ବୋଷ-ଆଇନଷ୍ଟାଇନ ଘନୀଭବନ ତତ୍ତ୍ୱ

ଏହି ଅବସ୍ଥାକୁ ‘ବୋଷ-ଆଇନଷ୍ଟାଇନ ଘନୀ ଭବନ’ କୁହାଯାଏ। ଏହା ବିଭିନ୍ନ ତରଳ କିମ୍ବା ଗ୍ୟାସୀୟ ଅବସ୍ଥା ନୁହେଁ। ଏହା ହେଉଛି ପଦାର୍ଥର ଗୋଟିଏ ନୂତନ ଅବସ୍ଥା। ବୋଷ-ଆଇନଷ୍ଟାଇନ୍‌ ଘନୀଭବନ ହେଉଛି ପଦାର୍ଥ ବିଜ୍ଞାନର ଏକ ଉଲ୍ଲେଖନୀୟ ସିଦ୍ଧାନ୍ତ। ଏଥିପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ବୋଷଙ୍କ ନାମ ଅନେକ ଥର ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ତାଙ୍କୁ ଏହା ପ୍ରଦାନ କରାଯାଇ ନ ଥିଲା। କାରଣ ଏହା ଏକ ତାତ୍ତ୍ୱିକ ଆବିଷ୍କାର ଥିଲା। ବହୁ ବର୍ଷ ପର୍ଯ୍ୟନ୍ତ ଏହାକୁ ପରୀକ୍ଷାଗାରରେ କେହି ପ୍ରମାଣ କରି ପାରି ନ ଥିଲେ। ଅତି କମ୍‌ ତାପମାତ୍ରା ପର୍ଯ୍ୟନ୍ତ ଥଣ୍ଡା କରି ହେଉ ନ ଥିବାରୁ ପରୀକ୍ଷାଗାରରେ ଏହି ଅବସ୍ଥାକୁ କେହି ପାଇପାରୁ ନ ଥିଲେ। କୌଣସି ତାତ୍ତ୍ୱିକ ଆବିଷ୍କାର ପରୀକ୍ଷାମୂଳକ ଭାବରେ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ଏହାକୁ ସାଧାରଣତଃ ନୋବେଲ ପୁରସ୍କାର ପାଇଁ ବିଚାର କରାଯାଏ ନାହିଁ। ଆଇନଷ୍ଟାଇନ୍‌ଙ୍କ ଆପେକ୍ଷିକ ତତ୍ତ୍ୱ ହେଉଛି ଏହାର ଏକ ଉଦାହରଣ। ଏହାକୁ ପରୀକ୍ଷା ଦ୍ୱାରା ପ୍ରମାଣ କରାଯାଇ ନ ପାରିବାରୁ ଏହି ତତ୍ତ୍ୱ ଯେତେ ପ୍ରସିଦ୍ଧି ଲାଭ କରିଥିଲେ ସୁଦ୍ଧା ଆଇନଷ୍ଟାଇନଙ୍କୁ ଏଥିପାଇଁ ନୋବେଲ ପୁରସ୍କାର ଦିଆ ନ ଯାଇ ତାଙ୍କର ‘ଆଲୋକ ବିଦ୍ୟୁତ ପ୍ରଭାବ’ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଇଂଲଣ୍ଡର ପିଟର ହିଗ୍‌ସ ୧୯୬୪ ମସିହାରେ ତାତ୍ତ୍ୱିକ ଭାବରେ ହିଗ୍‌ସ ବୋଷୋନର ପୂର୍ବାନୁମାନ କରିଥିଲେ, ମାତ୍ର ୨୦୧୨ ମସିହାରେ ଏହାକୁ ସର୍ନର ପରୀକ୍ଷାଗାରରେ ଚିହ୍ନଟ କରିବା ପରେ ତାଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଦିଆଗଲା।
୧୯୯୫ ମସିହା ଜୁନ୍‌ ୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ଏରିକ୍‌ କର୍ଣ୍ଣେଲ ଓ କାର୍ଲ ଉଇମାନ ଏବଂ ଜର୍ମାନୀର ଉଲଫଗାଙ୍ଗ କେଟର୍ଲି ଲେଜର ଚୁମ୍ବକ ସାହାଯ୍ୟରେ କ୍ଷେତ୍ର ପ୍ରସ୍ତୁତ କରି ରୁବିଡିୟମର ପରମାଣୁକୁ ଧରି ରଖିବାର ଉପାୟ ବାହାର କଲେ ଏବଂ ଏହାକୁ ପରମ ଶୂନ୍ୟ (ବିଯୁକ୍ତ ୨୭୩.୧୫ ଡିଗ୍ରୀ ସେଲସିୟସ) ନିକଟବର୍ତ୍ତୀ ତାପମାତ୍ରା ପର୍ଯ୍ୟନ୍ତ ଥଣ୍ଡା କରି ବୋଷ-ଆଇନଷ୍ଟାଇନ ଘନୀଭବନକୁ ପରୀକ୍ଷାମୂଳକ ଭାବେ ପ୍ରମାଣ କଲେ। ସେଥିପାଇଁ ଏହି ତିନି ଜଣ ବୈଜ୍ଞାନିକଙ୍କୁ ୨୦୦୧ ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହାପରେ ପୃଥିବୀର ଅନେକ ପରୀକ୍ଷାଗାରରେ ବୋଷ-ଆଇନଷ୍ଟାଇନ ଘନୀଭବନ ପ୍ରସ୍ତୁତ ହୋଇଛି। ଆମ ଦେଶରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନର ସି.ଏସ୍‌. ଉନ୍ନିକ୍ରିଷ୍ଣନ ଏବଂ ତାଙ୍କର ଦୁଇ ସହଯୋଗୀ ଗବେଷକ ଛାତ୍ର ୨୦୦୭ ମସିହାରେ ଅଙ୍ଗାରକାମ୍ଳ ଲେଜର ସାହାଯ୍ୟରେ ରୁବିଡିୟମ ପରମାଣୁରୁ ଏହା ପ୍ରସ୍ତୁତ କରିଥିଲେ।

(ଶେଷ ଭାଗ)
-ଇଂ. ମାୟାଧର ସ୍ବାଇଁ, ୭୦, ଲକ୍ଷ୍ମୀବିହାର, ଫେଜ୍‌ ୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?