ଶେଷରେ ଧରାପଡ଼ିଲେ ପ୍ରେମିକ-ନବବଧୂ: ଏହି ସ୍ଥାନରେ ଥିଲେ, ପୋଲିସ ଉଭୟଙ୍କୁ…

ସମ୍ବଲପୁର, ୨୪।୨(ପ୍ରମୋଦ ବହିଦାର): ପୋଲିସ ହାତରେ ଧରାପଡିଲେ ବନ୍ଧୁକ ମୁନରେ ନବବଧୂ ଅପହରଣକାରୀ। ନବବଧୂ କଣ୍ଟାମାଳ ଥାନା ଅନ୍ତର୍ଗତ କଣ୍ଟାମାଳ ବ୍ଲକଛକର ରଶ୍ମି ପୁଟେଲ(୧୯)ଙ୍କ ସହ କଣ୍ଟାମାଳ ବଡ଼ଚାପଲି ଗ୍ରାମର ସଞ୍ଜୟ ସାହୁ(୨୬)ଙ୍କୁ ପୋଲିସ ଗିରଫ କରିଛି। ଉଭୟେ ସମ୍ବଲପୁର ଅଇଁଠାପାଲି ଥାନା ଅର୍ନ୍ତଗତ ବୁଢାରାଜା ପ୍ରଫେସର କଲୋନୀରେ ସଞ୍ଜୟଙ୍କ ସମ୍ପର୍କିୟ ଭାଈଙ୍କ ଘରେ ଏକାଠି ରହୁଥିବା ଖବର ପାଇ ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲା ତରଭା ଥାନା ପୋଲିସ ଏଠାରେ ପହଞ୍ଚି ଅଇଁଠାପାଲି ଥାନା ପୋଲିସ ସହାୟତାରେ ସଞ୍ଜୟଙ୍କୁ ଗିରଫ କରିଛି। ଗିରଫ ପରେ ତରଭା ଥାନା ପୋଲିସ ଉଭୟ ରଶ୍ମି ଓ ସଞ୍ଜୟଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ତେବେ ଉଭୟ ନବବଧୂ ରଶ୍ମି ଓ ଅପହରଣକାରୀ ସଞ୍ଜୟ ପ୍ରେମିକା ଓ ପ୍ରେମିକ ବୋଲି କୁହାଯାଇଛି। ସେହିପରି ନବବଧୂଙ୍କ ସହମତିରେ ଅପହରଣକୁ ରୂପ ଦିଆ ଯାଇଥିବା ଚର୍ଚ୍ଚା ହେଉଛି।
ବଲାଙ୍ଗୀର ସହର କାମାକ୍ଷାନଗର ନିବାସୀ ହରିବନ୍ଧୁ ପୁଟେଲ(ରିଙ୍କୁ)ଙ୍କ ବିବାହ ଶନିବାର ରାତିରେ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ହୋଇଥିଲା। ବୈଦିକ ରୀତିନୀତି ଅନୁଯାୟୀ, ବିବାହ ପରେ ଏକ ସୁସଜ୍ଜିତ କାରରେ ନବବଧୂଙ୍କୁ ଧରି ଘରକୁ ଫେରୁଥିଲେ ବରପକ୍ଷର ଲୋକେ। ହେଲେ ତରଭା ସହର ନିକଟସ୍ଥ ବଡବନ୍ଧ ନିକଟରେ ରବିବାର ଭୋର ୫ଟା ୧୫ରେ ବନ୍ଧୁକ ଓ ମାରଣାସ୍ତ୍ରର ଭୟ ଦେଖାଇ ସଞ୍ଜିବ୍‌ ସହଯୋଗୀଙ୍କ ସହାୟତାରେ କାରରୁ ନବବଧୂଙ୍କୁ ଅପହରଣ କରିଥିଲେ। ବୁଲାଣି ରାସ୍ତାରେ ବରକନ୍ୟାଙ୍କ କାରକୁ ଅଭିଯୁକ୍ତମାନେ ଆସିଥିବା କାତ ଓଭରଟେକ୍‌ କରିଥିଲା। ଅଭିଯୁକ୍ତମାନେ ବରକନ୍ୟା କାର ଅଟକାଇ ଥିଲେ। ଏହା ପରେ ସେମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରିବା ସହ କାରରେ ଥିବା ନବବଧୂଙ୍କୁ ଟାଣି ନେଇ ଯାଇଥିଲେ। ମାରଣାସ୍ତ୍ର ଧରିଥିବାରୁ ବରପକ୍ଷର କେହି ବି ପ୍ରତିରୋଧ କରିବାକୁ ସାହସ କରି ନ ଥିଲେ। ତେବେ ଉକ୍ତ କାରରେ ବସିଥିବା କନ୍ୟାଙ୍କ ଜେଜେମା ଅପହରଣକାରୀ ସଞ୍ଜିବ ଓରଫ୍‌ ବୁଠିକୁ ଚିହ୍ନ ପାରିଥିଲେ। ସେ ଏ ସମ୍ପର୍କରେ ତରଭା ପୋଲିସକୁ ସୂଚନା ଦେଇଛନ୍ତି। ସଞ୍ଜିବ୍‌ ପୂର୍ବରୁ ବିବାହ କରିଛନ୍ତି। ତାଙ୍କର ୨ଟି ପିଲା ଅଛନ୍ତି। କିନ୍ତୁ ତାଙ୍କର ନବବଧୂଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ନବବଧୂଙ୍କ ବାପା ଏକ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି। ତେଣୁ ନବବଧୂଙ୍କ କକା ଏହି ବିବାହ କରିଥିଲେ। ଏହି ବିବାହକୁ ସଞ୍ଜିବ୍‌ ବିରୋଧ କରୁଥିଲେ। ଶେଷରେ ସଞ୍ଜିବ୍‌ ସହଯୋଗୀଙ୍କୁ ଧରି ଯୋଜନାବଦ୍ଧ ଭାବେ ଏଭଳିକାଣ୍ଡ ଘଟାଇଥିବା ଜଣାପଡିଛି। ଏନେଇ ବର ହରିବନ୍ଧୁ ପୁଟେଲ ମଧ୍ୟ ତରଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ମାମଲା ପରେ ସଞ୍ଜିବ୍‌ଙ୍କୁ ପୋଲିସ ଖୋଜି ପାଉନି। ଏପଟେ ହରିବନ୍ଧୁଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ବରପକ୍ଷରୁ କନ୍ୟାଙ୍କୁ ବିବାହ ପୂର୍ବରୁ ସୁନା ହାର, ସୁନା ମଙ୍ଗଳ ସୂତ୍ର, ସୁନା କାନଫୁଲ ଓ ମୁଦି ଆଦି ଦେଇଥିଲେ। ପରିବାର ଲୋକେ ବହୁ କଷ୍ଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୁଅର ବିବାହ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri