ବ୍ରାହ୍ମଣୀ ନଦୀଜଳ ପ୍ରଦୂଷଣ ଅପରିବର୍ତ୍ତିତ

ଯାଜପୁର ଅଫିସ,୧୫।୪: ଶିଳ୍ପ ଯୋଗୁ ଅର୍ଥନୀତି ବିକାଶ ହୋଇପାରେ। ହେଲେ ଶିଳ୍ପରୁ ନିର୍ଗତ ଦୂଷିତ ପାଣି ଯୋଗୁ ନଦୀ ଓ ନାଳ ଜଳ ବିଷାକ୍ତ ହେବାରେ ଲାଗିଛି। ଓଡ଼ିଶାର ପ୍ରମୁଖ ନଦୀ ଓ ନାଳର ଜଳମାନ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି।
ଜଳସମ୍ପଦ ବିଭାଗର ଜଳତତ୍ତ୍ବ ଜଳବିଜ୍ଞାନ, ଭୌଗୋଳିକ ସୂଚନା ପଦ୍ଧତି ଏବଂ ଜଳବାୟୁ କାର୍ଯ୍ୟକ୍ରମ ପରିଚାଳନା ମୁଖ୍ୟଯନ୍ତ୍ରୀ ଦେବୀଦତ୍ତ ରମଣୀ ରଞ୍ଜନ ପଟ୍ଟନାୟକଙ୍କ ଗତ ୧୩ ତାରିଖ ରିପୋର୍ଟ ଅନୁସାରେ ବ୍ରାହ୍ମଣୀ ଏବଂ ସେରୁଅ ନଦୀ ଜଳର ପ୍ରଦୂଷଣ ଅପରିବର୍ତ୍ତିତ ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ୨୦୧୭ରେ ରାଜ୍ୟର ୧୬ ନଦୀ ଓ ୩ ନାଳର ଜଳକୁ ପ୍ରଦୂଷିତ ଘୋଷଣା କରିଥିଲା। ଏସ୍‌ପିସିବି ଏହି ନଦୀ ଓ ନାଳଗୁଡ଼ିକର ପ୍ରଦୂଷଣ ସ୍ତରକୁ ‘ପ୍ରାଥମିକତା-୧ରୁ ୫’ ହିସାବରେ (ଅର୍ଥାତ୍‌ ପ୍ରାଥମିକତା-୧: ସର୍ବାଧିକ ପ୍ରଦୂଷିତ, ପ୍ରାଥମିକତା-୫: ସର୍ବନିମ୍ନ ପ୍ରଦୂଷିତ) ଚିହ୍ନଟ କରିଛିି। ୨୦୨୩ ଫେବୃୟାରୀର ତଥ୍ୟ ମୁତାବକ ୪ଟି ନଦୀ ଅର୍ଥାତ୍‌ ଦୟା, ବ୍ରାହ୍ମଣୀ, କାଠଯୋଡ଼ି, ସେରୁଅ ଏବଂ ୨ଟି ନାଳ ଗଙ୍ଗୁଆ ଓ ଗୁରାଡ଼ିହକୁ ପ୍ରାଥମିକତା ହିସାବରେ ୧ରୁ ୫ ମଧ୍ୟରେ ଚିହ୍ନଟ କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱର ଗଙ୍ଗୁଆ ନାଳ ଓ ରାଉରକେଲା ଗୁରାଡିହ ନାଳର ପ୍ରଦୂଷଣ ସ୍ତର ଯଥାକ୍ରମେ ପ୍ରାଥମିକତା- ୩ ଓ ୪ ରହିଛି। ସେହିପରି ଦୟା ନଦୀର ଭୁବନେଶ୍ୱରଠାରୁ ବଡ଼ଗଡ଼, ବ୍ରାହ୍ମଣୀ ନଦୀର ରାଉରକେଲାଠାରୁ ବିରିତୋଳ, କାଠଯୋଡ଼ି ନଦୀର କଟକଠାରୁ ଉରାଳି, ସେରୁଅ ନଦୀର ଖଣ୍ଡେଇତାଠାରୁ ଶଙ୍ଖତ୍ରାସ ପର୍ଯ୍ୟନ୍ତ ଜଳ ପ୍ରଦୂଷିତ ହୋଇଛି। ଏହି ୪ ସ୍ଥାନର ନଦୀ ଜଳ ପ୍ରଦୂଷଣ ସ୍ତର ‘ପ୍ରାଥମିକତା-୫’ ରହିଛି। ପୂର୍ବରୁ ଗଙ୍ଗୁଆର ପ୍ରଦୂଷଣ ସ୍ତର ‘ପ୍ରାଥମିକତା-୧’ ଥିବାବେଳେ ଏବେ ସୁଧାର ଆସି ‘ପ୍ରାଥମିକତା-୩’ ରହିଛି। ତଥାପି ୧୯ଟି ନଦୀ ଓ ନାଳ ମଧ୍ୟରୁ ଗଙ୍ଗୁଆ ବର୍ତ୍ତମାନ ସର୍ବାଧିକ ପ୍ରଦୂଷିତ ସ୍ତରରେ ରହିଛି।
ରାଜ୍ୟର ଅଧିକାଂଶ ନଦୀ ଗୁରୁତର ଭାବେ ପ୍ରଦୂଷିତ ହୋଇଥିବାରୁ ୨୦୧୮ ନଭେମ୍ବରରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ତଦନ୍ତ ଓ ପ୍ରତିକାର ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ୫ ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ କମିଟିରେ ପରିବେଶ ବିଭାଗ ନିର୍ଦ୍ଦେଶକ, ସହର ଉନ୍ନୟନ ବିଭାଗ ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ, ଏସ୍‌ପିସିବିର ସଦସ୍ୟ ସଚିବ ସାମିଲ ଥିଲେ। ଏହି କମିଟିକୁ ରିଭର ରେଜୁଭେନଶନ କମିଟି(ଆର୍‌ଆର୍‌ସି) ବୋଲି ନାମକରଣ କରାଯାଇଥିଲା। ରାଜ୍ୟର ଅଧିକାଂଶ ନଦୀ ଶିଳ୍ପାନୁଷ୍ଠାନ ଓ ସହରାଞ୍ଚଳରୁ ନିର୍ଗତ ବିଷାକ୍ତ ବର୍ଜ୍ୟବସ୍ତୁ ଦ୍ୱାରା ପ୍ରଦୂଷିତ ହେଉଛି। ସେଥିମଧ୍ୟରୁ ଶିଳ୍ପ ପ୍ରବଣ ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଜଳ ଗୁରୁତର ଭାବେ ବିଷାକ୍ତ ହେଉଛି। ସୁନ୍ଦରଗଡ଼, ଅନୁଗୋଳ, ଯାଜପୁର ଆଦି ଜିଲାରେ ଗଢ଼ି ଉଠିଥିବା ଶିଳ୍ପ କାରଖାନାର ବର୍ଜ୍ୟଜଳ ବ୍ରାହ୍ମଣୀରେ ଛଡ଼ାଯାଉଛି। ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳର ବର୍ଜ୍ୟଜଳ ଡମଶାଳା ନାଳ ଦେଇ ବ୍ରାହ୍ମଣୀରେ ମିଶୁଛି। ତେଣୁ ବ୍ରାହ୍ମଣୀ ୨୦୧୭ରୁ ପ୍ରଦୂଷିତ ନଦୀ ଭାବେ ଆଖ୍ୟା ପାଇ ଆସୁଛି। ୨୦୧୭ରେ ଏହି ନଦୀର ଜଳରେ ବାୟୋ ଅକ୍ସିଜେନ ଡିମାଣ୍ଡ(ବିଓଡି) ୬.୦ ମିଲିଗ୍ରାମ/ଲିଟର ରହିଥିଲାବେଳେ ୨୦୧୮ରେ ୭.୬, ୨୦୧୯ରେ ୫.୩, ୨୦୨୦ରେ ୬.୩, ୨୦୨୧ରେ ୫.୬, ୨୦୨୨ରେ ୫.୭ ଓ ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ ୫.୭ ମିଲିଗ୍ରାମ/ଲିଟର ବିଓଡି ରହିଛି। ବର୍ତ୍ତମାନ ଏସ୍‌ପିସିବି ଅନୁସାରେ ବ୍ରାହ୍ମଣୀ ନଦୀଜଳର ପ୍ରାଥମିକତା-୫ ରହିଛି। ସେହିପରି ଭୁବନେଶ୍ୱର ଗଙ୍ଗୁଆ ନଦୀ ଜଳରେ ୨୦୧୭ରେ ୩୯.୦ ମିଲିଗ୍ରାମ/ଲିଟର ବିଓଡି ରହିଥିଲାବେଳେ ୨୦୨୩ ଫେବୃୟାରୀ ସୁଦ୍ଧା ୧୮.୦ ମିଲିଗ୍ରାମ/ଲିଟର ବିଓଡି ରହିଛି। ଦୟା ନଦୀର ଭୁବନେଶ୍ୱରଠାରୁ ବରଗଡ଼ ମଧ୍ୟରେ ବିଓଡି ୨୦୧୭ରେ ୭.୩ ମିଲିଗ୍ରାମ/ଲିଟର ରହିଥିଲାବେଳେ ୨୦୨୩ ଫେବୃୟାରୀରେ ୪.୮ ମିଲିଗ୍ରାମ/ଲିଟର ରହିଛି। ଗୁରାଡିହ ନାଳର ରାଉରକେଲାରେ ବିଓଡି ୨୦୧୭ରେ ୧୧.୩ ଏବଂ ୨୦୨୩ ଫେବୃୟାରୀରେ ୮.୦ ମିଲିଗ୍ରାମ/ଲିଟର ରହିଛି। କାଠଯୋଡ଼ିର କଟକଠାରୁ ଉରାଳି ପର୍ଯ୍ୟନ୍ତ ୨୦୧୭ରେ ୧୧.୨ ଏବଂ ୨୦୨୩ ଫେବୃୟାରୀ ସୁଦ୍ଧା ୩.୮ ମିଲିଗ୍ରାମ/ଲିଟର ବିଓଡି ରହିଛି। ସେରୁଅ ନଦୀର ଖଣ୍ଡେଇତାଠାରୁ ଶଙ୍ଖହ୍ରାସ ପର୍ଯ୍ୟନ୍ତ ୨୦୧୭ରେ ୪.୮ ଏଂ ୨୦୨୩ ଫେବୃୟାରୀ ସୁଦ୍ଧା ୩.୬ ମିଲିଗ୍ରାମ/ଲିଟର ବିଓଡି ରହିଛି। ଏହିସବୁ ନଦୀଗୁଡିକୁ ପ୍ରଦୂଷଣ ମୁକ୍ତ କରିବାକୁ ଏସ୍‌ପିସିବି ପ୍ରାଥମିକତା ଦେଇଛି ବୋଲି କୁହାଯାଇଛି। ଅନ୍ୟପକ୍ଷରେ ୧୨ଟି ନଦୀ ଯଥା ମଙ୍ଗଳା, ନାଗାବଳି, ରତ୍ନଚିରା, ନନ୍ଦିରାଜୋର, କୁଆଖାଇ, ମହାନଦୀ, ଋଷିକୁଲ୍ୟା, ଭେଡେନ, କୁସୁମି, ନୂରା, ସାବୁଲିଆ ଓ ବୁଢାବଳଙ୍ଗ ଏବଂ ବାଙ୍ଗୁରୁ ନାଳା ପ୍ରଦୂଷଣମୁକ୍ତ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ବ୍ରାହ୍ମଣୀ ନଦୀଜଳ ପ୍ରଦୂଷଣମୁକ୍ତ ନ ହେବା ପ୍ରଶାସନିକ କଳର ଉଦାସୀନତା ପ୍ରମୁଖ କାରଣ ବୋଲି କୁହାଯାଇପାରେ। ହାଇକୋର୍ଟଙ୍କ ନିର୍ଦ୍ଦେଶର ୭ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ବ୍ରାହ୍ମଣୀ ନଦୀତଟବର୍ତ୍ତୀ ଅଞ୍ଚଳରେ ପ୍ରଦୂଷିତ ଜଳର ଉପଚାର କରିବାକୁ ସିଇଟିପି(କମନ୍‌ ଏଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ସ୍ଥାପନ ହୋଇ ପାରିନାହିଁ। ଫଳରେ ପ୍ରଦୂଷଣରେ ବ୍ରାହ୍ମଣୀ ନଦୀଜଳ ବିଷାକ୍ତ ହେଉଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri