Posted inଖେଳ

ପ୍ରଥମ ଥର ପାଇଁ ଏଭଳି କାରନାମା  କଲେ ଅଭିଷେକ ଶର୍ମା, ହତବାକ୍‌ ହୋଇଗଲା ଜିମ୍ବାଓ୍ବେ! 

ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଷେକ ଶର୍ମା ଶେଷରେ ଜିମ୍ବାୱେ ବିପକ୍ଷରେ ନିଜର ରୌଦ୍ର ରୂପ ଦେଖାଇଛନ୍ତି। ସିକନ୍ଦର ରଜାଙ୍କ ଦଳକୁ ଆଶ୍ଚର୍ଯ୍ୟ ଚକିତ କରି ଅଭିଷେକ ଚେନ୍ନାଇ ମଇଦାନରେ ଏକ ଚମତ୍କାର ଇନିଂସ ଖେଳି ଅନେକ ଉପଲବ୍ଧି ନିଜ ନାମରେ କରିଛନ୍ତି।
ବାମହାତୀ ଓପନର୍‌ ଅଭିଷେକ ଶର୍ମା ଜିମ୍ବାୱେ ବୋଲରଙ୍କ ବଲ୍‌କୁ ନିର୍ଧୁମ ଛେଚିଥିଲେ। ସେ ମାତ୍ର ୩୦ ବଲ୍‌ରୁ ୫୫ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ।

Ind Vs Zim LIVE Score: ଭାରତକୁ ପ୍ରଥମ ସଫଳତା, ଉଇକେଟ ନେଲେ ଅକ୍ଷର ପଟେଲ

ବିଶେଷ କଥା ହେଉଛି, ସେ ନିଜ ଇନିଂସରେ ଯେତିକି ଚୌକା ମାରିଥିଲେ, ସେତିକି ଛକା ମଧ୍ୟ ମାରିଥିଲେ (୪ ଚୌକା ଓ ୪ ଛକା)। ୧୮୩.୩୩ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରି ଅଭିଷେକ ନିଜ ଟି-୨୦ ଆନ୍ତର୍ଜାତୀୟ କ୍ୟାରିୟରର ୯ମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ଟି-୨୦ ବିଶ୍ୱକପ ଇତିହାସରେ ଏହା ତାଙ୍କର ପ୍ରଥମ ଫିଫ୍ଟି ପ୍ଲସ ସ୍କୋର।

ଅଭିଷେକ କେବଳ ବ୍ୟକ୍ତିଗତ ସ୍କୋର କରିନାହାନ୍ତି, ବରଂ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ପାର୍ଟନରଶିପ ମଧ୍ୟ କରିଛନ୍ତି। ସଞ୍ଜୁ ସାମସନଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ ସେ ୪୮ ରନ ଯୋଡ଼ିଥିଲେ, ଯାହା ଚଳିତ ବିଶ୍ୱକପ୍‌ରେ ଭାରତର ସର୍ବାଧିକ ଓପନିଂ ପାର୍ଟନରଶିପ। ସେହିଭଳି ସଞ୍ଜୁଙ୍କ ପରେ ଇଶାନ କିଷାନଙ୍କ ସହ ମିଶି ସେ ୭୨ ରନର ଦମଦାର ଭାଗିଦାରୀ କରିଥିଲେ। ଏଥିସହ ସୂର୍ଯ୍ୟକୁମାରଙ୍କ ସହ ମଧ୍ୟ ସେ ୩୦ ରନର ଯୋଡ଼ିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri