ବ୍ରାହ୍ମଣୀ ନଦୀଜଳ ପ୍ରଦୂଷଣ ଅପରିବର୍ତ୍ତିତ

ଯାଜପୁର ଅଫିସ,୧୫।୪: ଶିଳ୍ପ ଯୋଗୁ ଅର୍ଥନୀତି ବିକାଶ ହୋଇପାରେ। ହେଲେ ଶିଳ୍ପରୁ ନିର୍ଗତ ଦୂଷିତ ପାଣି ଯୋଗୁ ନଦୀ ଓ ନାଳ ଜଳ ବିଷାକ୍ତ ହେବାରେ ଲାଗିଛି। ଓଡ଼ିଶାର ପ୍ରମୁଖ ନଦୀ ଓ ନାଳର ଜଳମାନ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି।
ଜଳସମ୍ପଦ ବିଭାଗର ଜଳତତ୍ତ୍ବ ଜଳବିଜ୍ଞାନ, ଭୌଗୋଳିକ ସୂଚନା ପଦ୍ଧତି ଏବଂ ଜଳବାୟୁ କାର୍ଯ୍ୟକ୍ରମ ପରିଚାଳନା ମୁଖ୍ୟଯନ୍ତ୍ରୀ ଦେବୀଦତ୍ତ ରମଣୀ ରଞ୍ଜନ ପଟ୍ଟନାୟକଙ୍କ ଗତ ୧୩ ତାରିଖ ରିପୋର୍ଟ ଅନୁସାରେ ବ୍ରାହ୍ମଣୀ ଏବଂ ସେରୁଅ ନଦୀ ଜଳର ପ୍ରଦୂଷଣ ଅପରିବର୍ତ୍ତିତ ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ୨୦୧୭ରେ ରାଜ୍ୟର ୧୬ ନଦୀ ଓ ୩ ନାଳର ଜଳକୁ ପ୍ରଦୂଷିତ ଘୋଷଣା କରିଥିଲା। ଏସ୍‌ପିସିବି ଏହି ନଦୀ ଓ ନାଳଗୁଡ଼ିକର ପ୍ରଦୂଷଣ ସ୍ତରକୁ ‘ପ୍ରାଥମିକତା-୧ରୁ ୫’ ହିସାବରେ (ଅର୍ଥାତ୍‌ ପ୍ରାଥମିକତା-୧: ସର୍ବାଧିକ ପ୍ରଦୂଷିତ, ପ୍ରାଥମିକତା-୫: ସର୍ବନିମ୍ନ ପ୍ରଦୂଷିତ) ଚିହ୍ନଟ କରିଛିି। ୨୦୨୩ ଫେବୃୟାରୀର ତଥ୍ୟ ମୁତାବକ ୪ଟି ନଦୀ ଅର୍ଥାତ୍‌ ଦୟା, ବ୍ରାହ୍ମଣୀ, କାଠଯୋଡ଼ି, ସେରୁଅ ଏବଂ ୨ଟି ନାଳ ଗଙ୍ଗୁଆ ଓ ଗୁରାଡ଼ିହକୁ ପ୍ରାଥମିକତା ହିସାବରେ ୧ରୁ ୫ ମଧ୍ୟରେ ଚିହ୍ନଟ କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱର ଗଙ୍ଗୁଆ ନାଳ ଓ ରାଉରକେଲା ଗୁରାଡିହ ନାଳର ପ୍ରଦୂଷଣ ସ୍ତର ଯଥାକ୍ରମେ ପ୍ରାଥମିକତା- ୩ ଓ ୪ ରହିଛି। ସେହିପରି ଦୟା ନଦୀର ଭୁବନେଶ୍ୱରଠାରୁ ବଡ଼ଗଡ଼, ବ୍ରାହ୍ମଣୀ ନଦୀର ରାଉରକେଲାଠାରୁ ବିରିତୋଳ, କାଠଯୋଡ଼ି ନଦୀର କଟକଠାରୁ ଉରାଳି, ସେରୁଅ ନଦୀର ଖଣ୍ଡେଇତାଠାରୁ ଶଙ୍ଖତ୍ରାସ ପର୍ଯ୍ୟନ୍ତ ଜଳ ପ୍ରଦୂଷିତ ହୋଇଛି। ଏହି ୪ ସ୍ଥାନର ନଦୀ ଜଳ ପ୍ରଦୂଷଣ ସ୍ତର ‘ପ୍ରାଥମିକତା-୫’ ରହିଛି। ପୂର୍ବରୁ ଗଙ୍ଗୁଆର ପ୍ରଦୂଷଣ ସ୍ତର ‘ପ୍ରାଥମିକତା-୧’ ଥିବାବେଳେ ଏବେ ସୁଧାର ଆସି ‘ପ୍ରାଥମିକତା-୩’ ରହିଛି। ତଥାପି ୧୯ଟି ନଦୀ ଓ ନାଳ ମଧ୍ୟରୁ ଗଙ୍ଗୁଆ ବର୍ତ୍ତମାନ ସର୍ବାଧିକ ପ୍ରଦୂଷିତ ସ୍ତରରେ ରହିଛି।
ରାଜ୍ୟର ଅଧିକାଂଶ ନଦୀ ଗୁରୁତର ଭାବେ ପ୍ରଦୂଷିତ ହୋଇଥିବାରୁ ୨୦୧୮ ନଭେମ୍ବରରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ତଦନ୍ତ ଓ ପ୍ରତିକାର ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ୫ ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ କମିଟିରେ ପରିବେଶ ବିଭାଗ ନିର୍ଦ୍ଦେଶକ, ସହର ଉନ୍ନୟନ ବିଭାଗ ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ, ଏସ୍‌ପିସିବିର ସଦସ୍ୟ ସଚିବ ସାମିଲ ଥିଲେ। ଏହି କମିଟିକୁ ରିଭର ରେଜୁଭେନଶନ କମିଟି(ଆର୍‌ଆର୍‌ସି) ବୋଲି ନାମକରଣ କରାଯାଇଥିଲା। ରାଜ୍ୟର ଅଧିକାଂଶ ନଦୀ ଶିଳ୍ପାନୁଷ୍ଠାନ ଓ ସହରାଞ୍ଚଳରୁ ନିର୍ଗତ ବିଷାକ୍ତ ବର୍ଜ୍ୟବସ୍ତୁ ଦ୍ୱାରା ପ୍ରଦୂଷିତ ହେଉଛି। ସେଥିମଧ୍ୟରୁ ଶିଳ୍ପ ପ୍ରବଣ ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଜଳ ଗୁରୁତର ଭାବେ ବିଷାକ୍ତ ହେଉଛି। ସୁନ୍ଦରଗଡ଼, ଅନୁଗୋଳ, ଯାଜପୁର ଆଦି ଜିଲାରେ ଗଢ଼ି ଉଠିଥିବା ଶିଳ୍ପ କାରଖାନାର ବର୍ଜ୍ୟଜଳ ବ୍ରାହ୍ମଣୀରେ ଛଡ଼ାଯାଉଛି। ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳର ବର୍ଜ୍ୟଜଳ ଡମଶାଳା ନାଳ ଦେଇ ବ୍ରାହ୍ମଣୀରେ ମିଶୁଛି। ତେଣୁ ବ୍ରାହ୍ମଣୀ ୨୦୧୭ରୁ ପ୍ରଦୂଷିତ ନଦୀ ଭାବେ ଆଖ୍ୟା ପାଇ ଆସୁଛି। ୨୦୧୭ରେ ଏହି ନଦୀର ଜଳରେ ବାୟୋ ଅକ୍ସିଜେନ ଡିମାଣ୍ଡ(ବିଓଡି) ୬.୦ ମିଲିଗ୍ରାମ/ଲିଟର ରହିଥିଲାବେଳେ ୨୦୧୮ରେ ୭.୬, ୨୦୧୯ରେ ୫.୩, ୨୦୨୦ରେ ୬.୩, ୨୦୨୧ରେ ୫.୬, ୨୦୨୨ରେ ୫.୭ ଓ ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ୫.୭ ମିଲିଗ୍ରାମ/ଲିଟର ବିଓଡି ରହିଛି। ବର୍ତ୍ତମାନ ଏସ୍‌ପିସିବି ଅନୁସାରେ ବ୍ରାହ୍ମଣୀ ନଦୀଜଳର ପ୍ରାଥମିକତା-୫ ରହିଛି। ସେହିପରି ଭୁବନେଶ୍ୱର ଗଙ୍ଗୁଆ ନଦୀ ଜଳରେ ୨୦୧୭ରେ ୩୯.୦ ମିଲିଗ୍ରାମ/ଲିଟର ବିଓଡି ରହିଥିଲାବେଳେ ୨୦୨୩ ଫେବୃୟାରୀ ସୁଦ୍ଧା ୧୮.୦ ମିଲିଗ୍ରାମ/ଲିଟର ବିଓଡି ରହିଛି। ଦୟା ନଦୀର ଭୁବନେଶ୍ୱରଠାରୁ ବରଗଡ଼ ମଧ୍ୟରେ ବିଓଡି ୨୦୧୭ରେ ୭.୩ ମିଲିଗ୍ରାମ/ଲିଟର ରହିଥିଲାବେଳେ ୨୦୨୩ ଫେବୃୟାରୀରେ ୪.୮ ମିଲିଗ୍ରାମ/ଲିଟର ରହିଛି। ଗୁରାଡିହ ନାଳର ରାଉରକେଲାରେ ବିଓଡି ୨୦୧୭ରେ ୧୧.୩ ଏବଂ ୨୦୨୩ ଫେବୃୟାରୀରେ ୮.୦ ମିଲିଗ୍ରାମ/ଲିଟର ରହିଛି। କାଠଯୋଡ଼ିର କଟକଠାରୁ ଉରାଳି ପର୍ଯ୍ୟନ୍ତ ୨୦୧୭ରେ ୧୧.୨ ଏବଂ ୨୦୨୩ ଫେବୃୟାରୀ ସୁଦ୍ଧା ୩.୮ ମିଲିଗ୍ରାମ/ଲିଟର ବିଓଡି ରହିଛି। ସେରୁଅ ନଦୀର ଖଣ୍ଡେଇତାଠାରୁ ଶଙ୍ଖହ୍ରାସ ପର୍ଯ୍ୟନ୍ତ ୨୦୧୭ରେ ୪.୮ ଏଂ ୨୦୨୩ ଫେବୃୟାରୀ ସୁଦ୍ଧା ୩.୬ ମିଲିଗ୍ରାମ/ଲିଟର ବିଓଡି ରହିଛି। ଏହିସବୁ ନଦୀଗୁଡିକୁ ପ୍ରଦୂଷଣ ମୁକ୍ତ କରିବାକୁ ଏସ୍‌ପିସିବି ପ୍ରାଥମିକତା ଦେଇଛି ବୋଲି କୁହାଯାଇଛି। ଅନ୍ୟପକ୍ଷରେ ୧୨ଟି ନଦୀ ଯଥା ମଙ୍ଗଳା, ନାଗାବଳି, ରତ୍ନଚିରା, ନନ୍ଦିରାଜୋର, କୁଆଖାଇ, ମହାନଦୀ, ଋଷିକୁଲ୍ୟା, ଭେଡେନ, କୁସୁମି, ନୂରା, ସାବୁଲିଆ ଓ ବୁଢାବଳଙ୍ଗ ଏବଂ ବାଙ୍ଗୁରୁ ନାଳା ପ୍ରଦୂଷଣମୁକ୍ତ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ବ୍ରାହ୍ମଣୀ ନଦୀଜଳ ପ୍ରଦୂଷଣମୁକ୍ତ ନ ହେବା ପ୍ରଶାସନିକ କଳର ଉଦାସୀନତା ପ୍ରମୁଖ କାରଣ ବୋଲି କୁହାଯାଇପାରେ। ହାଇକୋର୍ଟଙ୍କ ନିର୍ଦ୍ଦେଶର ୭ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ବ୍ରାହ୍ମଣୀ ନଦୀତଟବର୍ତ୍ତୀ ଅଞ୍ଚଳରେ ପ୍ରଦୂଷିତ ଜଳର ଉପଚାର କରିବାକୁ ସିଇଟିପି(କମନ୍‌ ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ସ୍ଥାପନ ହୋଇ ପାରିନାହିଁ। ଫଳରେ ପ୍ରଦୂଷଣରେ ବ୍ରାହ୍ମଣୀ ନଦୀଜଳ ବିଷାକ୍ତ ହେଉଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?