୬୧ ବର୍ଷରେ ବ୍ରାହ୍ମଣସାହି ପୂଜା

ରାୟଗଡ଼ା ଅଫିସ,୩୦ା୯: ରାୟଗଡ଼ା ସହରରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଧୂମଧାମରେ ପାଳନ ହେବ। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆଗେଇ ଚାଲିଛି। କରୋନା ଯୋଗୁ ୨ ବର୍ଷ ପରେ ପୂଜା ଅନୁଷ୍ଠିତ ହେଉଥିବାରୁ ସହର ଏବେ ଚଳଚଞ୍ଚଳ। ମାଁଙ୍କୁ ସ୍ବାଗତ କରିବାକୁ ସହରବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଚଳିତ ଥର ରାୟଗଡ଼ା ସହରରେ ବ୍ରାହ୍ମଣ ସାହି, ଷ୍ଟେଟବ୍ୟାଙ୍କ ଛକ, ପୁରୁଣା ଥାନା ନିକଟରେ ଏବଂ ଜ୍ୟୋତି ମହଲ ଛକରେ ମାଁଙ୍କ ପୂଜା ଅନୁଷ୍ଠିତ ହେବ। ତେବେ ବ୍ରାହ୍ମଣ ସାହି ଏବଂ ଜ୍ୟୋତି ମହଲ ଛକ ମେଢ଼ ଅଧିକ ପ୍ରସିଦ୍ଧ।
ବ୍ରାହ୍ମଣ ସାହି କମିଟି ପକ୍ଷରୁ ଆୟୋଜିତ ପୂଜା ସର୍ବପୂରାତନ ବୋଲି କୁହାଯାଉଛି। ବ୍ରାହ୍ମଣ ସାହି ପୂଜା ୬୧ ବର୍ଷରେ ପଦାର୍ପଣ କରିଛି। ମହାଷଷ୍ଠୀଠାରୁ ଏଠାରେ ଦେବୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ଜିଲା ବାହାରୁ କାରିଗର ଆସି ଏଠାରେ ମୂର୍ତ୍ତି ତିଆରି କରିଛନ୍ତି। ୭ ଦିନ ଧରି ମାଁ ପୂଜା ପାଇବେ। ତେବେ ଏଠାରେ ନିରାଡମ୍ବର ପୂଜା ହେବ। ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳା ଆକର୍ଷଣୀୟ ହୋଇଛି। ତେବେ ଏଥର ସାଂସ୍କୃତିକ ହେବ ନାହିଁ ବୋଲି କମିଟି ପକ୍ଷରୁ କୁହାଯାଇଛି। ସର୍ବ ପୂରାତନ ପୂଜା ହୋଇଥିବାରୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି କୁହାଯାଇଛି।
ସେହିପରି ଜ୍ୟୋତି ମହଲ ଛକ ଠାରେ ନିୟୁ ଟାଉନ ପୂଜା କମିଟି ପକ୍ଷରୁ ହୋଇଥିବା ମେଢ଼ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଚଳିତ ଥର ଏଠାରେ ପୂଜା ୨୨ ବର୍ଷରେ ପଦାର୍ପଣ କରିଛି। ପ୍ରତ୍ୟେକ ବର୍ଷ ମେଢ଼ ଦେଖିବାକୁ ଏଠାରେ ଭିଡ଼ ଜମିଥାଏ। ଚଳିତ ବର୍ଷ କମିଟି ପକ୍ଷରୁ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଭଜନ ସମାରୋହ, ବୁଗି ବୁଗି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ କରାଯାଇଥିବାରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା ରହିଥିବା ନିୟୁ ଟାଉନ ପୂଜା କମିଟିର ସଭାପତି ବ୍ରଜ ସୁନ୍ଦର ନାୟକ, ଦୁଷ୍ମନ୍ତ ମହାନ୍ତି, ବିନାୟକ କର ପ୍ରମୁଖ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri