Posted inଜାତୀୟ

ବୁଲ୍‌ଡୋଜର ବିବାଦରେ ବୋରିସ୍‌

ନୂଆଦିଲ୍ଲୀ,୨୩ା୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଦୁଇଦିନିଆ ଭାରତ ଗସ୍ତରେ ଆସି ବୁଲ୍‌ଡୋଜର ବିବାଦରେ ଫସିଛନ୍ତି। ବୋରିସ୍‌ ଗୁରୁବାର ଗୁଜରାଟ ବଡ଼ୋଦରାର ହଲୋଲ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ରେ ବ୍ରିଟିଶ୍‌ କନ୍‌ଷ୍ଟ୍ରକ୍ସନ କମ୍ପାନୀ ଜେସିବିର ଫ୍ୟାକ୍ଟି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ଉକ୍ତ କମ୍ପାନୀ ପକ୍ଷରୁ ନିର୍ମିତ ବୁଲ୍‌ଡୋଜରରେ ଚଢ଼ି ଫଟୋ ପୋଜ୍‌ ଦେଇଥିଲେ। ଦିଲ୍ଲୀର ଜାହାଙ୍ଗୀରପୁରୀ ସମେତ ଭାଜପା ଶାସିତ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ତଥାକଥିତ ଦଙ୍ଗା ଅଭିଯୁକ୍ତଙ୍କୁ ସାବାଡ଼ କରିବା ପାଇଁ ସେମାନଙ୍କ ଘରେ ବୁଲ୍‌ଡୋଜର ଚଢ଼ାଯାଉଥିବାବେଳେ ବୋରିସ୍‌ଙ୍କ ବୁଲ୍‌ଡୋଜର ଫଟୋ ଭାଇରାଲ ହୋଇଛି।
୧୬ରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ପାଳନ ଉପଲକ୍ଷେ ଶୋଭାଯାତ୍ରା ବେଳେ ଏକ ମସ୍‌ଜିଦ ନିକଟରେ ଟେକାମାଡ଼ ହୋଇଥିଲା। ଗୁଳି ମଧ୍ୟ ଫୁଟିଥିଲା। ଏଥିରେ ଏହାକୁ ନେଇ ଉଠିଥିବା ସାମ୍ପ୍ରଦାୟିକ ହିଂସା ନ ଥମୁଣୁ ୨୦ ତାରିଖରେ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଡିଏମ୍‌ସି) ପକ୍ଷରୁ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ କରାଯାଉଥିଲା। ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ୱେ ବୁଲ୍‌ଡୋଜର ଲଗାଇ କେତେକ ନିର୍ମାଣକୁ ଭାଙ୍ଗିଦିଆଯାଇଥିଲା। ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ପାଇଁ ବୁଲ୍‌ଡୋଜର ବ୍ୟବହାର କରାଯାଉଥିବା ଜାମିଆତ୍‌ ଉଲେମା-ଇ-ହିନ୍ଦ୍‌ ଅଭିଯୋଗ ଆଣିଛି। ଜବରଦଖଲ ଉଚ୍ଛେଦ ଭାଜପାର ଏକ ସାମ୍ପ୍ରଦାୟିକ ତଥା ରାଜନୈତିକ ଷଡ଼ଯନ୍ତ୍ର। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଘରେ ବୁଲ୍‌ଡୋଜର ଚଢ଼ାଇଲେ ଦେଶ ସାମ୍ପ୍ରଦାୟିକ ଦଙ୍ଗାରୁ ମୁକ୍ତ ହେବ ବୋଲି ବିରୋଧୀ ସମାଲୋଚନା କରିଛନ୍ତି। ୨୧ ତାରିଖରେ ସୁପ୍ରିମକୋର୍ଟ ସମ୍ପୃକ୍ତ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଏନ୍‌ଡିଏମ୍‌ସିକୁ ନିର୍ଦ୍ଦେଶ ଦେଇଥିବାବେଳେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବଡ଼ୋଦରାରେ ବୁଲ୍‌ଡୋଜର ଚଢ଼ି ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଜେସିବି ଫ୍ୟାକ୍ଟ୍ରି ପରିଦର୍ଶନକୁ ‘ଅଜ୍ଞତା’ ବୋଲି ଟୁଇଟ୍‌ କରିଛି। ଭାରତୀୟ ଅଧିକାରୀମାନେ ମାନବାଧିକାର ହନନ କରୁଥିବାବେଳେ ବ୍ରିଟେନ ନୀରବଦଷ୍ଟ୍ରା ସାଜି ରହିପାରିବ ନାହିଁ। ବୁଲ୍‌ଡୋଜର ପ୍ରସଙ୍ଗରେ ବ୍ରିଟେନ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଅନ୍ୟ ଏକ ଟୁଇଟ୍‌ରେ ସଂସ୍ଥା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମୋସ୍‌ର ନୂଆ ଅବତାରର ସଫଳ ପରୀକ୍ଷଣ

କୋଲକାତା,୨୯।୧୨: ଭାରତ ଲଗାତର ଭାବେ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଚାଇନା ଏବଂ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଭାରତ ନିଜର କ୍ଷେପଣାସ୍ତ୍ର...

ନୀରବତା ଭାଙ୍ଗିଲେ ମନମୋହନ, କମ୍‌ କହିଛି ଅଧିକ କାମ କରିଛି କହିଲେ…

ନୂଆଦିଲ୍ଲୀ, ୧୭।୨ : ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ଜାରି ରହିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ...

ସୁସ୍ଥତା ହାର ୯୮.୮୦ ପ୍ରତିଶତ…

ନୂଆଦିଲ୍ଲୀ, ୨୨।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୭ ହଜାର...

ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଏମ୍ସର ଅଧିକାରୀ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି।...

ମମତାଙ୍କ ନିକଟକୁ ‘ରାମ ଚରିତ ମାନସ’ ପଠାଇଲେ କାଶୀ ସାଧୁ

ବାରଣାସୀ,୪।୬: ପଶ୍ଚିମବଙ୍ଗରେ ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ନେଇ ରାଜନୀତି ମାହୋଲ ସରଗରମ ଥିବା ବେଳେ ଏବେ ଏଥିରେ ଘିଅ ଢାଳିଛନ୍ତି କାଶୀର କେତେଜଣ ସାଧୁ। ସୋମବାର...

ଗାଙ୍ଗୁଲୀଙ୍କୁ ହସ୍ପିଟାଲରୁ ମିଳିବ ଛୁଟି

କୋଲକାତା, ୩୦।୧: ବିସିସିଆଇ ଅଧ୍ୟକ୍ଷ କ୍ରିକେଟର କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ଖୁବ୍‌ ଶୀଘ୍ର ଆପୋଲ ହସ୍ପିଟାଲରୁ ଛୁଟି ମିଳିବ। ଶନିବାର ଅବା ରବିବାର ଅପରାହ୍ନରେ ସେ...

ରାଷ୍ଟ୍ରପତି ଶାସନ ୬ ମାସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୯ା୬(ପି.ଟି): ଜମ୍ମୁ-କଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଥିବା ଶୁକ୍ରବାର ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି। ସେଠାରେ ରାଷ୍ଟ୍ରପତି ଶାସନ...

ମନି ଲଣ୍ଡରିଂ ମାମଲା: ସମନ ସତ୍ତ୍ୱେ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେନି ଅନୀଲ

ମୁମ୍ବାଇ,୨୬।୬: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀଙ୍କ ମୁମ୍ବାଇ ଓ ନାଗପୁର ସ୍ଥିତ ବାସଭବନରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ାଉ କରିଥିଲା। ଏହି ଚଢ଼ାଉ...

Advertisement
Archives

Model This Week