଡିର କରୋନା ଯୋଦ୍ଧା କୁହାଯାଉଥିବା...

ବ୍ୟାଙ୍କକ-ଥାଇଲାଣ୍ଡରୁ ମୋ ପାଇଁ ଗାଳି ଇମ୍ପୋର୍ଟ କରିପାର କିନ୍ତୁ ଦେଶକୁ ବିରୋଧ କର ନାହିଁ: ମୋଦି

ଚଣ୍ଡିଗଡ଼,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହରିୟାଣା ଗସ୍ତ କରିଛନ୍ତି। ହରିୟାଣାର ଚରଖି-ଦାଦରିରେ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ନିର୍ବାଚନ ରାଲି ପାଇଁ ମୁଁ...

ଭୋଟ ବ୍ୟାଙ୍କ ପାଇଁ ୭୦ ବର୍ଷ ଧରି ଲୋକଙ୍କୁ ଜାଣିଶୁଣି ଗରିବ ରଖାଯାଇଥିଲା: କେଜ୍ରିଓ୍ବାଲ…

ନୂଆଦିଲ୍ଲୀ, ୧୯।୧୨: ଦେଶର ଲୋକଙ୍କୁ ଜାଣିଶୁଣି ୭୦ ବର୍ଷ ପର୍ଯ୍ୟନ୍ତ ଗରିବ ରଖାଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନୈତିକ ଦଳଗୁଡ଼ିକୁ...

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଦିଲ୍ଲୀ-ଗୁଜରାଟରେ ଆଲର୍ଟ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ଓ ଗୁଜରାଟରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ଗୁପ୍ତ ସୂଚନା ମିଳିବାପରେ ଏଠାରେ ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌, ହିଜିବୁଲ୍‌ ମୁଜାହିଦ୍ଦିନ୍‌...

୬୭ ପର୍ନ ଓ୍ବେବ୍‌ସାଇଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯ା୯: କେନ୍ଦ୍ର ସରକାର ୬୭ଟି ପର୍ନ ଓ୍ବେବ୍‌ସାଇଟ୍‌ ବ୍ଲକ୍‌ କରିବାକୁ ଇଣ୍ଟରନେଟ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଜାରି କରାଯାଇଥିବା ନୂଆ ଆଇଟି ନିୟମକୁ ଉଲ୍ଲଂଘନ...

ପରମ୍ପରା ଭାଙ୍ଗିଲେ ଉପରାଜ୍ୟପାଳ: ଲୋକଙ୍କ ବିଶ୍ୱାସ ଜିଣିବା ପ୍ରୟାସ…

ଶ୍ରୀନଗର, ୩।୯: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଲୋକଙ୍କ ବିଶ୍ୱାସ ଜିଣିବା ପାଇଁ ପ୍ରଚଳିତ ପରମ୍ପରାକୁ ଭଙ୍ଗ କରିଛନ୍ତି। ପୁଲଓ୍ବାମା ଗସ୍ତ ସମୟରେ ସେ ହେଲିକପ୍ଟରର...

ଜେଲରେ ପି. ଚିଦାମ୍ବରମ୍‌ଙ୍କୁ ଭେଟିଲେ ରାହୁଲ, ପ୍ରିୟଙ୍କା

ନୂଆଦିଲ୍ଲୀ,୨୭।୧୧: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାଡ ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଭେଟିଛନ୍ତି କଂଗ୍ରେସର...

ନେପାଳରେ ରୂପେର ଶୁଭାରମ୍ଭ କଲେ ମୋଦି…

ନୂଆଦିଲ୍ଲୀ, ୨।୪ : ଭାରତ ଏବଂ ନେପାଳର ମଧ୍ୟରେ ଶନିବାର ଏକାଧିକ ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନେପାଳୀ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week