ବନ୍ଧୁତ୍ୱ ଦିବସ: ‘କହିବା ଆଗରୁ ବୁଝିଯାଏ ମନ କଥା’

ବାରିପଦା ଅଫିସ,୨ା୮-‘ଫ୍ରେଣ୍ଡ ଇଜ୍‌ ନିଡ୍‌ ଇଜ୍‌ ଏ ଫ୍ରେଣ୍ଡ ଇନ୍‌ଡିଡ୍‌’। ଇଂଲିଶରେ ଥିବା ଏହି ବାକ୍ୟର ଅର୍ଥ ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡଶିପ୍‌ ଡେ’ (ବନ୍ଧୁତ୍ୱ ଦିବସ) ଭାବେ ପାଳନ କରାଯାଇଆସୁଛି। ଏହିଦିନ ନିଜର ପ୍ରିୟ ସାଙ୍ଗ ହାତରେ ଫେଣ୍ଡଶିପ୍‌ ବ୍ୟାଣ୍ଡ ବାନ୍ଧି ସମୟ ବିତାଇବା ସତରେ ନିଆରା। ରବିବାର ଛୁଟି ଦିନରେ ଏହି ଦିବସ ପାଳିତ ହେଉଥିବାରୁ ଏହା ବନ୍ଧୁମାନଙ୍କ ଖୁସିକୁ ଦ୍ୱିଗୁଣିତ କରିଥାଏ। ଚଳିତବର୍ଷ କରୋନା ମହାମାରୀ ଯୋଗୁ ଏହା କିଛି ମାତ୍ରାରେ ଫିକା ପଡ଼ିବ।

ବନ୍ଧୁତ୍ୱର ପରିଭାଷା ସମ୍ପର୍କରେ ଯାହା କୁହନ୍ତି ବାରିପଦା ସହରର ଯୁବପିଢ଼ି

ପ୍ରକୃତ ବନ୍ଧୁଟିଏ ମିଳିବା ସହଜ ନୁହେଁ
ଦୁନିଆରେ ବନ୍ଧୁତ୍ୱ ସବୁଠାରୁ ମୂଲ୍ୟବାନ ସମ୍ପର୍କ। ତାହା କେବେ ବି ମଉଳି ଯାଏନାହିଁ। ବନ୍ଧୁ ବିନା ଜୀବନ ଏକରକମ ଅଧୁରା ଅନୁଭବ ହୋଇଥାଏ। ସେଥିପାଇଁ ତ ବନ୍ଧୁଙ୍କୁ ଜୀବନରେ ଅଭିନ୍ନ ଅଙ୍ଗ ବୋଲି ମଧ୍ୟ କୁହାଯାଏ। ଜୀବନର ପ୍ରତିଟି ମୋଡ଼ରେ ନୂଆ ନୂଆ ବନ୍ଧୁଙ୍କ ସହିତ ଭେଟ ହୋଇଥାଏ। ସେମାନେ ଆମ ହୃଦୟରେ ସ୍ବତନ୍ତ୍ର ସ୍ଥାନଟିଏ ସୃଷ୍ଟି କରିବା ସହିତ ଜୀବନରେ ଯୋଡ଼ି ହୋଇରୁହନ୍ତି। ବର୍ତ୍ତମାନ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ବନ୍ଧୁ ତ ମିଳିଯାଆନ୍ତି କିନ୍ତୁ ଜୀବନରେ ପ୍ରକୃତ ବନ୍ଧୁଟିଏ ମିଳିବା ସହଜ ନୁହେଁ।
ସୁବ୍ରତ ମୁଖୀ, ବାରିପଦା

ଭଲ ବନ୍ଧୁ ହିଁ ମାର୍ଗଦର୍ଶକ
ଜଣେ ଭଲ ବନ୍ଧୁ ସବୁବେଳେ ଅନ୍ୟବନ୍ଧୁଙ୍କ ପାଇଁ ମାଗଦର୍ଶକ ହୋଇଥାଏ। ସୁଖ, ଦୁଃଖ ଓ ଜୀବନର ସବୁ ସମୟରେ ଛାଇପରି ପାଖରେ ଛିଡ଼ା ହୋଇଥାଏ। ଦୁନିଆରେ ବାପା, ମା , ଭାଇ,ଭଉଣୀ,ସ୍ବାମୀ-ସ୍ତ୍ରୀ ସମ୍ପର୍କ ପରେ କୌଣସି ରକ୍ତଗତ ସମ୍ପର୍କ ନ ଥାଇ ମଧ୍ୟ ବନ୍ଧୁତା ଦୁନିଆର ସବୁଠାରୁ ପବିତ୍ର ।
ଦେବବ୍ରତ ଦେ, ବାରିପଦା

 

 

ବିଶ୍ୱାସକୁ ନେଇ ବାଟ ଚାଲେ
ବନ୍ଧନୀମୁକ୍ତ ସମ୍ପର୍କ ହିଁ ବନ୍ଧୁତା। କିଛି କହିବା ଆଗରୁ ଯଦି ସେ ବୁଝିଗଲା ତେବେ ସେ ହିଁ ପ୍ରକୃତ ବନ୍ଧୁ। ବନ୍ଧୁତା ବିଶ୍ୱାସକୁ ନେଇ ବାଟ ଚାଲିଥାଏ। ପରିବାର, ସମ୍ପର୍କୀୟଙ୍କଠାରୁ ବନ୍ଧୁର ସମ୍ପର୍କ ଅଲଗା। ଏମାନଙ୍କ ସହ ତୁମେ ସୁଖ ଦୁଃଖ ସବୁ କିଛି ବାଣ୍ଟିପାରିବ। ଭଲମନ, ସୁସ୍ଥ ସମାଜ ଗଠନର ଉଦ୍ଦେଶ୍ୟ ସାଧନରେ ଜଣେ ବନ୍ଧୁ ହିଁ ସହାୟକ ହୁଏ।
ମଧୁସ୍ମିତା ପାଣି

 

 

 

ଲ ରାସ୍ତା ଦେଖାଏ

ବନ୍ଧୁମାନେ ସବୁବେଳେ ସମସ୍ତକୁ ସହଯୋଗ କରନ୍ତି ଓ ପ୍ରେରଣା ଦିଅନ୍ତି। ସୁଖଦୁଃଖରେ ତୁମ ପାଖରେ ଛିଡ଼ା ହୁଅନ୍ତି। ବନ୍ଧୁ ହିଁ ବନ୍ଧୁକୁ ସତ୍‌ ପରାମର୍ଶ ଦିଏ, ଭଲ ରାସ୍ତା ଦେଖାଏ। ନିର୍ମଳ ଦୃହୟ ହୋଇ ପରସ୍ପରକୁ ଭଲପାଇବା ହେଉଛି ପ୍ରକୃତ ବନ୍ଧୁତା।

ପ୍ରିୟଙ୍କା ପୃଷ୍ଟି


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri