Posted inଖେଳ

ସମ୍ବଲପୁର କପ୍‌ ଫୁଟବଲ: ସମଲେଶ୍ୱରୀ ସ୍ପୋର୍ଟିଂକୁ ହରାଇ ଫାଇନାଲରେ କେରଳ

ସମ୍ବଲପୁର,୨୬ା୨(ବି.ଶଙ୍କର): ସମଲେଶ୍ୱରୀ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ୧୪ତମ ସର୍ବଭାରତୀୟ ସମ୍ବଲପୁର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ କେରଳ ଷ୍ଟେଟ୍‌ ଇଲେଷ୍ଟ୍ରିସିଟି ବୋର୍ଡ ବିଜୟୀ ହୋଇଛି। ଏଥିସହ କେରଳ ଫାଇନାଲ ମ୍ୟାଚ୍‌ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି।

ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ କେରଳ ବନାମ ସମଲେଶ୍ୱରୀ ସ୍ପୋର୍ଟିଂ ମଧ୍ୟରେ ହୋଇଥିଲା। ମ୍ୟାଚର ୩୮ତମ ମିନିଟରେ କେରଳ ଦଳର ଶ୍ରୀରାଜ.କେ ଏକ ଦର୍ଶନୀୟ ଗୋଲ ସ୍କୋର କରିଥିଲେ ା ଏହାପରେ ସମଲେଶ୍ୱରୀ ସ୍ପୋର୍ଟିଂ ଖେଳାଳିମାନେ ଯୋଜନାବଦ୍ଧ ଭାବେ ବିପକ୍ଷ କେରଳ ଗୋଲ ପୋଷ୍ଟ ଉପରେ ତୁହାକୁ ତୁହା ଆକ୍ରମଣ ଜାରି ରଖିଥିଲେ। କିନ୍ତୁ ଫିନିଶିଂ ଅଭାବରୁ ଦଳ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲା। କେରଳ ଦଳ ୧-୦ ଗୋଲରେ ବିଜୟୀ ହୋଇଥିଲା।

ରେଫରୀ ସୁବ୍ରତ କୁମାର ପୁରୋହିତ ପଡ଼ିଆରେ ମ୍ୟାଚ ପରିଚାଳନା କରିଥିଲେ ା ତାଙ୍କୁ ଲାଇନରେ ଜ୍ୟୋତିରଞ୍ଜନ ସ୍ବାଇଁ ଏବଂ ଅରୁଣ ନାୟକ ସହଯୋଗ କରିଥିଲେ। ଆଶୀର୍ବାଦ କାନୁନ୍‌ଗୋ ଚତୁର୍ଥ ରେଫରୀ ଏବଂ ଶ୍ରୀକାନ୍ତ ବହିଦାର ମ୍ୟାଚ୍‌ କମିଶନର ଥିଲେ।

ସମଲେଶ୍ୱରୀ ସ୍ପୋର୍ଟିଂ ସମ୍ପାଦକ ଅତନୁ ଘୋଷଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ହୋଇଥିଲା ା ସମ୍ବଲପୁର ଜିଲା କ୍ରୀଡ଼ା ସଂଘ ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ ଅତିଥି ସ୍ବାଗତ କରିଥିଲେ ା ସମ୍ବଲପୁର ଏମ୍‌ପି ପ୍ରତିନିଧି ନାଉରୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri