Posted inଜାତୀୟ

ଉପଗ୍ରହରୁ ସୀମା ନିର୍ଦ୍ଧାରଣ

ନୂଆଦିଲ୍ଲୀ,୨ା୮:ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଲାଗିରହିଥିବା ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଉପଗ୍ରହର ସହାୟତା ନେବାକୁ ଯାଉଛନ୍ତି। ସାଟେଲାଇଟ୍‌ ଇମେଜିଂ ଜରିଆରେ ଏହି ସବୁ ରାଜ୍ୟର ସୀମା ନିର୍ଦ୍ଧାରଣ କରାଯିବ। ଜୁଲାଇ ୨୬ରେ ଆସାମ ଓ ମିଜୋରାମ ମଧ୍ୟରେ ସୀମା ସଂଘର୍ଷରେ ଆସାମର ୬ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିବା ପରେ ଏହି ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ଲାଗି ଏପରି ନିଷ୍ପତ୍ତି ନିଆଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ।
ମହାକାଶ ବିଭାଗ(ଡିଓଏସ୍‌) ଏବଂ ଉତ୍ତର ପୂର୍ବ ପରିଷଦ (ଏନ୍‌ଇସି)ର ମିଳିତ ଆନୁକୂଲ୍ୟରେ ନର୍ଥ ଇଷ୍ଟର୍ନ ସ୍ପେସ୍‌ ଆପ୍ଲିକେଶନ ସେଣ୍ଟର(ଏନ୍‌ଇଏସ୍‌ଏସି)କୁ ସୀମା ନିର୍ଦ୍ଧାରଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି। କିଛି ମାସ ପୂର୍ବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାଟେଲାଇଟ୍‌ ଇମେଜିଂ ଜରିଆରେ ସୀମା ନିର୍ଦ୍ଧାରଣ ପାଇଁ ଯୋଜନା କରିଥିଲେ। ଆନ୍ତଃରାଜ୍ୟ ସୀମା ଓ ଉତ୍ତର-ପୂର୍ବାଞ୍ଚଳର ଜଙ୍ଗଲ ମ୍ୟାପିଂ ପାଇଁ ଏନ୍‌ଇଏସ୍‌ଏସିକୁ ଏହି ଦାୟିତ୍ୱ ପ୍ରଦାନ ପାଇଁ ଶାହା ପ୍ରସ୍ତାବ ଦେଇଥିଲେ। ଏହାଦ୍ୱାରା ବୈଜ୍ଞାନିକ ପଦ୍ଧତିରେ ରାଜ୍ୟଗୁଡ଼ିକର ସୀମା ନିର୍ଦ୍ଧାରଣ ହୋଇପାରିବ ବୋଲି ଶାହା କହିଥିଲେ। ଏପରି କରାଗଲେ
ସୀମାକୁ ନେଇ ଆଉ କୌଣସି ଅସଙ୍ଗତି ରହିବ ନାହିଁ। ସାଟେଲାଇଟ୍‌ ମ୍ୟାପିଂ ଜରିଆରେ ନିର୍ଦ୍ଧାରିତ ସୀମାକୁ ସବୁ ରାଜ୍ୟ ମାନିବେ। ଫଳରେ ଉକ୍ତ ବିବାଦର ସ୍ଥାୟୀ ସମାଧାନ ହୋଇପାରିବ ଏବଂ ହିଂସାକୁ ରୋକାଯାଇପାରିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ଆସାମ ଓ ମିଜୋରାମ ମଧ୍ୟରେ ଲାଗିରହିଥିବା ସୀମା ବିବାଦ ୧୫୦ ବର୍ଷ ପୁରୁଣା। ମିଜୋରାମ ସରକାର ୧୮୫୭ରେ ନିର୍ଦ୍ଧାରିତ ୫୦୯ ବର୍ଗ କି.ମି. ବିସ୍ତୃତ ଆଭ୍ୟନ୍ତରୀଣ ରେଖାକୁ ପ୍ରକୃତ ସୀମା ବୋଲି ମାନୁଥିବାବେଳେ ଆସାମ ୧୯୯୩ରେ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ନିର୍ଦ୍ଧାରିତ ସୀମାକୁ ଗ୍ରହଣ କରିଥାଏ। ୨୦୧୮ରେ ଆନ୍ତଃରାଜ୍ୟ ସୀମାକୁ ନେଇ ଦୁଇ ପଡ଼ୋଶୀ ମୁହଁାମୁହିଁ ହୋଇଥିଲେ। ଗତବର୍ଷ ଅଗଷ୍ଟରେ ଏହି ବିବାଦ ଉଗ୍ରରୂପ ଧାରଣ କରିଥିଲା। ସେହିପରି ୨୦୨୧ ଫେବୃୟାରୀରେ ମଧ୍ୟ ଏହାକୁ ନେଇ ଆସାମ ଓ ମିଜୋରାମ ମଧ୍ୟରେ ସଂଘର୍ଷ ଘଟିଥିଲା। ତେବେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଫଳରେ ଏହାର ସାମୟିକ ସମାଧାନ ହୋଇଥିଲା। ସଦ୍ୟ ସଂଘର୍ଷର ସୂତ୍ରପାତ ଗତ ଜୁନ୍‌ରେ ଆସାମ ଓ ମେଘାଳୟ ମଧ୍ୟରେ ସୀମା ବିବାଦ ଲାଗିରହିଥିବାବେଳେ ହୋଇଥିଲା। ଜୁନ୍‌ ୫ରେ ମିଜୋରାମ-ଆସାମ ସୀମାନ୍ତ ୨ଟି ପରିତ୍ୟକ୍ତ ଘରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇଦେଇଥିଲେ। ଏହାକୁ ନେଇ ମାସେ ଧରି ଆନ୍ତଃ ରାଜ୍ୟ ସୀମା ଉତ୍ତେଜନା ବୃଦ୍ଧି ପାଇଥିଲା। ଜୁନ୍‌ ୩୦ରେ ମିଜୋରାମ ଅଭିଯୋଗ ଆଣିଥିଲା ଯେ, ଏହାର ସୀମାରେ ଥିବା କୋଲାସିବ ଅଞ୍ଚଳକୁ ଆସାମ ମାଡ଼ିବସିଛି। ତେବେ ଆସାମ ଏହାର ଜଙ୍ଗଲ ଜମିରେ ମିଜୋରାମ ପକ୍ଷରୁ ଗୁଆ ଓ କଦଳୀ ଗଛ ଲଗାଯାଇଥିବା ନେଇ ପାଲଟା ଅଭିଯୋଗ ଆଣିଥିଲା। ଆସାମର ହାଇଲାକଣ୍ଡି ସୀମାନ୍ତ ଜିଲାର ୧୦ କି.ମି. ଭିତରକୁ ମିଜୋରାମ ମାଡ଼ିଆସିଥିବା ଗୁଆହାଟୀ ପକ୍ଷରୁ କୁହାଯାଇଥିଲା। ଜୁଲାଇ ୧୦ରେ ମିଜୋରାମର କୋଲାସିବ ଅନ୍ତର୍ଗତ ବୁରାଚେପ୍‌ରେ ଆସାମ ଅଧିକାରୀମାନେ ଜବରଦଖଲ ଉଚ୍ଛେଦ ଅଭିଯାନ ଚଳାଇଥିଲେ। ଆସାମ ଏହାକୁ ନିଜ ଅଞ୍ଚଳ ବୋଲି ଦାବି କରିଥିଲା। ଫଳରେ ଆସାମର ସରକାରୀ ଟିମ୍‌ ଉପରେ ମିଜୋରାମ ପକ୍ଷରୁ ଗ୍ରେନେଡ୍‌ ମାଡ଼ ହୋଇଥିଲା। ଜୁଲାଇ ୨୫ରେ ମିଜୋରାମ ଚାଷୀଙ୍କ ୮ଟି କୁଡ଼ିଆରେ ଆସାମ ଅଧିବାସୀମାନେ ନିଆଁ ଲଗାଇଦେବାରୁ ଉତ୍ତେଜନା ବଢ଼ିଥିଲା। ଏହାର ପରଦିନ ଆସାମର ଏକ ପୋଲିସ ଟିମ୍‌ ମିଜୋରାମ ସୀମାକୁ ଯାଇଥିବାବେଳେ ମିଜୋ ପୋଲିସ ପକ୍ଷରୁ ଗୁଳି ଚଳାଯାଇଥିଲା। ଏଥିରେ ଆସାମ ପୋଲିସର ୫ କର୍ମଚାରୀଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣରେ ଅନ୍ୟ ୬୦ ଜଣ ଆହତ ହୋଇଥିଲେ।

ଏନ୍‌ଇଏସ୍‌ଏସିର ଉଦ୍ଦେଶ୍ୟ 

ନର୍ଥ ଇଷ୍ଟର୍ନ ସ୍ପେସ୍‌ ଆପ୍ଲିକେଶନ ସେଣ୍ଟର(ଏନ୍‌ଇଏସ୍‌ଏସି) ଉତ୍ତର ପୂର୍ବାଞ୍ଚଳରେ ଏକ ଉନ୍ନତ ମହାକାଶ କାରିଗରୀ ସହାୟତା ପ୍ରଦାନ କରି ବିକାଶମୂଳକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏକ ଅପରେଶନାଲ ରିମୋଟ୍‌ ସେନ୍ସିଂ ଏବଂ ଭୌଗୋଳିକ ସୂଚନା ବ୍ୟବସ୍ଥା ସହଯୋଗରେ ପ୍ରାକୃତିକ ସମ୍ବଳ ସମ୍ପର୍କରେ ତଥ୍ୟ ଯୋଗାଇ ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିବା। ଏହାସହ ସମ୍ପୃକ୍ତ ଅଞ୍ଚଳରେ ପ୍ରାକୃତିକ ଉତ୍ସ ଓ ଭିତ୍ତିଭୂମି ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ହେଉଛି ଏନ୍‌ଇଏସ୍‌ଏସିର ଲକ୍ଷ୍ୟ। ଏହା ପାଖରେ ଥିବା ଉପଗ୍ରହ ଯୋଗାଯୋଗ ଆପ୍ଲିକେଶନ ସିଙ୍ଗଲ ଓ୍ବିଣ୍ଡୋ ଡେଲିଭରି ଜରିଆରେ ସେବା ଶିକ୍ଷା, ସ୍ବାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା ଓ ବିକାଶମୂଳକ ଯୋଗାଯୋଗ ଆଦି କାର୍ଯ୍ୟରେ ଲାଗିଥାଏ। ଶିଲଂଭିତ୍ତିକ ଏହି ସଂସ୍ଥା ମହାକାଶ କାରିଗରିକୁ ଉତ୍ତର-ପୂର୍ବାଞ୍ଚଳରେ ଖାଦ୍ୟ ପରିଚାଳନା କ୍ଷେତ୍ରରେ ବ୍ୟବହାର କରିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?