ରିଲିଜ ହେଲା ବ୍ରହ୍ମାସ୍ତ୍ରର ନୂଆ ରୋମାଣ୍ଟିକ ପୋଷ୍ଟର

ମୁମ୍ବାଇ: ବଲିଉଡ କପୁଲ ରଣବୀର କପୁର ଓ ଆଲିଆ ଭଟ୍ଟ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ବିବାହକୁ ନେଇ ଏମାନେ ଏବେ ଖୁବ୍ ଚର୍ଚ୍ଚାରେ । ଏହାରି ଭିତରେ ରିଲିଜ୍ ହୋଇଛି ଉଭୟଙ୍କ ଅଭିନୀତ ତଥା ବହୁ ପ୍ରତିକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରୋମାଣ୍ଟିକ ପୋଷ୍ଟର, ଯାହା ଏମାନଙ୍କ ବିବାହକୁ ହିଣ୍ଟ କରୁଛି । ଏଥିରେ ପ୍ରଥମଥର ପାଇଁ ଆଲିଆ ଓ ରଣବୀରଙ୍କୁ ଦେଖିବାକୁ ମିଳିଛି । ଏହି ଧମାକାଦାର ପୋଷ୍ଟରକୁ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏଥିରେ ରଣବୀର ଶିବା ଚରିତ୍ରରେ ନଜର ଆସିବେ । ପୋଷ୍ଟର ଶେୟାର କରି ଡାଇରେକ୍ଟର ଅୟାନ ମୁଖାର୍ଜୀ ଲେଖିଛନ୍ତି, ପ୍ରଥମ ଭାଗ: ଶିବା । ବ୍ରହ୍ମାସ୍ତ୍ରର ପ୍ରଥମ ଚାପ୍ଟରର ନାଁ । ବେଶ କିଛି ସମୟ ପାଇଁ ଚିନ୍ତା କରାଯାଇଥିଲା କି ଫିଲ୍ମର ନାମ ପାର୍ଟ ୱାନ ଲଭ ହେବ । ତେବେ ପୋଷ୍ଟର ଟି ଶେୟାର କରି ଅୟାନ ମୁଖାର୍ଜୀ ଆଲିଆ-ରଣବୀରଙ୍କ ବିବାହର ସଙ୍କେତ ଦେଇଛନ୍ତି । ଆୟାନ ମୁଖାର୍ଜୀ ଲେଖିଛନ୍ତି, ଏହା ଆମର ଲଭ ପୋଷ୍ଟର! ଆମକୁ ଏହି ସମୟ ଠିକ ଲାଗିଲା । ଏହା ବ୍ୟତୀତ ଆଜିକାଲି ପବନରେ କିଛି ଅଧିକ ଅଛି । ଶିବା ଓ ଇଶା, ରଣବୀର ଓ ଆଲିଆ । ପ୍ୟାର: ସବସେ ବଡା ଅସ୍ତ୍ର ।
ସୂଚନା ମୁତାବକ ଏବେ ସବୁଠି ଆଲିଆ-ରଣବୀଙ୍କ ବିବାହ ଚର୍ଚ୍ଚା ହେଉଥିବା ବେଳେ ଏହି ସମୟରେ ଆସିଥିବା ସେମାନଙ୍କ ପୋଷ୍ଟର ଦେଖି ପ୍ରଶଂସକ ଝୁମି ଉଠିଛନ୍ତି । ଏହି ଫିଲ୍ମର ମେକର୍ସ ପୂର୍ବରୁ କହିଥିଲେ କି ଦେଶର ସବୁଠାରୁ ମହଙ୍ଗା ଫିଲ୍ମ ହେବ ‘ବ୍ରହ୍ମାସ୍ତ୍ର’ । ଏଥିରେ ୩୦୦ କୋଟିର ବଜେଟ ରଖାଯାଇଥିବା ବେଳେ ଏହାଠାରୁ ଅଧିକ ବି ଖୁର୍ଚ୍ଚ ହୋଇପାରେ । ଫିଲ୍ମ ୯ ସେପ୍ଟେମ୍ବର ୨୦୨୨ରେ ରିଲିଜ୍ ହେବ । ପୂର୍ବରୁ ଏହା ଡିସେମ୍ବର ୨୦୨୦ରେ ରିଲିଜ୍ ହେବାର ଯୋଜନା ଥିଲା । କିନ୍ତୁ କରୋନା ମହାମାରୀ କାରଣରୁ ଏହାର ରିଲିଜ୍ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri