Posted inଖେଳ

ହାଉସ୍‌ ଅଫ୍‌ ଲର୍ଡସ ସଦସ୍ୟ ହେଲେ ବୋଥାମ୍‌

ଲଣ୍ଡନ, ୨ା୮ (ପି.ଟି.)-କିମ୍ବଦନ୍ତୀ ଇଂଲଣ୍ଡ ଅଲରାଉଣ୍ଡର ଇଆନ ବୋଥାମ ବ୍ରିଟିଶ ପାର୍ଲାମେଣ୍ଟର ହାଉସ୍‌ ଅଫ୍‌ ଲଡର୍‌ସ ସଦସ୍ୟ ହୋଇଛନ୍ତି। ୬୪ ବର୍ଷୀୟ ପୂର୍ବତନ କ୍ରିକେଟ ଅଧିନାୟକଙ୍କ ସମେତ ୨୬ ଜଣ ଅଣନିର୍ବାଚିତ ସଦନର ସଦସ୍ୟ ଭାବେ ମନୋନୀତ ହୋଇଥିବା ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ବୋଥାମ ୧୯୭୭ରୁ ୧୯୯୨ ପର୍ଯ୍ୟନ୍ତ ଇଂଲଣ୍ଡ ତରଫରୁ ୧୦୨ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ବ୍ରେକିଷ୍ଟର ସେ ଜଣେ ଦୃଢ ସମର୍ଥକ। କ୍ରିକେଟ ଓ ଚ୍ୟାରିଟି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୭ରେ ସେ ନାଇଟ୍‌ ଉପାଧିରେ ସମ୍ମାନିତ ହୋଇଥିଲେ। ୨୦୧୧ରେ ପୂର୍ବତନ ଇଂଲଣ୍ଡ ମହିଳା ଟିମ୍‌ ଅଧିନାୟିକା ରାଚେଲ୍‌ ହେହୋ-ଫ୍ଲିଣ୍ଟ୍‌ଙ୍କ ପରେ ପ୍ରଥମ କ୍ରିକେଟର ଭାବେ ବୋଥାମ ହାଉସ୍‌ ଅଫ୍‌ ଲଡର୍‌ସର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ପୂର୍ବରୁ ଅନ୍ୟମାନଙ୍କ ମଧ୍ୟରେ ଡେଭିଡ ଶେଫର୍ଡ, କଲିନ୍‌ କାଉଡ୍ରି ଓ ଲିଆରି କନଷ୍ଟାଣ୍ଟିନ୍‌ ହାଉସ୍‌ ଅଫ୍‌୍‌ ଲଡର୍‌ସ ଆସନ ଅଳଙ୍କୃତ କରିଛନ୍ତି। କ୍ରିକେଟ ପଡ଼ିଆରେ ବୋଥାମଙ୍କ ଶ୍ରେଷ୍ଠ ମୁହୂର୍ତ୍ତ ୧୯୮୧ରେ ଦେଖିବାକୁ ମିଳିଥିଲା। ସେତେବେଳେ ତାଙ୍କର ପ୍ରଭାବୀ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜରେ ଇଂଲଣ୍ଡ ରୋମାଞ୍ଚକ ବିଜୟ ହାସଲ କରିଥିଲା। ଅବସର ପରେ ସେ ଚ୍ୟାରିଟି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଲିଉକେମିଆ ଉପରେ ଗବେଷଣା ପାଇଁ ପାଣ୍ଠି ସଂଗ୍ରହ ବ୍ୟତୀତ କ୍ରିକେଟ ମ୍ୟାଚ୍‌ରେ କମେଣ୍ଟ୍ରି ମଧ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri