ବକ୍ସ କଣ୍ଡୁଇଟ୍‌ ଅଧୁରା, କୂଳ ଲଙ୍ଘୁଛି କେନାଲ: ସତ ହେଲା ଆଶଙ୍କା

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟ ପାଇଁ କରାଯାଇଥିବା କାର୍ଯ୍ୟ)ନିର୍ମାଣରେ ହୋଇଥିବା ଅନିୟମିତତା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର ରାତିରୁ ହୋଇଥିବା ପ୍ରବଳ ବର୍ଷା ଯୋଗୁ ଜଳସ୍ରୋତରେ ଏହି କେନାଲ କୂଳ ଲଙ୍ଘିବା ପରେ ଏହାକୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପଟେ କେନାଲ ପାଣି ଯୋଗାଣକୁ ହ୍ରାସ କରି ଦେଇ ବୁଧବାର ପୁଣି ସେହି ସ୍ଥାନରେ ବାଲିବସ୍ତାର ପ୍ୟାଚ୍‌ଅପ୍‌ ମରାଯାଉଥିବା ପରିଲକ୍ଷିତ ହୋଇଛି। ପୂର୍ବରୁ ବାଲିବସ୍ତା ପ୍ୟାଚ୍‌ଅପ୍‌ ମରାଯିବା ପରେ କେନାଲ କୂଳ ଲଙ୍ଘିବା ନେଇ ଆଶଙ୍କା ଉପୁଜି ଥିଲା ଏବଂ ସେହି ଆଶଙ୍କା ଆଜି ସତ ହୋଇଛି। ତେବେ ବାରମ୍ବାର ବର୍ଷା ଯୋଗୁ ଏଭଳି ହେଲେ ଆଗକୁ କେନାଲର ଅବସ୍ଥା କିଭଳି ହେବ, ତାକୁ ନେଇ ଏବେଠାରୁ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ବରଗଡ଼-ଭେଡ଼େନ କେନାଲର ଆରଡ଼ି ୩୫୬୧ଏମ୍‌ଠାରୁ ୫୪୭୩ଏମ୍‌ ପର୍ଯ୍ୟନ୍ତ ବକ୍ସ କଣ୍ଡୁଇଟ୍‌ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ବରଗଡ଼ ସହର ନିକଟସ୍ଥ ଉକ୍ତ କେନାଲର ଆରଡ଼ି ୪୧୪୫ଏମ୍‌ରୁ ଆର୍‌ଡି ୫୧୪୦ଏମ୍‌ ପର୍ଯ୍ୟନ୍ତ ଏହା ନିର୍ମାଣ ପାଇଁ ପ୍ରାୟ ୫୦କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଗତ ମେ ମାସ ୧୭ ତାରିଖ ସନ୍ଧ୍ୟାରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ବିଭାଗୀୟ ଯନ୍ତ୍ରୀ, ଅଧିକାରୀ ଏବଂ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା। କେନାଲରୁ ମେଶିନ ଲଗାଇ କେନାଲର ଭିତରୁ ଏବଂ କେନାଲର ଉଭୟ କୂଳରୁ କଂକ୍ରିଟ ଏବଂ ମାଟି କଢ଼ାଯାଇଥିଲା। ଏହା ଦେଖି କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ବକ୍ସ କଣ୍ଡୁଇଟ୍‌ ନିର୍ମାଣ ହେଉଥିବା ଜାଣି ସ୍ଥାନୀୟ ଲୋକେ ମଧ୍ୟ ଖୁସି ହୋଇଥିଲେ। ହେଲେ ବିନା ଏଗ୍ରିମେଣ୍ଟରେ ଉକ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ପରବର୍ତ୍ତୀ ସମୟରେ ଧରାପଡ଼ିଥିଲା। ଏହା ଜଣାପଡ଼ିବା ପରେ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଏଠାରେ କାର୍ଯ୍ୟରତ ତତ୍କାଳୀନ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲେ। ସେହିପରି ନିଲମ୍ବିତ ସହକାରୀ ଯନ୍ତ୍ରୀ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଏତଲା ଦେବା ପରେ ସ୍ଥାନୀୟ ଟାଉନ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା।
ଅନ୍ୟପଟେ ବକ୍ସ କଣ୍ଡୁଇଟ୍‌ ନିର୍ମାଣ ପାଇଁ କେନାଲକୁ ଖୋଲାଯାଇ ସେଥିରୁ ମାଟି, କଂକ୍ରିଟ୍‌ ଉଠାଯାଇ ଥିବାବେଳେ ଏବେ ପୁଣି ସେହି ଖାଲିସ୍ଥାନରେ ମାଟି କିମ୍ବା କଂକ୍ରିଟ୍‌ ବଦଳରେ ବାଲିବସ୍ତା ପକାଇ ପ୍ୟାଚଅପ୍‌ ମରାଯାଇଥିଲା। ବର୍ଷା ମାଡ଼ି ଆସିଲେ କେନାଲର ଉଭୟ ପାର୍ଶ୍ୱରେ ରହିଥିବା ରାସ୍ତାର ସ୍ଥାୟିତ୍ୱ ନେଇ ସେତେବେଳଠୁ ସାଧାରଣରେ ଆଶଙ୍କା ଦେଖାଦେଇଥିଲା। ତେବେ ବର୍ତ୍ତମାନ ବର୍ଷାରେ କେନାଲ କୂଳ ଯେଭଳି ଲଙ୍ଘି ଚାଲିଛି, ତାହା ବଢ଼ି ଚାଲିଲେ ଆଗକୁ ଅଞ୍ଚଳର ଚାଷୀ ତଥା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ପ୍ରତି ଆହୁରି ବିପଦ ସାଜିବ ବୋଲି ଆଶଙ୍କା ବଢ଼ି ଚାଲିଛି। ସେହିପରି ଅନ୍ୟପଟେ ସରକାରୀ ଅଧିକାରୀଙ୍କ ତ୍ରୁଟି ପାଇଁ ଅଯଥାରେ ଲକ୍ଷାଧିକ ଟଙ୍କା ଏଭଳିଭାବେ ବରବାଦ୍‌ ହୋଇ ସରକାରଙ୍କ ରାଜକୋଷ ଖାଲି ହୋଇ ବସିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?