୬୧ ବର୍ଷରେ ବ୍ରାହ୍ମଣସାହି ପୂଜା

ରାୟଗଡ଼ା ଅଫିସ,୩୦ା୯: ରାୟଗଡ଼ା ସହରରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଧୂମଧାମରେ ପାଳନ ହେବ। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆଗେଇ ଚାଲିଛି। କରୋନା ଯୋଗୁ ୨ ବର୍ଷ ପରେ ପୂଜା ଅନୁଷ୍ଠିତ ହେଉଥିବାରୁ ସହର ଏବେ ଚଳଚଞ୍ଚଳ। ମାଁଙ୍କୁ ସ୍ବାଗତ କରିବାକୁ ସହରବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଚଳିତ ଥର ରାୟଗଡ଼ା ସହରରେ ବ୍ରାହ୍ମଣ ସାହି, ଷ୍ଟେଟବ୍ୟାଙ୍କ ଛକ, ପୁରୁଣା ଥାନା ନିକଟରେ ଏବଂ ଜ୍ୟୋତି ମହଲ ଛକରେ ମାଁଙ୍କ ପୂଜା ଅନୁଷ୍ଠିତ ହେବ। ତେବେ ବ୍ରାହ୍ମଣ ସାହି ଏବଂ ଜ୍ୟୋତି ମହଲ ଛକ ମେଢ଼ ଅଧିକ ପ୍ରସିଦ୍ଧ।
ବ୍ରାହ୍ମଣ ସାହି କମିଟି ପକ୍ଷରୁ ଆୟୋଜିତ ପୂଜା ସର୍ବପୂରାତନ ବୋଲି କୁହାଯାଉଛି। ବ୍ରାହ୍ମଣ ସାହି ପୂଜା ୬୧ ବର୍ଷରେ ପଦାର୍ପଣ କରିଛି। ମହାଷଷ୍ଠୀଠାରୁ ଏଠାରେ ଦେବୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ଜିଲା ବାହାରୁ କାରିଗର ଆସି ଏଠାରେ ମୂର୍ତ୍ତି ତିଆରି କରିଛନ୍ତି। ୭ ଦିନ ଧରି ମାଁ ପୂଜା ପାଇବେ। ତେବେ ଏଠାରେ ନିରାଡମ୍ବର ପୂଜା ହେବ। ସୁସଜ୍ଜିତ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳା ଆକର୍ଷଣୀୟ ହୋଇଛି। ତେବେ ଏଥର ସାଂସ୍କୃତିକ ହେବ ନାହିଁ ବୋଲି କମିଟି ପକ୍ଷରୁ କୁହାଯାଇଛି। ସର୍ବ ପୂରାତନ ପୂଜା ହୋଇଥିବାରୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି କୁହାଯାଇଛି।
ସେହିପରି ଜ୍ୟୋତି ମହଲ ଛକ ଠାରେ ନିୟୁ ଟାଉନ ପୂଜା କମିଟି ପକ୍ଷରୁ ହୋଇଥିବା ମେଢ଼ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଚଳିତ ଥର ଏଠାରେ ପୂଜା ୨୨ ବର୍ଷରେ ପଦାର୍ପଣ କରିଛି। ପ୍ରତ୍ୟେକ ବର୍ଷ ମେଢ଼ ଦେଖିବାକୁ ଏଠାରେ ଭିଡ଼ ଜମିଥାଏ। ଚଳିତ ବର୍ଷ କମିଟି ପକ୍ଷରୁ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଭଜନ ସମାରୋହ, ବୁଗି ବୁଗି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ କରାଯାଇଥିବାରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା ରହିଥିବା ନିୟୁ ଟାଉନ ପୂଜା କମିଟିର ସଭାପତି ବ୍ରଜ ସୁନ୍ଦର ନାୟକ, ଦୁଷ୍ମନ୍ତ ମହାନ୍ତି, ବିନାୟକ କର ପ୍ରମୁଖ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଦୁର୍ଘଟଣା ମାମଲାରେ ନୂଆ ଟୁଇଷ୍ଟ: ଦୁର୍ଘଟଣା ଖବରକୁ ଖଣ୍ଡନ କଲେ ରାଜ୍ୟ ସରକାର, କହିଲେ…

ରାୟପୁର,୨୦।୪: ଛତିଶଗଡ଼ର ଜଶପୁର ଜିଲାର ନାରାୟଣପୁର ପାହାଡ଼ ନିକଟରେ ବିମାନ ଦୁର୍ଘଟଣାର ଖବରକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭ୍ରାମକ ବୋଲି କହି ଏହାକୁ ଅସ୍ବୀକାର କରିଛନ୍ତି। କଲେକ୍ଟର…

ସ୍ବର୍ଗତ ଚାଷୀଙ୍କ ସ୍ତ୍ରୀଙ୍କୁ ସହାୟତାର ହାତ ବଢାଇଲେ ବରିଷ୍ଠ ଆଇନଜୀବୀ, ଦେଲେ ଏତିକି ଲକ୍ଷ ଟଙ୍କା

ଦେବଗଡ,୨୦।୪(ଶଶାଙ୍କ ଶେଖର ଝାଙ୍କର): କୃଷକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁରେ ୨ ଲକ୍ଷ ଟଙ୍କା ପ୍ରଦାନ କଲେ ବରିଷ୍ଠ ଆଇନଜୀବୀ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲାର ସମାଜ…

କୋର୍ଟ ପରିସରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଖଣ୍ଡାଧରି ଆତଙ୍କିତ…

ଵ୍ରହ୍ମପୁର,୨୦।୪(ସୁବାସ ଚନ୍ଦ୍ର ପାଢ଼ୀ): କୋର୍ଟ ପରିସରରେ ହାତରେ ଖଣ୍ଡା ଧରି ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଲୋକଙ୍କୁ ଗାଳିଗୁଲଜ ସହ ଭୟଭୀତ କରିବା ଅଭିଯୋଗରେ ପୋଲିସ…

ଯୁଦ୍ଧକୁ ଡେଇଁଲା ଚାଇନା, ଇରାନୀ ଜାହାଜ ଜବତ ଉପରେ ଖୋଲାଖୋଲି ଭାବେ କଲା ମୁକାବିଲା

ଓ୍ବାଶିଂଟନ୍‌,୨୦।୪: ଇରାନ-ଆମେରିକା ବିବାଦର ସମାଧାନ ପାଇଁ ଇସଲାମାବାଦରେ ଆଲୋଚନା ଚାଲିଥିବାବେଳେ, ଇରାନ ନିଶ୍ଚିତ କରିଛି ଯେ ଆମେରିକା ଏହାର ଏକ ବାଣିଜ୍ୟ ଜାହାଜ, ଟୋସ୍କାକୁ ଜବତ କରିଛି।…

ଆସୁଥିଲେ ଅଜା-ନାତି, ଧକ୍କା ଦେଲା ଅଟୋ: ଆଉ ତା’ପରେ ଘଟିଲା…

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମ ପୂର୍ବରୁ ଏକ ଅଟୋ ଓ ବାଇକ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ…

ଭାରସାମ୍ୟ ହରାଇ ପିଟି ହେଲା ବାଇକ୍, ଗଛରେ ଲାଗିଗଲା ମୁଣ୍ଡର ଖପୁରି

ମୋହନା,୨୦।୪(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ଗଛକୁ ପିଟି ହେଲା ବାଇକ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଡେକାପଙ୍କା…

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣରେ ବିରୁଷ୍କା: ୫ ମାସ ମଧ୍ୟରେ ତୃତୀୟଥର ପାଇଁ…

ନୂଆଦିଲ୍ଲୀ,୨୦।୪: IPL 2026ରେ ଚମତ୍କାର ପ୍ରଦର୍ଶନ କରୁଥିବା RCBର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲି IPL ମଝିରୁ ସମୟ ବାହାର କରି କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହିତ…

ଗଞ୍ଜାମ ଜିଲା ପାଇଁ କ୍ରିକେଟ ଖେଳିବେ ଆୟୁଷା, ଘୋଷଣା କଲା ଓସିଏ

ଗୁଡାରି,୨୦।୪(ପ୍ରମୋଦ କୁମାର ପତି ): ଗୁଡାରି ସହରର ପାଇକ ସାହିର ୧୪ ବର୍ଷୀୟା ଝିଅ ଆୟୁଷା ଗଞ୍ଜାମ ଜିଲା ପାଇଁ ଓସିଏ ଆନ୍ତଃଜିଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri