Posted inଜାତୀୟ

ବୁଲ୍‌ଡୋଜର ବିବାଦରେ ବୋରିସ୍‌

ନୂଆଦିଲ୍ଲୀ,୨୩ା୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଦୁଇଦିନିଆ ଭାରତ ଗସ୍ତରେ ଆସି ବୁଲ୍‌ଡୋଜର ବିବାଦରେ ଫସିଛନ୍ତି। ବୋରିସ୍‌ ଗୁରୁବାର ଗୁଜରାଟ ବଡ଼ୋଦରାର ହଲୋଲ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ବ୍ରିଟିଶ୍‌ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଜେସିବିର ଫ୍ୟାକ୍ଟି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ଉକ୍ତ କମ୍ପାନୀ ପକ୍ଷରୁ ନିର୍ମିତ ବୁଲ୍‌ଡୋଜରରେ ଚଢ଼ି ଫଟୋ ପୋଜ୍‌ ଦେଇଥିଲେ। ଦିଲ୍ଲୀର ଜାହାଙ୍ଗୀରପୁରୀ ସମେତ ଭାଜପା ଶାସିତ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ତଥାକଥିତ ଦଙ୍ଗା ଅଭିଯୁକ୍ତଙ୍କୁ ସାବାଡ଼ କରିବା ପାଇଁ ସେମାନଙ୍କ ଘରେ ବୁଲ୍‌ଡୋଜର ଚଢ଼ାଯାଉଥିବାବେଳେ ବୋରିସ୍‌ଙ୍କ ବୁଲ୍‌ଡୋଜର ଫଟୋ ଭାଇରାଲ ହୋଇଛି।
୧୬ରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ପାଳନ ଉପଲକ୍ଷେ ଶୋଭାଯାତ୍ରା ବେଳେ ଏକ ମସ୍‌ଜିଦ ନିକଟରେ ଟେକାମାଡ଼ ହୋଇଥିଲା। ଗୁଳି ମଧ୍ୟ ଫୁଟିଥିଲା। ଏଥିରେ ଏହାକୁ ନେଇ ଉଠିଥିବା ସାମ୍ପ୍ରଦାୟିକ ହିଂସା ନ ଥମୁଣୁ ୨୦ ତାରିଖରେ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଡିଏମ୍‌ସି) ପକ୍ଷରୁ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ କରାଯାଉଥିଲା। ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ୱେ ବୁଲ୍‌ଡୋଜର ଲଗାଇ କେତେକ ନିର୍ମାଣକୁ ଭାଙ୍ଗିଦିଆଯାଇଥିଲା। ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ପାଇଁ ବୁଲ୍‌ଡୋଜର ବ୍ୟବହାର କରାଯାଉଥିବା ଜାମିଆତ୍‌ ଉଲେମା-ଇ-ହିନ୍ଦ୍‌ ଅଭିଯୋଗ ଆଣିଛି। ଜବରଦଖଲ ଉଚ୍ଛେଦ ଭାଜପାର ଏକ ସାମ୍ପ୍ରଦାୟିକ ତଥା ରାଜନୈତିକ ଷଡ଼ଯନ୍ତ୍ର। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଘରେ ବୁଲ୍‌ଡୋଜର ଚଢ଼ାଇଲେ ଦେଶ ସାମ୍ପ୍ରଦାୟିକ ଦଙ୍ଗାରୁ ମୁକ୍ତ ହେବ ବୋଲି ବିରୋଧୀ ସମାଲୋଚନା କରିଛନ୍ତି। ୨୧ ତାରିଖରେ ସୁପ୍ରିମକୋର୍ଟ ସମ୍ପୃକ୍ତ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଏନ୍‌ଡିଏମ୍‌ସିକୁ ନିର୍ଦ୍ଦେଶ ଦେଇଥିବାବେଳେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବଡ଼ୋଦରାରେ ବୁଲ୍‌ଡୋଜର ଚଢ଼ି ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଜେସିବି ଫ୍ୟାକ୍ଟ୍ରି ପରିଦର୍ଶନକୁ ‘ଅଜ୍ଞତା’ ବୋଲି ଟୁଇଟ୍‌ କରିଛି। ଭାରତୀୟ ଅଧିକାରୀମାନେ ମାନବାଧିକାର ହନନ କରୁଥିବାବେଳେ ବ୍ରିଟେନ ନୀରବଦଷ୍ଟ୍ରା ସାଜି ରହିପାରିବ ନାହିଁ। ବୁଲ୍‌ଡୋଜର ପ୍ରସଙ୍ଗରେ ବ୍ରିଟେନ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଅନ୍ୟ ଏକ ଟୁଇଟ୍‌ରେ ସଂସ୍ଥା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

ଇରାନ ସହ ଡିଲ୍‌ରେ ପାକିସ୍ତାନର ଲଟେରୀ! ଟ୍ରମ୍ପ ଦେବେ ବଡ଼ ପ୍ୟାକେଜ୍‌, ଜାଣନ୍ତୁ କଣ

ଇସଲାମବାଦ,୧୫।୬: ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ଏବେ କମିବା ପରି ମନେ ହେଉଛି । ଦୁଇ ରାଷ୍ଟ୍ର ମଧ୍ୟରେ ଏକ…

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ତିହିଡି, ୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରରେ ରଜ ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଛି। ବାବା ଆଖଣ୍ଡଳମଣିଙ୍କ…

ପୋଡାମରାଇ-ଆଳକଣା ପୋଷ୍ଟ ଅଫିସରେ ମହାଘୋଟାଲା ଆଶଙ୍କା! ପୋଷ୍ଟମାଷ୍ଟର ନିଖୋଜ, ଡାକଘର ଆଗରେ ଜମାକାରୀ….

ଆଳି,୧୫।୬(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ପୋଷ୍ଟଅଫିସ ଅଧୀନରେ ଥିବା ପୋଡାମରାଇ -ଆଳକଣା ଶାଖା ଡାକଘରେ ତାଲା ଝୁଲାଇ ଦେଇ ଫେରାର ହୋଇ ଯାଇଛନ୍ତି ପୋଷ୍ଟମାଷ୍ଟର…

କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା:ଅନୁମତି ପତ୍ର ଦେଇ ଫେରାଇନେଲା ପୋଲିସ ପ୍ରଶାସନ

କଟକ ସଦର,୧୫।୬(ସୁଶାନ୍ତ କୁମାର ଜେନା) ୪୨ ମୌଜା ଅନ୍ତର୍ଗତ କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା ଉପରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଘଟଣାର…

୨୦ ଜୁନରେ ଓଡ଼ିଶା ଗସ୍ତରେ ଆସିବେ ମୋଦି: ଜାଣନ୍ତୁ କାର୍ଯ୍ୟସୂଚୀ..

ଭୁବନେଶ୍ୱର, ୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୦ ଜୁନ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏକ ଦିନିକିଆ ଗସ୍ତରେ ସେ ଓଡ଼ିଶା ଆସି…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ଭାରତର ସ୍ବାଗତ: ପ୍ରଧାନମନ୍ତ୍ରୀ ମୋଦି କହିଲେ, ମୁଁ ଏହି ଚୁକ୍ତିକୁ…

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ସ୍ବାଗତ କରିଛନ୍ତି। ଏହି ଚୁକ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri